ପଦାହେଲାଣି ବିପ୍ରଡ଼ିହ ଜଙ୍ଗଲ

ବଇଣ୍ଡା, ୧୦।୭(ପରିକ୍ଷିତ ସାହୁ): ରୋକାଯାଇ ପାରୁନାହିଁ କାଠମାଫିଆଙ୍କ ପ୍ରାଦୁର୍ଭାବ। ରାତାରାତି ମୂଲ୍ୟବାନ ଗଛ କାଟି ନେଉଛନ୍ତି ସେମାନେ। ଫଳରେ ବନ୍ୟଜୀବନରେ ସମୃଦ୍ଧ ଅନୁଗୋଳ ଜିଲା ଧଣ୍ଡାତୋପା ରେଞ୍ଜ ଅଧୀନ ବିପ୍ରଡ଼ିହ ଜଙ୍ଗଲ ଏବେ ପଦା ହେବାରେ ଲାଗିଛି। ଜଙ୍ଗଲ ସମ୍ପଦକୁ କ୍ଷତି ପହଞ୍ଚାଉଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଗ୍ରାମବାସୀ ଶନିବାର ଅନୁଗୋଳ ଦାବିପତ୍ର ମାଧ୍ୟମରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ଏକ ନକଲ ଆଠମଲ୍ଲିକ ଡିଏଫଓଙ୍କୁ ପ୍ରଦାନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ରେଞ୍ଜ କାର୍ଯ୍ୟାଳୟଠାରୁ ବିପ୍ରଡିହ ଗ୍ରାମ ଜଙ୍ଗଲର ଦୂରତା ପ୍ରାୟ ୨୦ କି.ମି.। ଘଞ୍ଜ ଜଙ୍ଗଲରେ ପରିପୂର୍ଣ୍ଣ ଉକ୍ତ ଅଞ୍ଚଳରେ କାଠମାଫିଆ ସକ୍ରିୟ ହୋଇଉଠିଛନ୍ତି। ଜଙ୍ଗଲରେ ୧୯୯୩ରେ ସରକାରଙ୍କ ପକ୍ଷରୁ ୧୨ ହଜାର ୪୬୭ ଶାଗୁଆନ, ଶିଶୁ, ଶାଳ, ପଟାସ ପ୍ରଜାତିର ଗଛ ଲଗାଯାଇଥିଲା। ଏବେ ଗଛଗୁଡ଼ିକ ବଡ଼ ହୋଇଗଲାଣି। ତେବେ ରେଞ୍ଜ୍‌ କାର୍ଯ୍ୟାଳୟ ଦୂରରେ ରହିବା ଏବଂ ବନ କର୍ମଚାରୀମାନେ ପାଟ୍ରୋଲିଂ କରୁ ନ ଥିବାରୁ ଜଙ୍ଗଲରୁ କାଠ ଚୋରାଚାଲାଣ ବଢ଼ିବାରେ ଲାଗିଛି। ଏକ ଦଳରେ ୭-୮ଜଣ କ୍ୟାମ୍ପ କରି କଟର ସହାୟତାରେ କାଠ କାଟି ଜିଲା ତଥା ଜିଲା ବାହାରକୁ ଚାଲାଣ କରୁଛନ୍ତି। ଏହି କାର୍ଯ୍ୟରେ ଦାମୀ ଗାଡ଼ି ବ୍ୟବହାର ହେଉଛି। ବନ ବିଭାଗର କେତେଜଣ ଅଧସ୍ତନ କର୍ମଚାରୀଙ୍କ ଏହି କାର୍ଯ୍ୟରେ ସମ୍ପୃକ୍ତି ରହିଛି। ସେମାନେ ହାତଗୁଞ୍ଜା ନେଇ କାଠ ମାଫିଆଙ୍କୁ ଏଭଳି କାର୍ଯ୍ୟ କରିବାକୁ ପ୍ରଶୟ ଦେଉଛନ୍ତି। ଏ ନେଇ ଗ୍ରାମବାସୀ ପୂର୍ବରୁ ବହୁବାର ବନ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଜଙ୍ଗଲକୁ ସୁରକ୍ଷା ଯୋଗାଇ ଦିଆ ନ ଗଲେ ଏହା ଧୀରେ ଧୀରେ ପଦା ହୋଇଯିବ ବୋଲି ଗ୍ରାମବାସୀ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଅନ୍ୟପଟେ ଗ୍ରାମବାସୀଙ୍କ ଅଭିଯୋଗକୁ ଧଣ୍ଡାତୋପା ଫରେଷ୍ଟର ଏସ୍‌. ବେହେରା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ବିପ୍ରଡ଼ିହ ଜଙ୍ଗଲକୁ ସୁରକ୍ଷା ଯୋଗାଇ ଦିଆଯାଉଛି। କାଠ ଚୋରା ଚାଲାଣ ହେଉନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

ଯୁଦ୍ଧ ଭିତରେ ବଡ଼ ଡିଲ୍‌ କରିଦେଲେ ମୋଦି-ପୁଟିନ୍‌, ଭାରତୀୟ ଯୁବପିଢ଼ିଙ୍କୁ ମିଳିବ ବଡ଼ ଫାଇଦା!

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଆଉ କେବଳ ଅସ୍ତ୍ରଶସ୍ତ୍ର କିଣା ବିକ୍ରୟ ପର୍ଯ୍ୟନ୍ତ ସୀମିତ ନାହିଁ। ଦୁଇ ଦେଶ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ମିଳିତ ଭାବରେ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଇରାନକୁ ଭୟଙ୍କର ଧମକ ଦେଲେ ଟ୍ରମ୍ପ, ଶୁଣିକି ଥରହର ହେଲା…..

ତେହରାନ,୩୦ା୩: ଇରାନ ସହିତ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ…

କାୟା ମେଲାଇଲାଣି କାରୋନାର ନୂଆ ଭାରିଆଣ୍ଟ, ୨୩ଟି ଦେଶରେ ବ୍ୟାପିଲା, ଜାଣନ୍ତୁ ଏହା କେତେ ବିପଦ

ନୂଆଦିଲ୍ଲୀ,୩୦।୩: ଯେତେବେଳେ ବି କରୋନା ଭାଇରସ ବିଲୁପ୍ତ ହେବାର ଦ୍ୱାରଦେଶରେ ଥାଏ, ସେତେବେଳେ ଏକ ନୂତନ ପ୍ରକାର ବ୍ୟାପିଥାଏ ଏବଂ ଲୋକଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରିଥାଏ।…

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri