ଭୁବନେଶ୍ୱରରେ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‌ ସେଣ୍ଟର

ନୂଆଦିଲ୍ଲୀ,୨୧।୧୨: ସିକେ ବିର୍ଲା ଗ୍ରୁପ୍‌ର ହେଲ୍‌ଥ କେୟାର ୟୁନିଟ୍‌ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଶହୀଦନଗର ନିକଟସ୍ଥ ଜନପଥସ୍ଥିତ ଅନୁଜ ଟାଇମ୍ସ ସ୍କୋୟାରଠାରେ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‌ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ବିଶେଷକରି ଫର୍ଟିଲିଟି ସମସ୍ୟା ଥିବା ରୋଗୀମାନଙ୍କୁ ଏଠାର ଭରସାଯୋଗ୍ୟ ଚିକିତ୍ସା ସାଙ୍ଗକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଆଇଭିଏଫ୍‌ ବ୍ୟାଙ୍କିଙ୍ଗ୍‌ ସେବା ମଧ୍ୟ ଯୋଗାଇ ଦିଆଯାଉଛି। ଏପରିକି ଏକ ମୂଲ୍ୟ ପ୍ରତିଶ୍ରୁତି ଏବଂ ବିଶ୍ୱସ୍ତ ଯତ୍ନ ପ୍ରଦାନ କରୁଥିବା ସଂସ୍ଥା ଭାବେ ବେଶ୍‌ ପରିଚିତ ବିର୍ଲା ଫର୍ଟିଲିଟି ଆଣ୍ଡ୍‌ ଆଇଭିଏଫ୍‌ ସେଣ୍ଟର ଭୁବନେଶ୍ୱରରେ ପ୍ରଥମ ହୋଇଥିବା ବେଳେ ଦେଶରେ ଏହା ୧୨ତମ ସେଣ୍ଟର ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‌ର ସିଇଓ ଅକ୍ଷତ ସେଠ୍‌ କହିଛନ୍ତି, ସିକେ ବିର୍ଲା ଗ୍ରୁପ୍‌ର ନୂଆ ବ୍ରାଣ୍ଡ୍‌ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‌ ଜରିଆରେ ଉଲ୍ଲେଖନୀୟ କ୍ଲିନିକ ଫଳାଫଳ, ଗବେଷଣା ଏବଂ ନବସୃଜନ ଜରିଆରେ ଭବିଷ୍ୟତର ଫର୍ଟିଲିଟିରେ ରୂପାନ୍ତରଣ ଆଣିବା ଲକ୍ଷ୍ୟ ନେଇ ଫର୍ଟିଲିଟି କେୟାରରେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ୍‌ ହେବାକୁ ଲକ୍ଷ୍ୟ ରଖିଛି। ଏପରିକି ବିର୍ଲା ଫର୍ଟିଲିଟି ଆଣ୍ଡ୍‌ ଆଇଭିଏଫ୍‌ରେ ଭରସାଯୋଗ୍ୟ ଫର୍ଟିଲିଟି ଚିକିତ୍ସା ଉପରେ ସଚେତନତା ଗଠନ କରିବା ଏବଂ ତାହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଲାଗି ଆମେ ଉଦ୍ୟମ କରୁଛୁ, ଯେଉଁଥିପାଇଁ ଆମେ ସାରା ଦେଶରେ ଆମର ବିଶ୍ୱଶ୍ରେଣୀୟ ସେବାକୁ ଦ୍ରୁତଗତିରେ ସମ୍ପ୍ରସାରିତ କରୁଛୁ। ଭୁବନେଶ୍ୱର ପରେ ଆମେ କଟକ ନୂଆ ସେଣ୍ଟର କରିବାକୁ ଯୋଜନା ରଖିଛୁ। ସାରା ଦେଶରେ ଫର୍ଟିଲିଟି ସଚେତନତାକୁ ବଢ଼ାଇବାର ପ୍ରତିବଦ୍ଧତା ସ୍ବରୂପ ଆମର ସମସ୍ତ ଓପିଡି ପରାମର୍ଶ ବିନା ମୂଲ୍ୟରେ ମିଳିବ। ସେହିଭଳି ବିର୍ଲା ଫର୍ଟିଲିଟି ଆଣ୍ଡ ଆଭିଏଫ୍‌ ଭୁବନେଶ୍ୱରର କନ୍‌ସଲଟାଣ୍ଟ ଡା. ଲିପ୍‌ସା ମିଶ୍ର କହିଛନ୍ତି, ସାଧାରଣ ଭାବନାଠାରୁ ବିପରୀତ ଫର୍ଟିଲିଟି ସମସ୍ୟା ଉଭୟ ମହିଳା ଏବଂ ପୁରୁଷଙ୍କୁ ପ୍ରଭାବିତ କରିଥାଏ ଏବଂ ଆମେ ଏହାକୁ ନେଇ ସଚେତନତା ସୃଷ୍ଟି କରିବା ଉପରେ ଧ୍ୟାନକେନ୍ଦ୍ରିତ କରିବୁ। ଗୋଟିଏ ଛାତ ତଳେ ବହୁ ଶୃଙ୍ଖଳୀୟ ସୁବିଧା ଯୋଗାଇଦେଇ ଦମ୍ପତିମାନଙ୍କର ସାମଗ୍ରିକ ଫର୍ଟିଲିଟି ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଉପରେ ଆମର ଡାକ୍ତରୀ ପଦ୍ଧତି ଅତୁଳନୀୟ, ଯେଉଁଠାରେ ଆମର ନ୍ୟୁଟ୍ରିସନିଷ୍ଟ ଟିମ୍‌, ପରାମର୍ଶଦାତା, ଏଣ୍ଡୋକ୍ରାଇନୋଲୋଜିଷ୍ଟ, ଆଣ୍ଡ୍ରୋଲୋଜିଷ୍ଟ ଆମର ଫର୍ଟିଲିଟି ବିଶେଷଜ୍ଞମାନଙ୍କ ସହିତ ନିରନ୍ତର ଭାବେ କାର୍ଯ୍ୟ କରନ୍ତି। ଏଠାରେ ଆଧୁନିକ ନିଦାନ ଉପକରଣ ଏବଂ ବିଶ୍ୱଶ୍ରେଣୀର ଫର୍ଟିଲିଟି ଚିକିତ୍ସା ଏବଂ ଏହା ଉଭୟ ପୁରୁଷ ଏବଂ ମହିଳା ଫର୍ଟିଲିଟି ସମସ୍ୟା ପାଇଁ ସଦ୍ୟତମ ଓ ଭରସାଯୋଗ୍ୟ ଚିକିତ୍ସା ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri