Posted inଫୁରସତ

ପକ୍ଷୀ ପ୍ରେମୀ ନନ୍ଦ କିଶୋର

ପ୍ରାକୃତିକ ପରିବେଶରେ ବିଭିନ୍ନ ଜୀବଜନ୍ତୁ କିପରି ନିର୍ଭୟ, ମୁକ୍ତ ଓ ନିରାପଦରେ ବିଚରଣ କରିବା ସହିତ ବଂଶବିସ୍ତାର କରିପାରିବେ, ଏଥିପାଇଁ କେବଳ ବନ କର୍ମଚାରୀଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ। ପ୍ରତ୍ୟେକଙ୍କ ସାହାଯ୍ୟ ଓ ସହଯୋଗ ଜରୁରୀ ବୋଲି ବିଶ୍ୱାସ କରନ୍ତି ନନ୍ଦ କିଶୋର ଭୁଜବଳ। ଜନ୍ମ ୨ା୬ା୧୯୪୬ ମସିହାରେ। ପିତା ଡମ୍ବୁରଧର ପରିଡ଼ା। ମା’ ହାରମଣି ଦେବୀ। ଘର ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଟାଙ୍ଗୀ-ଚିଲିକା ଛକ ରୋଡ଼ କଡ ନିକଟରେ। ସେ କୁହନ୍ତି, ‘ପିଲାଟି ଦିନରୁ ବାପାଙ୍କ ସହିତ ଜଙ୍ଗଲ ବୁଲିବାକୁ ଯାଉଥିଲି। ମୋ ବାପା ଥିଲେ ଆମ ଅଞ୍ଚଳର ଜଣେ ଜଣାଶୁଣା ଶିକ୍ଷକ। ତାଙ୍କ ସହିତ ଯେବେ ସ୍କୁଲକୁ ଯାଉଥିଲି ସେ ସ୍କୁଲ ପରିସରରେ ବିଭିନ୍ନ ଗଛ ଲଗାଉଥିଲେ। ତାହା ଦେଖି ମୁଁ ଖୁସି ହୋଇଯାଉଥିଲି। ବଳରାମ ଦେବ ବିଦ୍ୟାପୀଠ ଟାଙ୍ଗୀରେ ୧୦ମ ପଢ଼ାସାରି ନୟାଗଡ଼ କଲେଜରେ ଯୁକ୍ତ୨ ପଢ଼ିଲି। ଫୁଟ୍‌ବଲ ଓ ଭଲିବଲ ପୁଣି ବ୍ୟାଡ଼ମିଣ୍ଟନ ଖେଳିବା ଅଭ୍ୟାସ ରହିଥିଲା। ଘରେ ଗୀତ ଗାଇବା ଓ ହାରମୋନିୟମ ବଜାଇବା ନିଶା ହୋଇଯାଇଥିଲା। କିନ୍ତୁ ୧୯୭୦ମସିହାରେ ବେଲପାହାଡ଼ର ଏକ ରିଫ୍ରାକ୍ଟୋରି ଲିମିଟେଡ଼ରେ ଚାକିରି କଲି। କିଛି ବର୍ଷ କାମ କରିବା ପରେ ୧୯୯୧ମସିହାରେ ସେଠାରୁ ଚାକିରି ଛାଡ଼ି ଦେଇଥିଲି। ସେ ସମୟରେ ବେଳେବେଳେ ଘରୁ ଲୁଚିକି ଯାଇ ବନ୍ଧୁକରେ ଜୀବଜନ୍ତୁଙ୍କୁ ଶିକାର କରିବା ମୋର ଏକ ସୌଖିନ ଅଭ୍ୟାସ ଥିଲା। ୧୯୬୮ମସିହାର କଥା, ଥରେ ଗାଁ ନିକଟ ଗହୀରବିଲ ଆକାଶରେ ଗୋଟିଏ ବଗକୁ ଗୁଳିକରି ମାରିଦେଇଥିଲି। ଗୁଳିବିଦ୍ଧ ବଗଟି ଆକାଶରୁ ଭୂମିରେ ଖସି ପଡ଼ିଥିଲା କିନ୍ତୁ ସେହି ବଗଟି ତା’ର ଚଞ୍ଚୁରେ କାଠିକୁଟା ଧରିଥିଲା। ଏହା ମୁଁ ଖୁବ୍‌ ମର୍ମାହତ ହୋଇଥିଲି। ତା’ପରେ ଚିନ୍ତାକଲି କିପରି ବିଭିନ୍ନ ଜୀବଜନ୍ତୁ ଓ ପକ୍ଷୀ ସୁରକ୍ଷା କରିହେବ। ଅନ୍ୟପକ୍ଷେ ସେତେବେଳେ ଚିଲିକାରେ ବହୁଳ ମାତ୍ରାରେ ପକ୍ଷୀ ଶିକାର ହେଉଥିତ୍ଲା। ତେଣୁ ସେମାନଙ୍କ ସୁରକ୍ଷା କଥା ଚିନ୍ତା କଲି। ଟାଙ୍ଗୀ ଓ ରଣପୁର ଅଞ୍ଚଳର କେତେକ ଗାଁରେ ଜଙ୍ଗଲ କମିଟି ଗଠନ କରିଥିଲି। ପ୍ରଥମେ ମା’ ପଶ୍ଚିମାଶୁଣୀ ଜଙ୍ଗଲ ସୁରକ୍ଷା କମିଟି, ତାପରେ ୧୯୯୬ରୁ ଚିଲିକା ପକ୍ଷୀ ସୁରକ୍ଷା ନିମନ୍ତେ ସୋରଣଠାରେ ମୁସଲିମ ସାହି ଏବଂ ମଙ୍ଗଳାଯୋଡ଼ି ଗାଁରେ ପକ୍ଷୀ ସୁରକ୍ଷା ସମିତି ଗଠନ କରାଯାଇଥିଲା। କିନ୍ତୁ ଚିଲିକା ଉପକୂଳ କେତେକ ଗାଁରେ ବହୁଳ ପକ୍ଷୀ ଶିକାର ଯୋଗୁ ଶିକାରୀମାନେ ପକ୍ଷୀସୁରକ୍ଷା ପାଇଁ ପ୍ରଥମେ ଆମକୁ ବିରୋଧ କରିଥିଲେ। ବନ୍ୟପ୍ରାଣୀ ସୁରକ୍ଷା ସମ୍ପର୍କରେ ବାରମ୍ବାର ସଚେତନତା ସୃଷ୍ଟି କରିବା ପରେ କେତେଜଣ ବୁଦ୍ଧିଜୀବୀ, ପରିବେଶବିତ୍‌ଙ୍କ ସହ କେତେଜଣ ଶିକାରୀ ସ୍ବତଃପ୍ରବୃତ୍ତଭାବେ ପକ୍ଷୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିଲେ । ଏପରିକି କେତେଜଣ ଶିକାରୀଙ୍କୁ କାଳିଜାଈଙ୍କ ପୀଠରେ ପକ୍ଷୀ ଶିକାରରୁ ନିବୃତ୍ତ ରହିବା ପାଇଁ ଶପଥ କରାଇବାରେ ସଫଳ ହୋଇଥିଲି। ପ୍ରଥମେ ୧୨ଜଣ ଶିକାରୀ ଏବଂ ଗ୍ରାମର କେତେଜଣ ଯୁବକଙ୍କୁ ନେଇ ସୁରକ୍ଷାକମିଟି ଗଠନ କରାଯାଇଥିଲା। ଏମାନଙ୍କ ମଧ୍ୟରେ ମଙ୍ଗଳାଯୋଡ଼ିର କିଶୋର ବେହେରା, ପୂର୍ଣ୍ଣଚନ୍ଦ୍ର ରାଉତରା (ନନିକି) ପ୍ରମୁଖ ପରିବର୍ତ୍ତନ ହୋଇଛନ୍ତି । ଏବେ ସେମାନେ ପକ୍ଷୀ ସୁରକ୍ଷାକାରୀ ଭାବେ କାର୍ଯ୍ୟ କରୁଛନ୍ତି। ମହାବୀର ପକ୍ଷୀ ସୁରକ୍ଷା ସମିତିର ମଙ୍ଗଳାଯୋଡ଼ି ଗାଁରେ ପ୍ରାୟ ୪୮ଜଣ ସଦସ୍ୟ ମହାବୀର ପକ୍ଷୀ ସୁରକ୍ଷା କମିଟିରେ ରହିଛନ୍ତି। ଏବେ ଚିଲିକା ଅଞ୍ଚଳର କିଛି ଶିକାରୀ ଓ ଗ୍ରାମବାସୀ ମଧ୍ୟ ଚିଲିକା ପକ୍ଷୀ ସୁରକ୍ଷାରେ ସାମିଲ ହୋଇଛନ୍ତି।’ ଏହିସବୁ କାର୍ଯ୍ୟ ପାଇଁ ୨୦୦୬-୦୭ରେ ନନ୍ଦ କିଶୋରଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ନିମନ୍ତେ ବିଜୁ ପଟ୍ଟନାୟକ ପୁରସ୍କାର ମିଳିଛି। ତାସହ ୨୦୧୧ରେ ଆର୍‌ବିଏସ୍‌ ତରଫରୁ ଗ୍ରୀନ୍‌ ଯୋଦ୍ଧା ପୁରସ୍କାର, ହଲ୍‌ ଅଫ ଫେମ୍‌ ଓ୍ବାଇଲ୍‌ଡ ଲାଇଫ କଞ୍ଜରଭେଶନ-୨୦୧୪, ଆର୍‌ଟୁଲ ଗ୍ରୀନ ଯୋଦ୍ଧା ଓ୍ବେଷ୍ଟବେଙ୍ଗଲ-୨୦୨୦, ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ଓ୍ବାଇଲ୍‌ଡ ଲାଇଫ କଞ୍ଜରଭେଶନ ପୁରସ୍କାର-୨୦୨୧ରେ ମିଳିଛି। ନନ୍ଦ କିଶୋର କୁହନ୍ତି,‘ମୋ ପରିବାର କହିଲେ ଆମେ ମା’ବାପାଙ୍କ ୫ପୁଅ, ୩ଝିଅ। ଆଉ ମୋର ଗୋଟିଏ ପୁଅ, ୨ଜଣ ଝିଅ। ମୋର ଏହି କାମରେ ସମସ୍ତଙ୍କର ସମର୍ଥନ ରହିଛି। ଦିନଥିଲା ଶିକାରୀମାନେ ପକ୍ଷୀ ଶିକାରକରି ଘରର ମଞ୍ଚା, ପାଳଗଦା, ମାଟିହାଣ୍ଡି ଏପରିକି ଘରଠାରୁ ଦୂର ଅନ୍ୟତ୍ର ସ୍ଥାନରେ ଲୁଚାଇ ଚୋରାରେ ବେପାର କରୁଥିଲେ। ମାତ୍ର ୧୯୭୨ମସିହା ଜଙ୍ଗଲ ବନ୍ୟପ୍ରାଣୀ ସୁରକ୍ଷା ଆଇନ ସମ୍ପର୍କରେ ଗାଁଲୋକମାନେ ସଚେତନ ହେବାପରେ ପକ୍ଷୀ ଶିକାର କିଛିଟା କମିଯାଇଛି। ଚିଲିକା ଓ୍ବାଇଲ୍ଡ ଲାଇଫ ଡିଭିଜନ ତରଫରୁ ପକ୍ଷୀସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ସିଡିଏ ତରଫରୁ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ବି କରାଯାଉଛି।

-ବନବିହାରୀ ବେହେରା

 

 


Enter your email to get our daily news in your inbox.

All Right Reserved By Dharitri.Com

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri