ଯୁବ ବର୍ଗଙ୍କ ପାଇଁ ବାୟୋଫ୍ଲକ୍‌ ଯୋଜନା: କମ୍‌ ଜମିରେ ଅଧିକ ମାଛ ଉତ୍ପାଦନ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଶିକ୍ଷିତ ଯୁବବର୍ଗଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବାୟୋଫ୍ଲକ ପଦ୍ଧତି ମାଧ୍ୟମରେ ସଘନ ମାଛ ଚାଷ ପ୍ରୋତ୍ସାହନ ନାମରେ ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି। ରାଜ୍ୟର ଉଦ୍ୟୋଗୀ, ଶିକ୍ଷିତ ବେକାର ଯୁବବର୍ଗ ଏବଂ ଆଗ୍ରହୀ ମତ୍ସ୍ୟଚାଷୀଙ୍କୁ ଜୀବିକା ଦେବା ସହ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବାକୁ ଏହି ନୂତନ ଜ୍ଞାନକୌଶଳ କାର୍ଯ୍ୟକାରୀ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅଧିକ ଜମି ଓ ଜଳ ସମ୍ପଦ ଉପଯୋଗ ନ କରି ସୀମିତ ସ୍ଥାନରେ ମାଛ, ଚିଙ୍ଗୁଡ଼ି ଉତ୍ପାଦନ ଲକ୍ଷ୍ୟରେ ବାୟୋଫ୍ଲକ୍‌ ଏକ ନୂତନ ଜ୍ଞାନ କୌଶଳ। ସ୍ବଳ୍ପ ଜମି(୧୫୦ରୁ ୨୦୦ ବର୍ଗ ମିଟର ପରିମିତ ଜମି) ଏବଂ ସହରାଞ୍ଚଳରେ ଯୋଗାଇ ଦିଆଯାଉଥିବା ପାଇପ ଜଳ କିମ୍ବା ନଳକୂପର ଜଳକୁ ଉପଯୋଗ କରି ଜଣେ ଚାଷୀ ସ୍ବଳ୍ପ ଅର୍ଥରେ ଏହି ପଦ୍ଧତିରେ ମାଛ ଚାଷ କରିପାରିବେ। ରୋଜଗାର ସୃଷ୍ଟି ତଥା ଜୀବିକା ସହାୟତା ଲକ୍ଷ୍ୟରେ ମତ୍ସ୍ୟଚାଷୀ ଏବଂ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଏହା ଲାଭଦାୟକ ହୋଇପାରିବ।

ବାୟୋଫ୍ଲକ ପଦ୍ଧତି ସ୍ଥାନୀୟ ବଜାର ଚାହିଦା ଥିବା ମଧୁର ଜଳ ମାଛ ଯେପରି ଗିଫ୍‌ଟ ଟିଲାପିଆ, ମାଗୁର, ଜଳଙ୍ଗ, କଉ, ବିଲାତିି ରୋହି ଆଦି ମାଛ ଉତ୍ପାଦନ ନିମନ୍ତେ ଉପଯୁକ୍ତ। ବାୟୋଫ୍ଲକ କୁଣ୍ଡରେ ବର୍ଜ୍ୟ ଜୈବ୍ୟପଦାର୍ଥ ଯଥା ଅବ୍ୟବହୃତ ଖାଦ୍ୟକୁ ପ୍ରୋବାୟୋଟିକ ଏବଂ ତରଳ ଗୁଡ଼ ଭଳି ଅଙ୍ଗାର ଉତ୍ସର ମିଶ୍ରଣ ଦ୍ୱାରା ପୁନଃ ମାଛର ଖାଦ୍ୟ ରୂପେ ପ୍ରସ୍ତୁତ କରାଯାଇ ପାରିବ। ପ୍ରଚଳିତ ମାଛ ଚାଷ ପଦ୍ଧତିରେ ୧ ଏକର ପରିମିତ ପୋଖରୀରୁ ୬ ମାସରେ ୨ ହଜାର କିଲୋ ମାଛ ଉତ୍ପାଦନ କରାଯାଇ ପାରୁଥିବା ବେଳେ ମାତ୍ର ୧୫୦ରୁ ୨୦୦ ବର୍ଗ ମିଟର ମଧ୍ୟରେ ସମପରିମାଣର ମାଛ ଉତ୍ପାଦନ ହୋଇପାରିବ। ଏହା ଯେ କୌଣସି ଉଚ୍ଚସ୍ଥାନ, ଛାତ ଉପରେ କିମ୍ବା ଘର ପଛ ପାଖରେ ଥିବା ଖୋଲା ଜାଗାରେ ମଧ୍ୟ କରାଯାଇ ପାରିବ। ଦୁଇଟି ବାୟୋଫ୍ଲକ କୁଣ୍ଡ ପାଇଁ ୧.୫୦ ଲକ୍ଷ ଟଙ୍କା ଏବଂ ୬ଟି କୁଣ୍ଡ ପାଇଁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ରାଜ୍ୟ ସରକାର ୪୦ ପ୍ରତିଶତ ରିହାତି ଯୋଗାଇ ଦେବା ବ୍ୟବସ୍ଥା ଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ ୬୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri