ନିର୍ମାଣ ହେବ ଶେଫ ସଞ୍ଜିବ କପୁରଙ୍କ ବାୟୋପିକ

ମୁମ୍ବାଇ: ଶେଫ ସଞ୍ଜିବ କପୁରଙ୍କ ଶୋ’ ‘ସଞ୍ଜିବ କପୁରର୍ସ କିଚେନ’କୁ ସମସ୍ତେ ଅଳ୍ପ ବହୁତେ ମନେ ରଖିଥିବେ ନିଶ୍ଚୟ । ଟେଲିଭିଜନର ଏହା ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ଥିଲା । ଖାଦ୍ୟ ପ୍ରସ୍ତୁତ କରିବା, ଖାଦ୍ୟ ଖାଇବା ଓ ଖୁଆଇବାରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ଶୋ’ ଥିଲା । ୨୦୧୩ରେ ଆସିଥିବା ଏହି ଶୋ’ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା । ଆଜି ସମସ୍ତେ ସଞ୍ଜିବ କପୁରଙ୍କୁ ଶେଫ ଭାବେ ଜାଣନ୍ତି । ଏହାରି ଭିତରେ ହଂସଲ ମେହେଟା ସଞ୍ଜିବ କପୁରଙ୍କ ବାୟୋପିକ ନିର୍ମାଣ କରିବେ ବୋଲି ଘୋଷଣା କରିଛନ୍ତି । ମୁମ୍ବାଇରେ ଏକ କାର୍ଯ୍ୟକ୍ରମ ଲଚିଙ୍ଗରେ ସଞ୍ଜିବ କପୁର କହିଛନ୍ତି, ମୁଁ ବାୟୋପିକ ପାଇଁ ପ୍ରସ୍ତୁତ ନ ଥିଲି । ଜୀବନରେ ଆହୁରି ବହୁତ କିଛି କରିବାର ଅଛି । ଯେତେବେଳେ ମୋତେ କେହି ପ୍ରଶ୍ନ କରନ୍ତି ଯେ. ଆପଣଙ୍କ ଇଚ୍ଛା ରହିଛି କି ଆପଣଙ୍କ ବାୟୋପିକ ହେଉ । ସେତେବେଳେ ମୋ ଉତ୍ତର ରହେ, ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ମୋତେ ଯେଉଁଦିନ କହିବେ ତୁମର ବାୟୋପିକ ହେବ ସେଦିନ ମୁଁ ହଁ ଭରିବି । ଆଉ ସେ ହେଉଛନ୍ତି ହଂସଲ ମେହେଟା ।
ସୂଚନାଯୋଗ୍ୟ, ହଂସଲ ମେହେଟା ହେଉଛନ୍ତି ସେହି ବ୍ୟକ୍ତି ଯିଏ ସଞ୍ଜିବ କପୁରଙ୍କୁ ପରିଚିତ କରାଇଥିଲେ । ସଞ୍ଜିବ କପୁରଙ୍କ ଶୋ’ ଖାନା ଖଜାନାର ନିର୍ଦ୍ଦେଶନା ଦେଇଥିଲେ । ୯୦ ଦଶକରେ ଆସିଥିବା ଏହି କାର୍ଯ୍ୟକ୍ରମ ସଞ୍ଜିବ କପୁରଙ୍କୁ ସାରା ଦେଶରେ ପରିଚିତ କରାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଅପରାଜିତାଙ୍କ ବିପକ୍ଷରେ ଜିତିବା ନେଇ ଏମିତି କହିଲେ ମନ୍ମଥ ରାଉତରାୟ

ପୁରୀ,୨୮।୩: ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ଲୋକ ସଭା ଆସନରୁ ବିଜେଡି ଟିକେଟ ଦେଇଛି। ଏହାକୁ ନେଇ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି? ଅନୁରାଗ କାଶ୍ୟପ ଅତିଥି!

ମୁମ୍ବାଇ: ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ...

୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ଓ୍ବାଶିଂଟନ: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ଅଭିନେତ୍ରୀଙ୍କ ଘରେ କୁଆଁ କୁଆଁ ଡାକ ଶୁଭିଛି। ହଁ, କାମେରନ...

ହୋଲି ପୂର୍ବରୁ ‘ମମ ଟୁ ବି’ ୟାମି ଗୌତମ ପାଳିଲେ ରଙ୍ଗର ପର୍ବ

ମୁମ୍ବାଇ: ଚଳିତ ବର୍ଷ ରଙ୍ଗର ପର୍ବ ହୋଲି ୨୫ ମାର୍ଚ୍ଚକୁ ଅଧିକାଂଶ ସ୍ଥାନରେ ପାଳନ କରାଯାଉଛି। ଏହାକୁ ନେଇ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡ...

କେବଳ ବଲିଉଡ୍‌ ନୁହେଁ, ସାଉଥ୍‌ ଫିଲ୍ମରେ ବି ହୋଲିର ଝଲକ

ମୁମ୍ବାଇ: ହୋଲି ହେଉଛି ଏକ ରଙ୍ଗର ପର୍ବ। ଯାହା ସମଗ୍ର ଭାରତରେ ପାଳନ କରାଯାଏ ଏବଂ କେତେକ ସ୍ଥାନରେ ଏହାର ମାହୋଲ ଏକ ମାସ ପୂର୍ବରୁ...

Video: ଶେଷ କିଷାନଙ୍କ ଜୀବନୀ ଉପରେ ତିଆରି ହେବ ଫିଲ୍ମ

ଭୁବନେଶ୍ୱର,୨୩।୩: ଯୁବ ବୈଜ୍ଞାନିକ ଡ. ଶେଷ କିଷାନଙ୍କ ଯିବନି ଉପରେ ନିର୍ମାଣ ହେବ ଫିଲ୍ମ। ଶେଷ’ ଉତ୍କଟ ଦାରିଦ୍ରତାର ଶେଷ ସୀମାରୁ ସଂଘର୍ଷ କରି କିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri