ମାଆ ହେବେ ବିପାଶା!

ମୁମ୍ବାଇ: ବଲିଉଡରେ ଏବେ ପ୍ୟାରେଣ୍ଟହୁଡକୁ ନେଇ ଖୁବ୍ ଚର୍ଚ୍ଚା । ଜଣକ ପରେ ଜଣେ ସେଲିବ୍ରିଟିଙ୍କ ଘରକୁ କୁନି ଅତିଥି ଆସୁଥିବା ବେଳେ ଏବେ ଏଥିରେ ଯାଡି ହୋଇଯାଇଛି ବୋଲ୍ଡ ବିୟୁଟି ବିପାଶା ବସୁ ଓ ତାଙ୍କ ସ୍ୱାମୀ କରଣ ସିଂ ଗ୍ରୋଭରଙ୍କ ନାଁ । ଅନୁମାନ କରାଯାଉଛି କି ବିଟାଉନର ଏହି ଫେବରେଟ ଯୋଡି ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି । କାରଣ ବିପାଶା ବୋଧହୁଏ ଗର୍ଭବତୀ ଅଛନ୍ତି । ପିଙ୍କଭିଲାର ରିପୋର୍ଟ ଅନୁଯାୟୀ, କିଛି ମାସ ପୂର୍ବରୁ ବିପାଶା ଓ କରଣ ମାତାପିତା ହେବାକୁ ପ୍ରସ୍ତୁତ ଥିଲେ ।
କିଛିଦିନ ହେବ ଏହି ଖବର ଶୁଣିବାକୁ ମିଳୁଥିବା ବେଳେ ଏବେ ପର୍ଯ୍ୟନ୍ତ ଏହାର ସତ୍ୟତା ଜଣାପଡି ନାହିଁ । ତେବେ ବିପାଶା ଓ କରଣଙ୍କ ଜଣେ ନିକଟତରଙ୍କ ବିଶେଷ ସୂଚନା ଅନୁଯାୟୀ, ଏହି କପୁଲ ଖୁବଶୀଘ୍ର ତାଙ୍କ ପ୍ରଥମ ସନ୍ତାନକୁ ନେଇ ଆନାଉନ୍ସମେଣ୍ଟ କରିପାରନ୍ତି । ଏହାସହ ବିପାଶା ଓ କରଣ ମାତାପିତା ହେବେ ବୋଲି ଖୁବ୍ ଖୁସି ଓ ଉତ୍ସାହିତ ଅଛନ୍ତି ବୋଲି ଶୁଣିବାକୁ ମିଳିଛି ।
ସୂଚନାଯୋଗ୍ୟ, ବଲିଉଡର ଆଗଧାଡିର ନାୟିକା ବିପାଶା ଓ କରଣ ସିଂ ଗ୍ରୋଭର ୨୦୧୫ରେ ହରର ଫିଲ୍ମ ‘ଆଲୋନ’ରେ ଏକାଠି କାମ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଥିଲା । ଫଳରେ କିଛି ସ୍ଥାନରେ ଏହି ଯୋଡିଙ୍କୁ ସ୍ପଟ ବି କରାଗଲା । ମାତ୍ର ଗୋଟିଏ ବର୍ଷ ପରସ୍ପରକୁ ଡେଟ କରିବା ପରେ ୨୦୧୬ ଏପ୍ରିଲରେ କରଣ ସିଂ ଗ୍ରୋଭର ଓ ବିପାଶା ବସୁ ବିବାହ କରିନେଲେ । ଏବେ ବିବାହର ପ୍ରାୟ ୬ ବର୍ଷ ପରେ ଏହି କପୁଲ ମାତାପିତା ହେବାକୁ ଯାଉଥିବାରୁ ଖୁବ୍ ଖୁସି ଥିବା କୁହାଯାଉଛି । ହେଲେ ଏ ନେଇ ଏମାନେ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?