ରାତ୍ରି ଜଗୁଆଳିଙ୍କ ଭରସାରେ ପକ୍ଷୀ ସୁରକ୍ଷା

ଖୋର୍ଦ୍ଧା ଅଫିସ, ୮ା୧୧: ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ଭିଡ଼ ଜମିଲାଣି। ପ୍ରଥମ ପର୍ଯ୍ୟାୟରେ ଚିଲିକାକୁ ୬୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପ୍ରାୟ ୨୨ହଜାର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥିବା ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଅଧୀନ ମଙ୍ଗଳାଯୋଡି ଏବଂ ଅନ୍ୟ ଅଞ୍ଚଳକୁ ୨୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ଆସିଥିବା ଜଣାପଡ଼ିଛି। ପକ୍ଷୀଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ମୁଖ୍ୟତଃ ମଙ୍ଗଳାଯୋଡ଼ି, ଭୂଷଣ୍ଡପୁର, ବାଲିପାଟପୁର, ଦେଏପୁର, ଢୋଲପୁର, ବରୁଣପଡା, ହାଲିସିଙ୍ଗ, ଅଭିମାନପୁର, ସୁନ୍ଦରପୁର, ନଇରୀ, ସୋରଣ ପ୍ରଭୃତି ୧୧ଟି ଅସ୍ଥାୟୀ କ୍ୟାମ୍ପ କରାଯାଇଛି। ପ୍ରତି କ୍ୟାମ୍ପରେ ଜଣେ ଫରେଷ୍ଟରଙ୍କ ସମେତ ଫରେଷ୍ଟ ଗାର୍ଡ ଏବଂ ରାତ୍ରି ଜଗୁଆଳି (ନାଇଟ ଓ୍ବାଚର)ଙ୍କୁ ନିୟୋଜିତ କରାଯାଇଛି। ପ୍ରତିବର୍ଷ ଶୀତଋତୁରେ ବିଦେଶାଗତ ପକ୍ଷୀଙ୍କ ଆଗମନ ବଢିଲେ, ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ପକ୍ଷୀ ଶିକାର ହୋଇଥାଏ। ଏହାକୁ ରୋକିବା ପାଇଁ ବିଭାଗ ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ କରାଯାଉଛି। ତେବେ ଅଧିକାଂଶ କ୍ୟାମ୍ପ କେବଳ ରାତ୍ରି ଜଗୁଆଳିଙ୍କ ଭରସାରେ ଚାଲିଛି। କ୍ୟାମ୍ପଗୁଡ଼ିକୁ ରାତ୍ର ଜଗୁଆଳି ଜଗି ଥିବାବେଳେ କର୍ମଚାରୀଙ୍କ ଦେଖାନାହିଁ। ଉପରୋକ୍ତ ଗ୍ରାମଗୁଡ଼ିକରେ ବିଭାଗ ପକ୍ଷରୁ ଅସ୍ଥାୟୀ ଶିବିର ନାମଫଳକ ଲଗାଯାଇଛି।
ନୀଳ ଜଳରାଶି, ମନୋରମ ଦୃଶ୍ୟ ସହ ବିଭିନ୍ନ ରଙ୍ଗବେରଙ୍ଗ ପକ୍ଷୀଙ୍କ ସମାଗମ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ନଳବଣ ଓ ରାଜଦଳରେ ଖାଦ୍ୟ ଅନ୍ବେଷଣ କରୁଥିବା କିମ୍ବା ଉଡୁଥିବା ପକ୍ଷୀଙ୍କ ଫଟୋ ଉଠାଇବା ପାଇଁ ପର୍ଯ୍ୟଟକ ଆଗ୍ରହ ପ୍ରକାଶ କରିଥାନ୍ତି। ତେବେ ମଙ୍ଗଳାଯୋଡ଼ିିକୁ ଆଖିଦୃଶିଆ ଭାବେ ବିଦେଶାଗତ ପକ୍ଷୀଙ୍କ ଆଗମନ ଘଟି ନ ଥିବା ଏବଂ ଦେଶୀୟ ପକ୍ଷୀ ବିଚରଣ କରୁଥିବା ଦେଖିବାକୁ ମିଳିଛି ବୋଲି ରବିବାର ମଙ୍ଗଳାଯୋଡ଼ିି ବୁଲିବାକୁ ଆସିଥିବା କେତେଜଣ ପର୍ଯ୍ୟଟକ କହିଛନ୍ତି। ଭୁବନେଶ୍ୱରରୁ ଆସିଥିବା ଏକ ପର୍ଯ୍ୟଟକ ଟିମ କହିଛନ୍ତି, ପ୍ରତିବର୍ଷ ନଭେମ୍ବର ପହିଲାରେ ମଙ୍ଗଳାଯୋଡ଼ିିକୁ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ଆସିଥାଉ। ତେବେ ବୁଲିବା ବେଳେ ଦେଖାଯାଉଥିବା ଅଧିକାଂଶ ପକ୍ଷୀ ଦେଶୀୟ ପ୍ରଜାତିର ବୋଲି ଜଣାପଡ଼ୁଛି। ସେହିପରି କେତେଜଣ ଗାଇଡ୍‌ସଙ୍କ ସୂଚନା ଅନୁସାରେ ବର୍ତ୍ତମାନ ଦେଶୀୟ ପକ୍ଷୀଙ୍କ ଆଗମନ ବେଶି ରହିଛି। ଶୀତ ବଢିଲେ ବିଦେଶାଗତ ପକ୍ଷୀଙ୍କ ଆଗମନ ବଢିବ। ଟାଙ୍ଗୀ ବନ୍ୟପ୍ରାଣୀ ଅଧିକାରୀ ସି.ଏଚ୍‌. ମୁର୍ମୁ କହିଛନ୍ତି,ସମସ୍ତ ଅସ୍ଥାୟୀ କ୍ୟାମ୍ପରେ ଫରେଷ୍ଟ ଗାର୍ଡ ନିୟୋଜିତ ଅଛନ୍ତି। ସେମାନେ ନିଜ ପରିସୀମା ମଧ୍ୟରେ ସ୍ଥାନୀୟ ଲୋକଙ୍କ ସହିତ ଯୋଗାଯୋଗ ରଖି ପକ୍ଷୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ଫରେଷ୍ଟରଙ୍କ ସଂଖ୍ୟା କମ୍‌ ଥିବାରୁ ଜଣେ ଗାର୍ଡଙ୍କୁ ଦୁଇଟି କ୍ୟାମ୍ପ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ପରିବେଶବିିତ୍‌ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ମଙ୍ଗଳାଯୋଡ଼ିିରେ ଧୀରେ ରାଜଦଳ ଓ ନଳଘାସ ମାଡ଼ିଗଲାଣି। ଚିଲିକା ଧୀରେ ଧୀରେ ପୋତି ହୋଇଗଲାଣି। ଜୈବ ବିବିଧତା ନଷ୍ଟ ହେବା ସହ ବହୁ ଜଳଚର ଜୀବଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ବିଦେଶାଗତ ପକ୍ଷୀ ଖାଦ୍ୟ ଅନ୍ବେଷଣରେ ଏଠାକୁ ଆସନ୍ତି। ଯଦି ଏଠାରେ ଖାଦ୍ୟ ଉପଲବ୍ଧ ନ ହେବ, ତେବେ ପକ୍ଷୀଙ୍କ ଆଗମନ ମଧ୍ୟ କମିଯିବ। ଏଣୁ ଚିଲିକାକୁ ବର୍ଜ୍ୟବସ୍ତୁ ଓ ପ୍ରଦୂଷଣମୁକ୍ତ ରଖିବା ସହ ଏହାର ସୁରକ୍ଷା ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ବନ୍ୟପ୍ରାଣୀ ବିଭାଗ, ମତ୍ସ୍ୟ ବିଭାଗ ଏବଂ ଜିଲା ପ୍ରଶାସନ ମିଳତ ଭାବେ ପଦକ୍ଷେପ ନେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri