ପଦାହେଲାଣି ବିପ୍ରଡ଼ିହ ଜଙ୍ଗଲ

ବଇଣ୍ଡା, ୧୦।୭(ପରିକ୍ଷିତ ସାହୁ): ରୋକାଯାଇ ପାରୁନାହିଁ କାଠମାଫିଆଙ୍କ ପ୍ରାଦୁର୍ଭାବ। ରାତାରାତି ମୂଲ୍ୟବାନ ଗଛ କାଟି ନେଉଛନ୍ତି ସେମାନେ। ଫଳରେ ବନ୍ୟଜୀବନରେ ସମୃଦ୍ଧ ଅନୁଗୋଳ ଜିଲା ଧଣ୍ଡାତୋପା ରେଞ୍ଜ ଅଧୀନ ବିପ୍ରଡ଼ିହ ଜଙ୍ଗଲ ଏବେ ପଦା ହେବାରେ ଲାଗିଛି। ଜଙ୍ଗଲ ସମ୍ପଦକୁ କ୍ଷତି ପହଞ୍ଚାଉଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଗ୍ରାମବାସୀ ଶନିବାର ଅନୁଗୋଳ ଦାବିପତ୍ର ମାଧ୍ୟମରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ଏକ ନକଲ ଆଠମଲ୍ଲିକ ଡିଏଫଓଙ୍କୁ ପ୍ରଦାନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ରେଞ୍ଜ କାର୍ଯ୍ୟାଳୟଠାରୁ ବିପ୍ରଡିହ ଗ୍ରାମ ଜଙ୍ଗଲର ଦୂରତା ପ୍ରାୟ ୨୦ କି.ମି.। ଘଞ୍ଜ ଜଙ୍ଗଲରେ ପରିପୂର୍ଣ୍ଣ ଉକ୍ତ ଅଞ୍ଚଳରେ କାଠମାଫିଆ ସକ୍ରିୟ ହୋଇଉଠିଛନ୍ତି। ଜଙ୍ଗଲରେ ୧୯୯୩ରେ ସରକାରଙ୍କ ପକ୍ଷରୁ ୧୨ ହଜାର ୪୬୭ ଶାଗୁଆନ, ଶିଶୁ, ଶାଳ, ପଟାସ ପ୍ରଜାତିର ଗଛ ଲଗାଯାଇଥିଲା। ଏବେ ଗଛଗୁଡ଼ିକ ବଡ଼ ହୋଇଗଲାଣି। ତେବେ ରେଞ୍ଜ୍‌ କାର୍ଯ୍ୟାଳୟ ଦୂରରେ ରହିବା ଏବଂ ବନ କର୍ମଚାରୀମାନେ ପାଟ୍ରୋଲିଂ କରୁ ନ ଥିବାରୁ ଜଙ୍ଗଲରୁ କାଠ ଚୋରାଚାଲାଣ ବଢ଼ିବାରେ ଲାଗିଛି। ଏକ ଦଳରେ ୭-୮ଜଣ କ୍ୟାମ୍ପ କରି କଟର ସହାୟତାରେ କାଠ କାଟି ଜିଲା ତଥା ଜିଲା ବାହାରକୁ ଚାଲାଣ କରୁଛନ୍ତି। ଏହି କାର୍ଯ୍ୟରେ ଦାମୀ ଗାଡ଼ି ବ୍ୟବହାର ହେଉଛି। ବନ ବିଭାଗର କେତେଜଣ ଅଧସ୍ତନ କର୍ମଚାରୀଙ୍କ ଏହି କାର୍ଯ୍ୟରେ ସମ୍ପୃକ୍ତି ରହିଛି। ସେମାନେ ହାତଗୁଞ୍ଜା ନେଇ କାଠ ମାଫିଆଙ୍କୁ ଏଭଳି କାର୍ଯ୍ୟ କରିବାକୁ ପ୍ରଶୟ ଦେଉଛନ୍ତି। ଏ ନେଇ ଗ୍ରାମବାସୀ ପୂର୍ବରୁ ବହୁବାର ବନ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଜଙ୍ଗଲକୁ ସୁରକ୍ଷା ଯୋଗାଇ ଦିଆ ନ ଗଲେ ଏହା ଧୀରେ ଧୀରେ ପଦା ହୋଇଯିବ ବୋଲି ଗ୍ରାମବାସୀ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଅନ୍ୟପଟେ ଗ୍ରାମବାସୀଙ୍କ ଅଭିଯୋଗକୁ ଧଣ୍ଡାତୋପା ଫରେଷ୍ଟର ଏସ୍‌. ବେହେରା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ବିପ୍ରଡ଼ିହ ଜଙ୍ଗଲକୁ ସୁରକ୍ଷା ଯୋଗାଇ ଦିଆଯାଉଛି। କାଠ ଚୋରା ଚାଲାଣ ହେଉନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri