ପ୍ଲାଷ୍ଟିକ ବିପଦରୁ ରକ୍ଷା କରିବ ଜୈବପ୍ଲାଷ୍ଟିକ

ଭୁବନେଶ୍ୱର,୬ା୩ (ବ୍ୟୁରୋ):ଆଧୁନିକ ଜୀବନଶୈଳୀର ଦୈନନ୍ଦିନ କାର୍ଯ୍ୟରେ ପ୍ଲାଷ୍ଟିକ ପଦାର୍ଥର ବହୁଳ ବ୍ୟବହାର ହେଉଛି। ମାତ୍ର ଏସବୁ ପଦାର୍ଥର ନକାରାତ୍ମକ ଦିଗ ପ୍ରତି ସାଧାରଣ ଲୋକେ ବିଶେଷ ଅବଗତ ନ ଥିବାରୁ ସଚେତନତା ବୃଦ୍ଧିର ଯଥେଷ୍ଟ ଆବଶ୍ୟକତା ରହିଛି। ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ କିମ୍ବା କୋଇଲା ପରି ଜୀବାଶ୍ମ ଇନ୍ଧନରୁ ସଂଶ୍ଲେଷିତ ପ୍ଲାଷ୍ଟିକ ଉତ୍ପାଦିତ ହେଉଥିବାରୁ ଏହାର ପ୍ରସ୍ତୁତି ଓ ବିଘଟନରେ ଅଙ୍ଗାରକାମ୍ଳ ଏବଂ ମିଥେନ ପରି ସବୁଜଗୃହ ବାଷ୍ପ ନିର୍ଗମନ ହୋଇ ବିଶ୍ୱ ତାପମାତ୍ରା ବୃଦ୍ଧିର କାରଣ ହେଉଛି। ସେହିପରି ବ୍ୟବହାର ପରେ ପରିବେଶକୁ ବର୍ଜ୍ୟ ରୂପେ ନିଷ୍କାସିତ ହେଉଥିବାରୁ ଏହା ପ୍ରଦୂଷଣ ଘଟାଇ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି। ତେଣୁ ଏଥିରୁ ଦୂରେଇ ରହିବା ଆବଶ୍ୟକ। ତେଣୁ ଏହି ପ୍ଲାଷ୍ଟିକ ବିପଦରୁ ରକ୍ଷା କରିବା ଜୈବ ପ୍ଲାଷ୍ଟିକର ଗୁରୁତ୍ୱ ବଢ଼ିଛି। ଜୈବିକ ଉତ୍ସରୁ ସୃଷ୍ଟ ପ୍ଲାଷ୍ଟିକ ନବୀକରଣ ଯୋଗ୍ୟ ପଦାର୍ଥରୁ ଆସିଥାଏ, ଯାହା ମୁଖ୍ୟତଃ ଉଦ୍ଭିଦଜାତ। ଏସବୁ ଅବକ୍ଷୟଯୋଗ୍ୟ ହୋଇଥିବାରୁ ବୀଜାଣୁଙ୍କ ଦ୍ୱାରା ବିଘଟନରେ ମାଟିରେ ମିଶିଯିବ ଓ ଏଥିରୁ ପ୍ରଦୂଷଣ ସୃଷ୍ଟି ହେବ ନାହିଁ। ତେଣୁ ସଂଶ୍ଲେଷିତ ପ୍ଲାଷ୍ଟିକର ବିକଳ୍ପ ଭାବେ ଜୈବପ୍ଲାଷ୍ଟିକ ନୂତନ ସମ୍ଭାବନା ସୃଷ୍ଟି କରିଛି ବୋଲି ପରିବେଶ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।
ରବିବାର ଓଡ଼ିଶା ପରିବେଶ ସମିତି (ଓଇଏସ) ପକ୍ଷରୁ ‘ସବୁଜ କମ୍ପୋଜିଟ-ପ୍ଲାଷ୍ଟିକ ବିପଦର ସମାଧାନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଡ. ଚିନ୍ମୟ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ, ଉଦ୍ଭିଦରୁ ଉପଲବ୍ଧ ସବୁଜ କମ୍ପୋଜିଟ୍‌ଗୁଡିକ ଜୈବପ୍ଲାଷ୍ଟିକ ପ୍ରସ୍ତୁତିରେ କିପରି ବ୍ୟବହାର କରାଯାଉଛି ତାହା ବର୍ଣ୍ଣନା କରିଥିଲେ। ଏଥିସହ ସେ ପିତା ତରଡ଼ା ଫଳରୁ ପ୍ରସ୍ତୁତ ସେଲୁଲୋଜ୍‌ ତନ୍ତୁ ଉପରେ କରୁଥିବା ଗବେଷଣାରେ ଜୈବପ୍ଲାଷ୍ଟିକ ତିଆରି ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ଶିଳ୍ପ ପଦାର୍ଥ, କୃଷି ଓ ଖାଦ୍ୟ ପଦାର୍ଥ, କ୍ୟାଟରିଂ, ଔଷଧ ଓ ଚିକିତ୍ସା ଉପକରଣ ଏବଂ ମନୋରଞ୍ଜନ ପଦାର୍ଥ ସବୁର ବାହ୍ୟ ଆବରଣ ବା ପ୍ୟାକେଜିଂ ଏବେ ଜୈବପ୍ଲାଷ୍ଟିକରୁ ପ୍ରସ୍ତୁତ ହେବା ସମ୍ଭବ ହେଲାଣି। ତେଣୁ ସଂଶ୍ଲେଷିତ ପ୍ଲାଷ୍ଟିକ୍‌ ବ୍ୟବହାରରୁ ଦୂରେଇ ରହିବା ଆବଶ୍ୟକ ବୋଲି ଡ. ପ୍ରଧାନ ପରାମର୍ଶ ଦେଇଥିଲେ। ପୂର୍ବତନ ପିସିସିଏଫ ଡ. ବିଜୟ କେତନ ପଟ୍ଟନାୟକ ପୌରୋହିତ୍ୟ କରି କହିଲେ, ପ୍ରାକୃତିକ ଉତ୍ସରୁ ଜୈବପ୍ଲାଷ୍ଟିକ ପ୍ରସ୍ତୁତି ନିମନ୍ତେ ଅନୁସନ୍ଧାନ କରାଯିବା ସହ ପ୍ଲାଷ୍ଟିକର ଅପବ୍ୟବହାରକୁ ରୋକିବା ପାଇଁ ଅଧିକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ। ସମିତି ସମ୍ପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇ, ପ୍ଲାଷ୍ଟିକ୍‌ର ବିନାଶକାରୀ ପ୍ରଭାବରୁ ବର୍ତ୍ତିବା ପାଇଁ ଆମ ମାନସିକତାରେ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି କହିଥିଲେ। ଉପସଭାପତି ଡ. ଲାଲା ଏକେ ସିଂହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଦସ୍ୟ ଇଂ. ବିମଳ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri