ଭୁବନେଶ୍ୱରରେ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‌ ସେଣ୍ଟର

ନୂଆଦିଲ୍ଲୀ,୨୧।୧୨: ସିକେ ବିର୍ଲା ଗ୍ରୁପ୍‌ର ହେଲ୍‌ଥ କେୟାର ୟୁନିଟ୍‌ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଶହୀଦନଗର ନିକଟସ୍ଥ ଜନପଥସ୍ଥିତ ଅନୁଜ ଟାଇମ୍ସ ସ୍କୋୟାରଠାରେ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‌ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ବିଶେଷକରି ଫର୍ଟିଲିଟି ସମସ୍ୟା ଥିବା ରୋଗୀମାନଙ୍କୁ ଏଠାର ଭରସାଯୋଗ୍ୟ ଚିକିତ୍ସା ସାଙ୍ଗକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଆଇଭିଏଫ୍‌ ବ୍ୟାଙ୍କିଙ୍ଗ୍‌ ସେବା ମଧ୍ୟ ଯୋଗାଇ ଦିଆଯାଉଛି। ଏପରିକି ଏକ ମୂଲ୍ୟ ପ୍ରତିଶ୍ରୁତି ଏବଂ ବିଶ୍ୱସ୍ତ ଯତ୍ନ ପ୍ରଦାନ କରୁଥିବା ସଂସ୍ଥା ଭାବେ ବେଶ୍‌ ପରିଚିତ ବିର୍ଲା ଫର୍ଟିଲିଟି ଆଣ୍ଡ୍‌ ଆଇଭିଏଫ୍‌ ସେଣ୍ଟର ଭୁବନେଶ୍ୱରରେ ପ୍ରଥମ ହୋଇଥିବା ବେଳେ ଦେଶରେ ଏହା ୧୨ତମ ସେଣ୍ଟର ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‌ର ସିଇଓ ଅକ୍ଷତ ସେଠ୍‌ କହିଛନ୍ତି, ସିକେ ବିର୍ଲା ଗ୍ରୁପ୍‌ର ନୂଆ ବ୍ରାଣ୍ଡ୍‌ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‌ ଜରିଆରେ ଉଲ୍ଲେଖନୀୟ କ୍ଲିନିକ ଫଳାଫଳ, ଗବେଷଣା ଏବଂ ନବସୃଜନ ଜରିଆରେ ଭବିଷ୍ୟତର ଫର୍ଟିଲିଟିରେ ରୂପାନ୍ତରଣ ଆଣିବା ଲକ୍ଷ୍ୟ ନେଇ ଫର୍ଟିଲିଟି କେୟାରରେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ୍‌ ହେବାକୁ ଲକ୍ଷ୍ୟ ରଖିଛି। ଏପରିକି ବିର୍ଲା ଫର୍ଟିଲିଟି ଆଣ୍ଡ୍‌ ଆଇଭିଏଫ୍‌ରେ ଭରସାଯୋଗ୍ୟ ଫର୍ଟିଲିଟି ଚିକିତ୍ସା ଉପରେ ସଚେତନତା ଗଠନ କରିବା ଏବଂ ତାହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଲାଗି ଆମେ ଉଦ୍ୟମ କରୁଛୁ, ଯେଉଁଥିପାଇଁ ଆମେ ସାରା ଦେଶରେ ଆମର ବିଶ୍ୱଶ୍ରେଣୀୟ ସେବାକୁ ଦ୍ରୁତଗତିରେ ସମ୍ପ୍ରସାରିତ କରୁଛୁ। ଭୁବନେଶ୍ୱର ପରେ ଆମେ କଟକ ନୂଆ ସେଣ୍ଟର କରିବାକୁ ଯୋଜନା ରଖିଛୁ। ସାରା ଦେଶରେ ଫର୍ଟିଲିଟି ସଚେତନତାକୁ ବଢ଼ାଇବାର ପ୍ରତିବଦ୍ଧତା ସ୍ବରୂପ ଆମର ସମସ୍ତ ଓପିଡି ପରାମର୍ଶ ବିନା ମୂଲ୍ୟରେ ମିଳିବ। ସେହିଭଳି ବିର୍ଲା ଫର୍ଟିଲିଟି ଆଣ୍ଡ ଆଭିଏଫ୍‌ ଭୁବନେଶ୍ୱରର କନ୍‌ସଲଟାଣ୍ଟ ଡା. ଲିପ୍‌ସା ମିଶ୍ର କହିଛନ୍ତି, ସାଧାରଣ ଭାବନାଠାରୁ ବିପରୀତ ଫର୍ଟିଲିଟି ସମସ୍ୟା ଉଭୟ ମହିଳା ଏବଂ ପୁରୁଷଙ୍କୁ ପ୍ରଭାବିତ କରିଥାଏ ଏବଂ ଆମେ ଏହାକୁ ନେଇ ସଚେତନତା ସୃଷ୍ଟି କରିବା ଉପରେ ଧ୍ୟାନକେନ୍ଦ୍ରିତ କରିବୁ। ଗୋଟିଏ ଛାତ ତଳେ ବହୁ ଶୃଙ୍ଖଳୀୟ ସୁବିଧା ଯୋଗାଇଦେଇ ଦମ୍ପତିମାନଙ୍କର ସାମଗ୍ରିକ ଫର୍ଟିଲିଟି ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଉପରେ ଆମର ଡାକ୍ତରୀ ପଦ୍ଧତି ଅତୁଳନୀୟ, ଯେଉଁଠାରେ ଆମର ନ୍ୟୁଟ୍ରିସନିଷ୍ଟ ଟିମ୍‌, ପରାମର୍ଶଦାତା, ଏଣ୍ଡୋକ୍ରାଇନୋଲୋଜିଷ୍ଟ, ଆଣ୍ଡ୍ରୋଲୋଜିଷ୍ଟ ଆମର ଫର୍ଟିଲିଟି ବିଶେଷଜ୍ଞମାନଙ୍କ ସହିତ ନିରନ୍ତର ଭାବେ କାର୍ଯ୍ୟ କରନ୍ତି। ଏଠାରେ ଆଧୁନିକ ନିଦାନ ଉପକରଣ ଏବଂ ବିଶ୍ୱଶ୍ରେଣୀର ଫର୍ଟିଲିଟି ଚିକିତ୍ସା ଏବଂ ଏହା ଉଭୟ ପୁରୁଷ ଏବଂ ମହିଳା ଫର୍ଟିଲିଟି ସମସ୍ୟା ପାଇଁ ସଦ୍ୟତମ ଓ ଭରସାଯୋଗ୍ୟ ଚିକିତ୍ସା ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri