Posted inଜାତୀୟ

କଚ୍ଛ ମୁହାଁ ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ,୧୫।୬: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବନୁମାନ ଅନୁସାରେ ଭୀଷଣ ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଗୁରୁବାର ଗୁଜରାଟର ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନ ଉପକୂଳରେ ସ୍ଥଳଭାଗ ଛୁଇଁବ। ସୁରକ୍ଷା ଦୃଷ୍ଟିରୁ ସମୁଦ୍ରକୂଳିଆ ଅଞ୍ଚଳକୁ ଖାଲି କରିଦିଆଯାଇଛି। ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ବାତ୍ୟା ଯୋଗୁ ପଶ୍ଚିମତଟ ରେଲ୍‌ଓ୍ବେ ପକ୍ଷରୁ ୯୫ଟି ଟ୍ରେନ୍‌ ବାତିଲ କରାଯାଇଛି। ଗୁଜରାଟ ଉପକୂଳବର୍ତ୍ତୀ ଇଲାକାରୁ ଅଦ୍ୟାବଧି ୭୪,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

୫ ବର୍ଷ ମଧ୍ୟରେ ଗୁଜରାଟରେ ଏହା ହେଉଛି ଚତୁର୍ଥ ବଡ଼ ସାମୁଦ୍ରିକ ଝଡ଼। ବିପର୍ଯ୍ୟୟ ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ଘଣ୍ଟାପ୍ରତି ୧୫୦ କି.ମି. ବେଗରେ ପବନ ବହିବ। ଅନ୍ୟପକ୍ଷେ ବିପର୍ଯ୍ୟୟ ପ୍ରଭାବରେ ଦେବଭୂମି ଦ୍ୱାରକା ଜିଲାରେ ସର୍ବାଧିକ ୧୨୧ ଏମ୍‌.ଏମ୍‌. ବର୍ଷ ରେକର୍ଡ କରାଯାଇଛି। ଜାମନଗର, ଜୁନାଗଡ଼, ରାଜକୋଟ ପୋରବନ୍ଦର ଏବଂ କଚ୍ଛ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଭୀଷଣ ପବନ ବହିବା ଯୋଗୁ ଦ୍ୱାରକାରେ ଥିବା ଆକାଶବାଣୀର ୯୦ ମିଟର ଉଚ୍ଚତାର ଟାଓ୍ବାର ଭାଙ୍ଗିଯାଇଛି। ବାତ୍ୟା ମୁକାବିଲା ପାଇଁ ଉପକୂଳରେ ୧୫ ଏନ୍‌ଡିଆର୍‌ଏଫ୍‌ ଟିମ୍‌, ୧୨ ଏସ୍‌ଟିଆର୍‌ଏଫ୍‌ ଟିମ୍‌, ରାଜ୍ୟ ସଡ଼କ ଓ ଗୃହ ନିର୍ମାଣ ବିଭାଗର ୧୧୫ ଟିମ୍‌, ରାଜ୍ୟ ବିଦ୍ୟୁତ ବିଭାଗର ୩୯୭ ଟିମ୍‌ ଓ ସେନା ମୁତୟନ କରାଯାଇଛି।

ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କଚ୍ଛ ସ୍ଥିତି ସମୀକ୍ଷା କରିଥିଲେ। ଭୁଜ ଏୟାରଫୋର୍ସରେ ବାତ୍ୟା ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିବା ସହ କେ.କେ. ପଟେଲ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝଛନ୍ତି କେନ୍ଦ୍ରମନ୍ତ୍ରୀ। ସେହିପରି ଅର୍ଥମନ୍ତ୍ରୀ ନିର୍ମଲା ସୀତାରାମନ ଉଚ୍ଚବ୍ୟାଙ୍କ ଅଧିକାରୀଙ୍କ ସହ ବାତ୍ୟା ମୁକାବିଲା ସମ୍ପର୍କରେ ଆଲୋଚନା କରିଛନ୍ତି। ବାତ୍ୟା ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ପାକିସ୍ତାନ ଉପକୂଳ ଅଞ୍ଚଳରେ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ସରକାରଙ୍କ ପକ୍ଷରୁ ପାଖାପାଖି ୫୭,୦୦୦ ଲୋକଙ୍କୁ ସୁରକ୍ଷା ଶିବିରକୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଇତିହାସ ରଚିଲା Dhurandhar: ଟିକସ ଛାଡ଼ ଘୋଷଣା କଲେ…

ମୁମ୍ବାଇ,୨।୧: ଫିଲ୍ମ “ଧୁରନ୍ଧର” ଡିସେମ୍ବର ୫, ୨୦୨୫ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ସାରା ବିଶ୍ୱରେ ହିଟ ହୋଇଥିଲା ଏବଂ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ନୂଆବର୍ଷରେ ମାଙ୍କଡ଼ କିଣିବା ପାଇଁ ମାଡ଼ପିଟ୍‌, ଗୋଟିକର ଦାମ୍‌…

ବେଜିଂ,୨ା୧: ନୂଆବର୍ଷ ପାଇଁ ଚାଇନାରେ ମାଙ୍କଡ଼ର ପ୍ରବଳ ଚାହିଦା ବଢ଼ିଛି। ପୂର୍ବରୁ କିଛି ହଜାର ଟଙ୍କାରେ ବିକ୍ରି ହେଉଥିବା ମାଙ୍କଡ଼ଗୁଡ଼ିକ ଏବେ ବେଜିଂରେ ୨୫ ଲକ୍ଷ...

IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri