ପାଓ୍ବାର ଗ୍ରୀଡ୍‌-ଆଫ୍ରିକା୫୦ ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ,୧୬।୧: ପାୱାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ପିଜିସିଆଇଏଲ୍‌) ହେଉଛି ଏକ ମହାରତ୍ନା ସିପିଏସ୍‌ୟୁ। ଏହା ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ରହିଛି। ନିକଟରେ ଭାରତ ସରକାର-ଆଫ୍ରିକା୫୦ ସହିତ ଏକ ମିଳିତ ବିକାଶ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ପାନ୍‌ ଆଫ୍ରିକୀୟ ଭିତ୍ତିଭୂମି ବିନିଯୋଗ ପ୍ଲାଟ୍‌ଫର୍ମ ଏକ ସାର୍ବଜନୀନ-ଘରୋଇ ସହଭାଗିତାରେ କେନିଆ ଟ୍ରାନ୍ସମଶନ ପ୍ରୋଜେକ୍ଟର ବିକାଶ ଲାଗି କାର୍ଯ୍ୟ କରିବ। ଏହି ପ୍ରକଳ୍ପ ଆଧାରରେ ବିକାଶ, ଆର୍ଥିକ ସହାୟତା, ନିର୍ମାଣ ଏବଂ କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରିଛି। ଏହା ଜରିଆରେ ୪୦୦କେଭି ଲେସେସ୍‌-ଲୁସୁକ୍‌ ଏବଂ ୨୨୦କେଭି କିସୁମୁ-ମୁସାଗା ଟ୍ରାନ୍ସମିଶନ ଲାଇନ ସରକାରୀ ଘରୋଇ ସହଭାଗିତା(ପିପିପି) ଢାଞ୍ଚାରେ ସମାପ୍ତ ହେବ ବୋଲି କୁହାଯାଇଛି। ଏହି ପ୍ରକଳ୍ପ କେନିଆର ପ୍ରଥମ ସ୍ବାଧୀନ ଶକ୍ତି ପରିବହନ (ଆଇପିଟି) ହେବ। ଏହି ସେଟ୍‌ ଆଫ୍ରିକାରେ ରେଫରେନ୍ସ ପଏଣ୍ଟ ସହ ପ୍ରଥମ ଅଥନୈତିକ ଟ୍ରାନ୍ସମିଶନ ଲାଇନ ରୂପେ ପିପିପି ମୋଡ୍‌ରେ ହେବ। ଉକ୍ତ ପ୍ରୋଜେକ୍ଟ ପଶ୍ଚିମ କେନିଆରେ ବିଦ୍ୟୁତ୍‌ ପରିବହନର ଉଭୟ ଯୋଗାଣ ଏବଂ ନିର୍ଭରଯୋଗ୍ୟତାକୁ ଉନ୍ନତ କରିବ। ଫଳରେ ଆଫ୍ରିକାର ଶକ୍ତି ବିସ୍ତାରରେ ଘରୋଇ କ୍ଷେତ୍ର ସହ ପୁଞ୍ଜି ବିନିଯୋଗରେ ଏହା ବ୍ୟାପକ ସାହାଯ୍ୟ କରିବ। ସମ୍ପର୍କରେ ପାଓ୍ବାର ଗ୍ରୀଡ୍‌ ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ କେ. ଶ୍ରୀକାନ୍ତ କହିଛନ୍ତି , ପାଓ୍ବାର ଗ୍ରୀଡ୍‌ ପ୍ରଥମ ପିପିପି ମୋଡ୍‌ର ବିକାଶ ପାଇଁ ଆଫ୍ରିକା୫୦ ସହିତ ସହଭାଗୀ ସହ କେନିଆରେ ଟ୍ରାନ୍ସମିଶନ ପ୍ରୋଜେକ୍ଟ ଓ ବିଦ୍ୟୁତ୍‌ ଯୋଗାଣ ଶୃଙ୍ଖଳାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପାଓ୍ବାରଗ୍ରୀଡ୍‌ ଆଶାକରେ, ବର୍ତ୍ତମାନ କେନିଆରେ ଟ୍ରାନ୍ସମିଶନ ପ୍ରୋଜେକ୍ଟ ମଧ୍ୟ ଅଧିକ ପ୍ରକଳ୍ପ କରିବା ପାଇଁ ଏକ ମଡେଲ ଭାବରେ କାର୍ଯ୍ୟ କରିବ। ଫଳରେ ଅନ୍ୟ ଆଫ୍ରିକୀୟ ଦେଶ ପରି କାର୍ଯ୍ୟ କରିବାରେ ଏହାର ସମୃଦ୍ଧ ବୈଷୟିକ ଏବଂ ପରିଚାଳନାଗତ ଅଭିଜ୍ଞତା ସହିତ ପାଓ୍ବାର ଗ୍ରୀଡ୍‌ ପିପିପି ମୋଡ୍‌ ଅନ୍ତର୍ଗତ ଟ୍ରାନ୍ସମିଶନ ସିଷ୍ଟମ୍‌ ଏହି ଯାତ୍ରାରେ ଜଡିତ ହୋଇ ଖୁସି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri