Advertisement

ବିଆଇପିଏଫ୍‌କୁ ଇଣ୍ଡିଆ ସିଏସ୍‌ଆର୍‌ ପୁରସ୍କାର

ଭୁବନେଶ୍ୱର,୨୧।୧୨: ରାଜ୍ୟର ପ୍ରମୁଖ ଶିଳ୍ପସଂସ୍ଥା ଇମ୍ପାର ସହଯୋଗୀ ଅନୁଷ୍ଠାନ ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେଶନ(ବିଆଇପିଏଫ୍‌)କୁ ନିକଟରେ ଇଣ୍ଡିଆ ସିଏସ୍‌ଆର୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବିଶେଷକରି ବିଆଇପିଏଫ୍‌ ତା’ର କାର୍ଯ୍ୟକ୍ଷେତ୍ରର ପାରିପାର୍ଶି୍ବକ ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଜୀବିକାର ଉନ୍ନତି ପାଇଁ ବ୍ୟାପକ ସହଯୋଗୀ ଭାବେ କାର୍ଯ୍ୟ ନିର୍ବାହ କରିଥିବାରୁ ଅନୁଷ୍ଠାନକୁ ଉପରୋକ୍ତ ପୁରସ୍କାର ମିଳିଥିବା ଜଣାପଡ଼ିଛି। ଏପରିକି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ୧୩ତମ ସିଏସ୍‌ଆର୍‌ ଲିଡରଶିପ୍‌ ସମିଟ୍‌-୨୦୨୨ କାର୍ଯ୍ୟକ୍ରମରେ ବିଆଇପିଏଫ୍‌କୁ ସିଏସ୍‌ଆର୍‌ ବିଜେତା ଭାବେ ପୁରସ୍କୃତ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ଏମ୍‌ପି ଆର୍‌.କେ. ସିଂହ ଏବଂ କର୍ନାଟକର ଅତିରିକ୍ତ ମୁଖ୍ୟ ସଚିବ ଡ. ଶାଲିନୀ ରଜନୀଶଙ୍କ ଅନୁଗ୍ରହରେ ବିଆଇପିଏଫ୍‌ର ଉପସଭାପତି ଅଶୋକ ବେହେରା ଉକ୍ତ ପୁରସ୍କାର ଗ୍ରହଣ କରିଛନ୍ତି। ସେହିଭଳି ଉକ୍ତ ପୁରସ୍କାରଗୁଡ଼ିକ ସମ୍ପ୍ରଦାୟର ବିକାଶ ଏବଂ ସିଏସ୍‌ଆର କାର୍ଯ୍ୟକଳାପ ପାଇଁ ଦେଶର ବିଭିନ୍ନ ଶିଳ୍ପ ଅନୁଷ୍ଠାନର ଶ୍ରେଷ୍ଠ ଅବଦାନକାରୀଙ୍କୁ ଇଣ୍ଡିଆ ସିଏସ୍‌ଆର ନେଟ୍‌ୱର୍କ ଦ୍ୱାରା ପ୍ରତିବର୍ଷ ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିବୃଦ୍ଧି ପୂର୍ବାନୁମାନ କମାଇପାରେ ଆଇଏମ୍‌ଏଫ୍‌

ମୁମ୍ବାଇ,୧୮|୧୨- ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଭାରତର ବିକାଶ ପୂର୍ବାନୁମାନକୁ କମାଇପାରେ। ଭାରତ ଜନ୍ମିତ ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ମଙ୍ଗଳବାର ଏ ନେଇ...

ନଭେମ୍ବର ୨୫ରୁ ୪ଦିନିଆ ଇଣ୍ଡୋପ୍ଲାସ୍‌-୨୨

ଭୁବନେଶ୍ୱର,୪।୧୧:ଇଣ୍ଡିଆନ୍‌ ପ୍ଲାଷ୍ଟିକ୍‌ସ ଫେଡେରେଶନ (ଆଇପିଏଫ୍‌) ପକ୍ଷରୁ ନଭେମ୍ବର ୨୫ରୁ ଏକ ୪ ଦିନିଆ ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍‌ ପ୍ରଦର୍ଶନୀ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଇପିଏଫ୍‌ର ତ୍ରୈବାର୍ଷିକ...

ରାଜ୍ୟରେ ସ୍ଥାପନ ହେବ ୧୫ କତା କ୍ଲଷ୍ଟର

ଭୁବନେଶ୍ୱର, ୨୫-୮(ବ୍ୟୁରୋ): କେନ୍ଦ୍ର ଏମ୍‌ଏମ୍‌ଏମ୍‌ଇ ମନ୍ତ୍ରଣାଳୟର ସ୍କିମ୍‌ ଅଫ୍‌ ଫଣ୍ଡ୍‌ ଫର୍‌ ରିଜେନେରେଶନ ଅଫ୍‌ ଟ୍ରାଡିଶନାଲ ଇଣ୍ଡଷ୍ଟ୍ରିଜ(ସ୍ଫ୍ରୁତି) କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶାରେ ୧୫ କତା କ୍ଲଷ୍ଟର...

ଓଡ଼ିଶାରେ ଜିଏସ୍‌ଟି ୬% କମିଲା

ନୂଆଦିଲ୍ଲୀ,୨।୯: ଚଳିତ ବର୍ଷ ଅଗଷ୍ଟ ମାସରେ ଓଡିଶାରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ୬% ହ୍ରାସ ପାଇଛି। ଗତ ବର୍ଷ ଅଗଷ୍ଟରେ ୨୪୯୭ ଟଙ୍କା...

ରାଜ୍ୟରେ ବଢ଼ିବ ଷ୍ଟାର୍ଟଅପ୍‌, ଇନ୍‌କ୍ୟୁବେଶନ-ଇନୋଭେଶନ

ଭୁବନେଶ୍ୱର,୪।୧୨: ଚଳିତ ବର୍ଷର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ୩ୟ ସଂସ୍କରଣର ୩ୟ ଦିନରେ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ କେତେକ ରାଜିନାମା ସ୍ବାକ୍ଷରିତ...

ରିଲାଏନ୍ସ ଜିଓର ୩ୟ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୧।୧: ଦେଶର ପ୍ରମୁଖ ଦୂରସଞ୍ଚାର କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ...

ଟାରିଫ ବଢାଇବ ଜିଓ

ନୂଆଦିଲ୍ଲୀ,୨୦-୧୧: ଏୟାରେଟେଲ, ଭୋଡାଫୋନ-ଆଇଡିଆ ଲିମିଟେଡ ଡିସେମ୍ବର ୧ରୁ ଟାରିଫ ବଢାଇବା ନେଇ ଘୋଷଣା କରିବା ପରେ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ପରିଚାଳିତ ରିଲାଏନ୍ସ ଜିଓ ମଧ୍ୟ...

ପେଟ୍ରୋଲ ଡିଜେଲ ଉପରୁ ଟିକସ କମାଇବା ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ, ୩-୧୨ : ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ ହେଉଥିବା ଟିକସ ହ୍ରାସ ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ସରକାର ସୋମବାର ସ୍ପଷ୍ଟ...

Advertisement
Archives

Model This Week