Posted inଫୁରସତ

ବାଟ ଦେଖାଇଛି ବାୟୋ ଫ୍ଲକ

ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ତୁଳସୀପୁର ଗ୍ରାମର ୩୩ ବର୍ଷ ବୟସ୍କ ମହେଶ୍ୱର ସାମଲ ଓରଫ ଟୁନା (ବାପା-ସ୍ବର୍ଗତ କୈଳାଶ ଚନ୍ଦ୍ର ସାମଲ, ମା-ଶାନ୍ତିଲତା ସାମଲ, ମୋ : ୮୮୪୭୮୬୬୮୨୯)। କରୋନା ମହାମାରୀ ସମୟରେ ତାଙ୍କୁ ଏକ ନୂଆ ବାଟ ଦେଖାଇଥିଲା ବାୟୋ ଫ୍ଲକ୍‌ (କୁଣ୍ଡ ପ୍ରଣାଳୀ ମାଛ ଚାଷ)। ଘରେ ପାଞ୍ଚ ପ୍ରାଣୀ କୁଟୁମ୍ବ। ଏପଟେ ଯେଉଁ କାମରୁ ସେ କିଛି ରୋଜଗାର କରୁଥିଲେ କରୋନା ପାଇଁ ତାହା ବନ୍ଦ ହୋଇଗଲା। କିପରି ପରିବାର ଚଳାଇବେ ସେହି ଚିନ୍ତା ତାଙ୍କୁ ଘାରିଲା। ଏହି ସମୟରେ କୁଣ୍ଡ ପ୍ରଣାଳୀ ମାଛ ଚାଷ କରିବାକୁ ମନସ୍ଥ କରିଥିଲେ। ଏ ସମ୍ପର୍କରେ ମହେଶ୍ୱର କହନ୍ତି, ‘ଯୁକ୍ତ ଦୁଇ ପରେ ୨୦୦୭ରେ ହାଇଦ୍ରାବାଦ ପଳାଇଥିଲି। ସେଠାରେ ଏକ କମ୍ପାନୀରେ ରହି ରାସ୍ତା ଢଳେଇ କାମରେ ବ୍ୟବହୃତ ମିକ୍ସର ଗାଡି ଚଲାଇ ଯାହା ରୋଜଗାର କରୁଥିଲି ସେଥିରେ ଯେନତେନ ପରିବାର ଚଳୁଥିଲା। ୨୦୧୭ରେ ଭୁବନେଶ୍ୱର ଆସି ସେହି କାମ ଚାଲୁ ରଖିଲି। ହେଲେ କରୋନା ଯୋଗୁ ସବୁ କାମ ବନ୍ଦ ହୋଇଯିବା ପରେ ବାଧ୍ୟ ହୋଇ ନିଜ ଗ୍ରାମକୁ ଫେରିଆସିଥିଲି। ଭୁବନେଶ୍ୱରରେ ଥିବା ବେଳେ ୟୁଟ୍ୟୁବ୍‌ରେ ବାୟୋ ଫ୍ଲକ ସମ୍ପର୍କରେ ଦେଖି କିଛି ଜ୍ଞାନ ହାସଲ କରିଥିଲି। ତା’ସହ ଭୁବନେଶ୍ୱରସ୍ଥିତ ଯାଆଁଳାରେ ଥିବା ଚନ୍ଦ୍ରଶେଖର ଆଚାର୍ଯ୍ୟଙ୍କ ଫାର୍ମ ହାଉସ ବୁଲି ବାୟୋ ଫ୍ଲକ ସମ୍ପର୍କରେ ତାଙ୍କ ପାଖରୁ ତାଲିମ ନେଇଥିଲି। ଏହି ଚାଷ ପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲିଣି।’ ନିଜକୁ ଏଥିନେଇ ପ୍ରସ୍ତୁତ ହେବା ପରେ ସେ କୋଲକାତା ଯାଇ ବାୟୋ ଫ୍ଲକ୍‌ ପାଇଁ ଆବଶ୍ୟକ ସମସ୍ତ ସରଞ୍ଜାମ କିଣିଥିଲେ। ପ୍ରଥମେ ଦୁଇଟି କୁଣ୍ଡ କରି ଆରମ୍ଭ କଲେ ଏହି ପ୍ରଣାଳୀରେ ମାଛ ଚାଷ। ଏଥିରେ ସଫଳତା ହାସଲ ପରେ ବର୍ତ୍ତମାନ ଚାରିଟା କୁଣ୍ଡରେ ଏହି ଚାଷ ଚାଲିଛି। ଦଶ ହଜାର ଲିଟରବିଶିଷ୍ଟ କୁଣ୍ଡ ତିଆରି ହୋଇଛି। ଏହି କୁଣ୍ଡରେ ଭିଏତନାମା କଉ, ରୂପଚାନ୍ଦି, ତେଲଟିଆ, ରୋହୀ, ଭାକୁର, ମୀରଆଦି ମାଛ ଚାଷ କରୁଛନ୍ତି। ବଜାରରେ କଉ ମାଛ ୩୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଧୁନିକ ପ୍ରଣାଳୀରେ ମହେଶ୍ୱର ମାଛ ଚାଷ କରି ୨୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଅନ୍ୟ ମାଛ ୧୨୦ଟଙ୍କା, ୯୦ ଟଙ୍କା ଓ ୮୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହି ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମହେଶ୍ୱର। ଏହି ଚାଷ ପାଇଁ ତାଙ୍କୁ ସହଯୋଗ କରୁଛନ୍ତି ଦାଦା କୈଳାସ ସାମଲ ଓ ଭାଇ ଜୀବନଜ୍ୟୋତି ଏବଂ ଦୀପକ। ମହେଶ୍ୱର କୁଣ୍ଡ ଚାଷ ନିକଟରେ ଥିବା ଚାଷ ଜମିକୁ ପୋତି କୁଣ୍ଡ ଚାଷ ବଢାଇବାକୁ ଇଚ୍ଛା କରୁଥିଲେ ମଧ୍ୟ ଅଧିକ ଅର୍ଥର ଆବଶ୍ୟକତା ଥିବା ପ୍ରକାଶ କରିଛନ୍ତି। ଆବଶ୍ୟକ ସରକାରୀ ସହଯୋଗ ମହେଶ୍ୱରଙ୍କୁ ମିଳିଲେ କୁଣ୍ଡ ପ୍ରଣାଳୀରେ ମାଛ ଚାଷ କରି ଅଞ୍ଚଳରେ ରହିଥିବା ମାଛ ଚାହିଦାକୁ ଅନେକାଂଶରେ ପୂରଣ କରିପାରିବେ ବୋଲି ଆଶା ରଖିଛନ୍ତି ଏହି ସଫଳ ଚାଷୀ।
-ଦେବେନ୍ଦ୍ର ଆନ୍ଦିଆ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri