ବାୟୋମେଟ୍ରିକ ଖୋଲିବ ବାଟମାରଣା

ଯାଜପୁର ରୋଡ,୫ା୯(ଡି.ଏନ.ଏ.):ସହରର ପରିଷ୍କାର ପରିଚ୍ଛନ୍ନତା ସ୍ବାୟତ୍ତ ଶାସନ ସଂସ୍ଥାର ପ୍ରାଥମିକ ଓ ମୌଳିକ ଦାୟିତ୍ୱ ବୋଲି ନଗର ବିଜ୍ଞାନ ପାଠରେ ଲେଖା ହୋଇଛି। ନଗରବାସୀଙ୍କ ଆବଶ୍ୟକତା ବୃଦ୍ଧି ସାଙ୍ଗକୁ ସ୍ବାୟତ୍ତ ଶାସନ ସଂସ୍ଥାର ଦାୟିତ୍ୱ ସିନା ବଢିଛି, କିନ୍ତୁ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଦାୟିତ୍ୱ ପ୍ରାଥମିକତା ହରାଇନାହିଁ। ପରିମଳ ଦାୟିତ୍ୱରେ ରହିଥିବା ଠିକାସଂସ୍ଥାକୁ ଅଧିକ ଅର୍ଥ ପ୍ରଦାନ କରି ମାସିକ ଚାନ୍ଦା ଆଦାୟ ସହ ଅଯାଚିତ ଅନୁକମ୍ପା ପ୍ରଦର୍ଶନରୁ ଶୁକ୍ରବାର ଓ ଶନିବାର ନିର୍ବାହୀ ଅଧିକାରଙ୍କୁ ହଟହଟା ହେବାକୁ ପଡିଛି। ଅନ୍ୟପକ୍ଷେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପରିମଳ ସେବା ପରିଚାଳନାରେ ସୁଧାର ଆଣିବାକୁ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଯନ୍ତ୍ର ସ୍ଥାପନ କରିବା ନିର୍ବାହୀ ଅଧିକାରୀଙ୍କ ପାଇଁ କାଳ ହୋଇଛି। ଏପରିକି ଶନିବାର ଜରୁରୀକାଳୀନ କାଉନସିଲର ବୈଠକରେ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ କ୍ଷୋଭ ପ୍ରକାଶ କରିଛନ୍ତି ା ଯଦି ତାଙ୍କ କାର୍ଯ୍ୟକୁ ପସନ୍ଦ କରାଯାଉନାହିଁ, ତେବେ ତାଙ୍କୁ ବଦଳି କରିଦିଆଯାଉ ବୋଲି କହି ସେ ବୈଠକରୁ ଉଠି ଚାଲି ଆସିଥିବା ସୂଚନା ମିଳିଛି।
ବ୍ୟାସନଗର ପୌର ପରିଷଦର ୨୬ଟି ୱାର୍ଡର ସଫେଇ ଏବଂ ଆବର୍ଜନା ଉଠାଇବା ସକାଶେ ମାସିକ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସହରରେ ଆବର୍ଜନା ଜମା କରିବାକୁ ମ୍ୟୁନିସିପାଲିଟି ପକ୍ଷରୁ ବ୍ୟାସ ସରୋବରରେ ଏକ ସମ୍ପଦ କେନ୍ଦ୍ର ନିର୍ମାଣ କରାଯାଇଛି। କିନ୍ତୁ ସେଠାରେ ଆବର୍ଜନା ଜମା ନ କରି ଗାନ୍ଧୀ କୁଷ୍ଠ କଲୋନୀ ନିକଟସ୍ଥ ରେଳୱେ ଲାଇନ କଡରେ ପାହାଡ ଭଳି ଆବର୍ଜନା ଗଦା କରାଯାଉଛି। ସଫେଇ କର୍ମଚାରୀମାନେ ସହରର ବିଭିନ୍ନ ସ୍ଥାନରେ ଆବର୍ଜନା ଗଦା କରିବା ପରେ ସେଠାରୁ ଟ୍ରାକ୍ଟର ଓ ଡମ୍ଫର ଯୋଗେ ଆବର୍ଜନାକୁ ସ୍ଥାନାନ୍ତରିତ କରୁଛନ୍ତି। କିନ୍ତୁ ଚୁକ୍ତି ଅନୁଯାୟୀ ୧୬୦ ଜଣ ସଫେଇ କର୍ମଚାରୀଙ୍କ ବଦଳରେ ମାତ୍ର ୬୦ରୁ ୭୦ ଜଣ କର୍ମଚାରୀଙ୍କୁ ନିୟୋଜନ କରି ଅନ୍ୟମାନଙ୍କ ନାମରେ ଲକ୍ଷାଧିକ ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହୋଇଛି। ଏହାକୁ ମିଳିମିଶି ଭାଗବଣ୍ଟା କରାଯାଉଛି। ଏହାର ସୁଧାର ଆଣିବାକୁ କାର୍ଯ୍ୟାଳୟରେ କିଛି ଦିନ ତଳେ ସଫେଇ କର୍ମଚାରୀଙ୍କ ପାଇଁ ଏକ ବାୟୋମେଟ୍ରିକ ଯନ୍ତ୍ର ସ୍ଥାପନ କରାଯାଇଛି। ଏହାର ବ୍ୟବହାର ପାଇଁ ସେଠାରେ ଜଣେ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଏଥିରେ ପ୍ରତ୍ୟହ କେତେ ସଂଖ୍ୟକ କର୍ମଚାରୀ ଉପସ୍ଥାନ ରହୁଛନ୍ତି ତାହା ଜଣା ପଡିଯାଉଛି। ଏଥିରେ କେତେକ ଲୋକ ପ୍ରତିନିଧି ଏବଂ ଅଧିକାରୀଙ୍କ ମାସିକ ଚାନ୍ଦା ବନ୍ଦ ହେବା ଆଶଙ୍କା କରି ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି। ସେମାନଙ୍କ ପ୍ରରୋଚନାରେ କେତେକ ସଫେଇ କର୍ମଚାରୀମାନେ ବାୟୋମେଟ୍ରିକ ଯନ୍ତ୍ରକୁ ବିରୋଧ କରୁଛନ୍ତି। ସରକାରଙ୍କ ଏହି ମହତ ପ୍ରକଳ୍ପକୁ ସରକାରୀ ଦଳର କେତେଜଣ ନେତାଙ୍କ ନାପସନ୍ଦକୁ ସହରବାସୀ ହାସ୍ୟାସ୍ପଦ ବୋଲି ଅଭିହିତ କରିଛନ୍ତି। ଏପରିକି ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଶୁକ୍ରବାର ସର୍ବସାଧାରଣରେ ନିର୍ବାହୀ ଅଧିକାରୀଙ୍କୁ ଉଚ୍ଚ ସ୍ବରରେ ଅସମ୍ମାନିତ କରିବା ଘଟଣାକୁ କେତେକ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି।
ପୂର୍ବତନ ପୌରାଧ୍ୟକ୍ଷା ତଥା ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡା କୁହନ୍ତି ବ୍ୟକ୍ତିଗତ ସ୍ବାର୍ଥ ଛାଡି ସମ୍ବିଧାନକୁ ସମ୍ମାନ ଦେଇ ସହରବାସୀଙ୍କ ପାଇଁ କାମ କରିବା ଉଚିତ। ଯାହା ଚାଲିଛି ତାହା ଆଗାମୀ ଦିନ ପାଇଁ ଭଲ ନୁହେଁ। ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରହିବା ଆବଶ୍ୟକ। ନିର୍ବାହୀ ଅଧିକାରୀ ଗତ ଦେଢ ବର୍ଷ ପର୍ଯ୍ୟନ୍ତ କ’ଣ ପାଇଁ ନୀରବ ରହିଥିଲେ। ତେଣୁ ବର୍ତ୍ତମାନ କ’ଣ ପରିସ୍ଥିତି ହେଲା ଯେ, ଏବେ ମୁହଁ ଖୋଲୁଛନ୍ତି। ଅନ୍ୟପକ୍ଷେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି। ଯେତେ ଟଙ୍କା ଖର୍ଚ୍ଚ ହେଉଛି ତାହାର ସିଂହଭାଗ ଅର୍ଥ ବାଟମାରଣା ହେଉଛି।
ପୌରାଧ୍ୟକ୍ଷା ପିଙ୍ଗୁଆଙ୍କୁ ପଚାରିବାରେ ସେ କହିଛନ୍ତି, ନିର୍ବାହୀ ଅଧିକାରୀଙ୍କ ସହ ପରବର୍ତ୍ତୀ କୌଣସି ବୈଠକ କିମ୍ବା ଇସ୍ୟୁ ହୋଇନାହିଁ। କେବଳ କାଉନସିଲରମାନଙ୍କ ସହିତ ଏକ ଜରୁରୀକାଳୀନ ବୈଠକ ହୋଇଥିଲା। ନିର୍ବାହୀ ଅଧିକାରୀ ରାଉତ କହିଛନ୍ତି, କାଉନସିଲର ବୈଠକରେ ଅନୁମୋଦନ ନେଇ ବାୟୋମେଟ୍ରିକ ଯନ୍ତ୍ର ଲଗାଯାଇଛି। ସହରର ପରିମଳ କ୍ଷେତ୍ରରେ ବିକାଶ ଏହାର ଏକ ମାତ୍ର ଲକ୍ଷ୍ୟ। କିନ୍ତୁ ଏହାକୁ ଉଭୟ ଅଧ୍ୟକ୍ଷା ଓ କାଉନସିଲରମାନେ ବିରୋଧ କରି ତାଙ୍କୁ ଟାର୍ଗେଟ କରୁଛନ୍ତି। ଏନେଇ ଜିଲାପାଳଙ୍କ ସେ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri