ପକ୍ଷୀଙ୍କ ଜୀବନ ନେଉଛି ବେଆଇନ ଚିଙ୍ଗୁଡ଼ି ଘେରି

ଭୁବନେଶ୍ୱର, ୫।୧(ବ୍ୟୁରୋ): ଚିଲିକା ହ୍ରଦକୁ ରାମସର ସାଇଟ୍‌ ମାନ୍ୟତା ମିଳିବା ପରେ ତାହାକୁ ଚିଙ୍ଗୁଡ଼ି ଘେରିମୁକ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ହାଇକୋର୍ଟ ମଧ୍ୟ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ଆଦେଶ ଦେଇଥିଲେ। କିନ୍ତୁ ଜିଲା ଓ ସ୍ଥାନୀୟ ପ୍ରଶାସନ ଏହି ଆଦେଶକୁ ଠିକ୍‌ ଭାବେ ପାଳନ କରୁ ନ ଥିବାରୁ ଏବେବି ଚିଲିକା ଭିତରେ ଶହ ଶହ ବେଆଇନ ଚିଙ୍ଗୁଡ଼ି ଘେରି ସେମିତି ଚାଲିଛି। ବୁଧବାର ଚିଲିକାରେ ପକ୍ଷୀ ଗଣନାବେଳେ ସାତପଡ଼ା ରେଞ୍ଜ ଅଞ୍ଚଳରେ ଗଣନାକାରୀ ଟିମ୍‌ ଏଭଳି ଚିଙ୍ଗୁଡ଼ି ଘେରି ଦେଖିବାକୁ ପାଇଥିଲେ। ଖାଲି ସେତିକି ନୁହେଁ, ଚିଙ୍ଗୁଡ଼ି ଘେରି ତିଆରି ହୋଇଥିବା ଜାଲରେ ପାଣିକୁଆ ସମେତ ଅନ୍ୟ ପକ୍ଷୀଗୁଡ଼ିକ ଫସି ଯାଉଥିବା ମଧ୍ୟ ଜାଣିବାକୁ ପାଇଥିଲେ। କେନ୍ଦ୍ରାପଡ଼ା ଥାନା ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ସ୍ନେକ୍‌ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା, ଅରଖକୁଦା ଫରେଷ୍ଟର ଦୁର୍ଗା ଚରଣ ଟୁଡୁ ପ୍ରମୁଖ ପକ୍ଷୀ ଗଣନା କରୁଥିବାବେଳେ ମାଣିକ ପାଟଣା ନିକଟରେ ଏକ ଚିଙ୍ଗୁଡ଼ି ଘେରି ଭିତରେ ପାଣିକୁଆ (Little cormorant) ମାଛ ଖାଇବା ଆଶାରେ ପଶିଯିବା ପରେ ଆଉ ଫେରି ନ ପାରି ଜାଲରେ ଛନ୍ଦି ହୋଇ ଛଟପଟ ହେଉଥିବା ଦେଖିଥିଲେ। ପରେ ସମସ୍ତେ ମିଶି ଚିଙ୍ଗୁଡି ଘେରିର ବାଉଁଶକୁ ଓପାଡ଼ି ଯତ୍ନର ସହିତ ପାଣିକୁଆଟିକୁ ଉଦ୍ଧାର କରିଥିଲେ। ପକ୍ଷୀଟି ଦେହରେ ବିଶେଷ ଆଘାତ ନ ଥିବାରୁ ସେହି ସ୍ଥାନରେ ହିଁ ତାକୁ ମୁକ୍ତ କରିଦିଆଯାଇଥିଲା। ଏନେଇ ଲଳିତ କହିଛନ୍ତି, ଉଦ୍ଧାରବେଳେ ପାଣିକୁଆଟିର ପଞ୍ଝା ବାଜି ମୋ ହାତ ଟିକେ ଆଞ୍ଚୁଡି ହୋଇଥିଲା ସତ, ହେଲେ ପକ୍ଷୀଟି ମୋ ହାତରୁ ଉଡ଼ିଯିବାବେଳେ ଯେଉଁ ଖୁସି ମିଳିଥିଲା ତାହା ଯନ୍ତ୍ରଣାକୁ ଲାଘବ କରି ଦେଇଥିଲା।

ସେପଟେ ପକ୍ଷୀ ଗଣନାବେଳେ ଡଙ୍ଗା ବାରଣ କରାଯାଇଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଡଙ୍ଗା ବୁଲୁଥିବା ଦେଖିଥିଲେ। ବୁଧବାର ପକ୍ଷୀ ଗଣନା ପାଇଁ ସକାଳବେଳା ଚିଲିକାରେ ମଙ୍ଗଳାଯୋଡ଼ି, ରମ୍ଭା ଆଦି ଅଞ୍ଚଳରେ ପର୍ଯ୍ୟଟକ ଡଙ୍ଗାକୁ ବାରଣ କରାଯାଇଥିବାବେଳେ ସାତପଡ଼ାରେ କିନ୍ତୁ ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ୱ ଡଙ୍ଗା ଭିତରେ ପର୍ଯ୍ୟଟକଙ୍କୁ ବୁଲାଉଥିଲା। ଏନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି, ରାଜ୍ୟରେ ସବୁ ସ୍ଥାନରେ ପକ୍ଷୀ ଗଣନା ପାଇଁ ସକାଳବେଳା ପର୍ଯ୍ୟଟନ ବନ୍ଦ ରଖାଯାଇଥାଏ। କାରଣ ଡଙ୍ଗା ପଶିଲେ ପକ୍ଷୀମାନେ ଉଡ଼ିଯିବେ। ସେହିପରି ସାତପଡ଼ାରେ ପର୍ଯ୍ୟଟକଙ୍କ ମାତ୍ରାଧିକ ସମାଗମ ଓ ଡଙ୍ଗା ଚଳାଚଳ ହେତୁ ଚିଲିକାରେ ଡଲଫିନ ସଂଖ୍ୟା ଦୀର୍ଘ ୧୫ବର୍ଷ ହେଲା ବଢ଼ିପାରୁନି। ଯଦିଓ ଚିଲିକାରେ ଅଧିକ ସଂଖ୍ୟକ ଡଲଫିନ ରହିବା ପାଇଁ ସ୍ଥାନର ଅଭାବ ନାହିଁ, ମାତ୍ର ବନ ବିଭାଗର ନିଷ୍କ୍ରିୟତା ଏବଂ ଅବିଚାରିତ ପର୍ଯ୍ୟଟନ ପାଇଁ ଡଲଫିନ ବଂଶ ଶୀଘ୍ର ଲୋପ ପାଇବ। ସେହିପରି ବେଆଇନ ଚିଙ୍ଗୁଡି ଘେରି ପାଇଁ ଡଲଫିନ୍‌ ବାସସ୍ଥାନ ଗୁରୁତର ପ୍ରଭାବିତ ହେଉଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସାତପଡ଼ାରେ ଖାଲି ଚିଙ୍ଗୁଡ଼ି ଘେରି ପକ୍ଷୀ ବା ଡଲ୍‌ଫିନଙ୍କ ପାଇଁ ବିପଦ ଆଣୁଛି ତାହା ନୁହେଁ, ମାତ୍ରାଧିକ ପର୍ଯ୍ୟଟନ ମଧ୍ୟ ଡଲଫିନଙ୍କ ବଂଶ ବିସ୍ତାର କରିବା ଦିଗରେ ଅନ୍ତରାୟ ସୃଷ୍ଟି କରୁଛି। ଡଲଫିନଙ୍କ ପଛରେ ପର୍ଯ୍ୟଟକ ଡଙ୍ଗା ଦିନ ତମାମ ଗୋଡ଼େଇବା ଫଳରେ ସେମାନଙ୍କର ପ୍ରଜନନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି ବୋଲି ବିଶ୍ୱଜିତ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri