Posted inଜାତୀୟ

କଚ୍ଛ ମୁହାଁ ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ,୧୫।୬: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବନୁମାନ ଅନୁସାରେ ଭୀଷଣ ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଗୁରୁବାର ଗୁଜରାଟର ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନ ଉପକୂଳରେ ସ୍ଥଳଭାଗ ଛୁଇଁବ। ସୁରକ୍ଷା ଦୃଷ୍ଟିରୁ ସମୁଦ୍ରକୂଳିଆ ଅଞ୍ଚଳକୁ ଖାଲି କରିଦିଆଯାଇଛି। ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ବାତ୍ୟା ଯୋଗୁ ପଶ୍ଚିମତଟ ରେଲ୍‌ଓ୍ବେ ପକ୍ଷରୁ ୯୫ଟି ଟ୍ରେନ୍‌ ବାତିଲ କରାଯାଇଛି। ଗୁଜରାଟ ଉପକୂଳବର୍ତ୍ତୀ ଇଲାକାରୁ ଅଦ୍ୟାବଧି ୭୪,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

୫ ବର୍ଷ ମଧ୍ୟରେ ଗୁଜରାଟରେ ଏହା ହେଉଛି ଚତୁର୍ଥ ବଡ଼ ସାମୁଦ୍ରିକ ଝଡ଼। ବିପର୍ଯ୍ୟୟ ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ଘଣ୍ଟାପ୍ରତି ୧୫୦ କି.ମି. ବେଗରେ ପବନ ବହିବ। ଅନ୍ୟପକ୍ଷେ ବିପର୍ଯ୍ୟୟ ପ୍ରଭାବରେ ଦେବଭୂମି ଦ୍ୱାରକା ଜିଲାରେ ସର୍ବାଧିକ ୧୨୧ ଏମ୍‌.ଏମ୍‌. ବର୍ଷ ରେକର୍ଡ କରାଯାଇଛି। ଜାମନଗର, ଜୁନାଗଡ଼, ରାଜକୋଟ ପୋରବନ୍ଦର ଏବଂ କଚ୍ଛ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଭୀଷଣ ପବନ ବହିବା ଯୋଗୁ ଦ୍ୱାରକାରେ ଥିବା ଆକାଶବାଣୀର ୯୦ ମିଟର ଉଚ୍ଚତାର ଟାଓ୍ବାର ଭାଙ୍ଗିଯାଇଛି। ବାତ୍ୟା ମୁକାବିଲା ପାଇଁ ଉପକୂଳରେ ୧୫ ଏନ୍‌ଡିଆର୍‌ଏଫ୍‌ ଟିମ୍‌, ୧୨ ଏସ୍‌ଟିଆର୍‌ଏଫ୍‌ ଟିମ୍‌, ରାଜ୍ୟ ସଡ଼କ ଓ ଗୃହ ନିର୍ମାଣ ବିଭାଗର ୧୧୫ ଟିମ୍‌, ରାଜ୍ୟ ବିଦ୍ୟୁତ ବିଭାଗର ୩୯୭ ଟିମ୍‌ ଓ ସେନା ମୁତୟନ କରାଯାଇଛି।

ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କଚ୍ଛ ସ୍ଥିତି ସମୀକ୍ଷା କରିଥିଲେ। ଭୁଜ ଏୟାରଫୋର୍ସରେ ବାତ୍ୟା ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିବା ସହ କେ.କେ. ପଟେଲ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝଛନ୍ତି କେନ୍ଦ୍ରମନ୍ତ୍ରୀ। ସେହିପରି ଅର୍ଥମନ୍ତ୍ରୀ ନିର୍ମଲା ସୀତାରାମନ ଉଚ୍ଚବ୍ୟାଙ୍କ ଅଧିକାରୀଙ୍କ ସହ ବାତ୍ୟା ମୁକାବିଲା ସମ୍ପର୍କରେ ଆଲୋଚନା କରିଛନ୍ତି। ବାତ୍ୟା ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ପାକିସ୍ତାନ ଉପକୂଳ ଅଞ୍ଚଳରେ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ସରକାରଙ୍କ ପକ୍ଷରୁ ପାଖାପାଖି ୫୭,୦୦୦ ଲୋକଙ୍କୁ ସୁରକ୍ଷା ଶିବିରକୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri