ହସ ଫୁଟାଇଛି ମାଛଚାଷ

ଭୁବନ,୧୮।୨:  କରୋନା ଶିଖାଇଦେଇଛି ଜୀବନର ମହତ୍ତ୍ୱ ଏବଂ ଜୀବିକାର ଗୁରୁତ୍ୱ। କୋଭିଡ୍‌ ପରବର୍ତ୍ତୀ ସମୟରେ ସବୁଠାରୁ ବଡ଼ ଆହ୍ବାନ ସ୍ବାବଲମ୍ବୀ ହେବା ଏବଂ ନିଜ ଉଦ୍ୟମରେ ସ୍ଥାୟୀ ରୋଜଗାରର ପନ୍ଥା ଖୋଜିବା। ଏଥିଲାଗି ମାନସିକସ୍ତରରେ ଅନେକେ ପ୍ରସ୍ତୁତ ହେଉଥିବାବେଳେ ଏଥିରେ ବଡ଼ ଆଶା ପାଲଟିଛି ବାୟୋଫ୍ଲକ୍‌ ମାଛଚାଷ। ସ୍ବଳ୍ପ ପୁଞ୍ଜି ବିନିଯୋଗରେ ଅଧିକ ଲାଭ ଏବଂ ସରକାରୀ ସବ୍‌ସିଡି ମିଳୁଥିବାରୁ ଏହା ଏବେ ଗ୍ରାମାଞ୍ଚଳର ଯୁବଚାଷୀଙ୍କ ମୁହଁରେ ହସ ଫୁଟାଇଛି।

ଢେଙ୍କାନାଳ ଜିଲାର ଭୁବନ ଏନ୍‌ଏସି ସମେତ ଆଖପାଖ ଗ୍ରାମାଞ୍ଚଳରେ ଯୁବ ଚାଷୀଙ୍କ ମଧ୍ୟରେ ବାୟୋଫ୍ଲକ୍‌ ପଦ୍ଧତିରେ ମାଛଚାଷକୁ ନେଇ ଆଗ୍ରହ ବଢ଼ିବାରେ ଲାଗିଛି। ମତ୍ସ୍ୟ ବିଭାଗର ପ୍ରେରଣା, ପରାମର୍ଶରେ ଚାଷୀମାନେ ସୀମିତ ସ୍ଥାନରେ କୁଣ୍ଡରେ ମାଛଚାଷ କରି ବେଶ୍‌ ଲାଭବାନ୍‌ ହେଉଛନ୍ତି।
କରୋନା ସମୟରେ ରୋଜଗାରର ବାଟ ବନ୍ଦ ହୋଇଯିବା ପରେ ଗ୍ରାମାଞ୍ଚଳକୁ ଫେରିଛନ୍ତି ବହୁ ପ୍ରବାସୀ ଶ୍ରମିକ। ସେମାନଙ୍କ ମଧ୍ୟରୁ ଅନେକେ ଏବେ ବାହାର ରାଜ୍ୟରେ କମ୍ପାନୀ କାମ କରିବାକୁ କୁଣ୍ଠାବୋଧ କରୁଛନ୍ତି। ନିଜ ହାତରେ ଥିବା ସମ୍ବଳ, ସରକାରୀ ସହାୟତାରେ ସେମାନେ ଏବେ ଘରୋଇ ଉଦ୍ୟୋଗ କରି ଆତ୍ମନିର୍ଭରଶୀଳ ହେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏ କ୍ଷେତ୍ରରେ ବାୟୋଫ୍ଲକ୍‌ ପଦ୍ଧତିରେ ମାଛ ଉତ୍ପାଦନ ଲାଗି ଆଗ୍ରହ ବଢୁଛି। ଏନ୍‌ଏସି ଅନ୍ତର୍ଗତ ୨ନଂ. ଓ୍ବାର୍ଡ ଅଧୀନ ଅରବିନ୍ଦ ମାର୍ଗ, ଗଡ଼ଗହମପୁର ନୂଆସାହି, ବ୍ଲକ ଅନ୍ତର୍ଗତ ମହୁଲପାଳ, ଅନନ୍ତପୁର ଏବଂ ଧଳପଡ଼ା ଅଞ୍ଚଳରେ ଅନେକ ଯୁବକ ଏହି ପଦ୍ଧତିରେ ମାଛଚାଷ ଆରମ୍ଭ କରିଛନ୍ତି। ବ୍ଲକର ଲକ୍ଷ୍ମୀଧରପୁର ଏବଂ ମୃଦଙ୍ଗା ଅଞ୍ଚଳରେ କେତେଜଣ ଚାଷୀ ୧୫ ଲକ୍ଷ ଟଙ୍କା ବ୍ୟୟରେ ମାଛଚାଷ କରି ଲାଭବାନ୍‌ ହୋଇ ପାରିଛନ୍ତି। ଏହାକୁ ଦେଖି ଅନ୍ୟ କେତେଜଣ ମଧ୍ୟ ସରକାରୀ ସହାୟତା ପାଇଁ ଆବେଦନ କରିଛନ୍ତି।
ବାୟୋଫ୍ଲକ୍‌ ପଦ୍ଧତିରେ ମାଛଚାଷ ଲାଗି କୁଣ୍ଡ, ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ଏବଂ ଯାଅଁାଳ କିଣିବା ଲାଗି ୧ଲକ୍ଷ ୫୦ ହଜାର ଟଙ୍କା ଯାଏ ସହାୟତା ରାଶି ଯୋଗାଇ ଦିଆଯାଉଛି। ମହିଳା, ଏସ୍‌ସି,ଏସ୍‌ଟିଙ୍କ ଲାଗି ୬୦% ଏବଂ ପୁରୁଷ ଚାଷୀଙ୍କ ପାଇଁ ୪୦% ସବ୍‌ସିଡି ଯୋଗାଇ ଦିଆଯାଉଛି। ପାରମ୍ପରିକ କୃଷି ତୁଳନାରେ ଏଥିରେ ଲାଭ ଦୁଇଗୁଣା ହେଉଥିବାରୁ ଏଥିପ୍ରତି ଦିନକୁ ଦିନ ଆଗ୍ରହ ବଢ଼ିବାରେ ଲାଗିଛି। ଅପରପକ୍ଷେ ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବାକୁ ବିଭାଗ ପକ୍ଷରୁ ୨ଟି ପୋଖରୀ ଖନନ କରାଯାଉଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ପୋଖରୀ ଖନନ କରାଯାଇଛି। ମାଛଚାଷରେ ବ୍ଲକକୁ ସ୍ବାବଲମ୍ବୀ କରିବାକୁ ସମସ୍ତ ପ୍ରୟାସ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଲାଭଜନକ ବ୍ୟବସାୟ ପାଲଟିଛି
ମାଛଚାଷ ବେକାର ଯୁବତୀ ଯୁବକଙ୍କୁ ଆତ୍ମନିର୍ଭରଶୀଳ କରାଇପାରୁଛି। ବୈଜ୍ଞାନିକ ପ୍ରଣାଳୀରେ ହେଉଥିବା ବାୟୋଫ୍ଲକ୍‌ ଚାଷ ମାଛଚାଷ ପାଇଁ ସରକାରୀସ୍ତରରେ ପ୍ରୋତ୍ସାହନ ଦିଆଯାଉଛି। ସାମାନ୍ୟ ପରିଶ୍ରମ ଏବଂ କମ୍‌ ସ୍ଥାନରେ ହୋଇ ପାରୁଥିବାରୁ ଏହାକୁ ଯୁବ ମାଛଚାଷୀମାନେ ଅଧିକ ଗୁରୁତ୍ୱ ଦେଉଛନ୍ତି।
– ସ୍ବପ୍ନାଲିପ୍ସା ସାହୁ, ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ

ୟୁ ଟ୍ୟୁବ୍‌ରୁ ମିଳିଛି ପ୍ରେରଣା
ବାୟୋଫ୍ଲକ୍‌ ପଦ୍ଧତିରେ ମାଛଚାଷ ପାଇଁ ୟୁ ଟ୍ୟୁବ୍‌ରୁ ପ୍ରେରଣା ମିଳିଛି। ପୂର୍ବରୁ କଂସାବାସନ କାରିଗରି କରୁଥିଲି। ଗୁଜରାଣ ମେଣ୍ଟାଇବା କଷ୍ଟକର ହୋଇପଡ଼ିବା ପରେ ଛତୁ ଏବଂ ମାଛଚାଷ ଆରମ୍ଭ କରିଛି। ଭଦ୍ରକର ଜଣେ ସଫଳ ଚାଷୀ ଏଥିରେ ବୈଷୟିକ ସହାୟତା କରିଛନ୍ତି। ପର୍ଯ୍ୟାୟକ୍ରମେ ୧୦ କୁଣ୍ଡରେ ମାଛ ପାଳନ କରିବାକୁ ଯୋଜନା ରଖିଛି।
– ଦିଲୀପ କୁମାର ସାହୁ, ଗଡ଼ଗହମପୁର ନୂଆସାହି

ସାମାନ୍ୟ ଯତ୍ନ ନେଲେ ଅଧିକ ଲାଭ ମିଳିବ
ବାୟୋଫ୍ଲକ୍‌ ପଦ୍ଧତିରେ ମାଛଚାଷ ଏବଂ ବୈଜ୍ଞାନିକ ଉପାୟରେ ଛତୁ ଉତ୍ପାଦନରେ ଦୁଇଗୁଣା ଲାଭ ମିଳୁଛି। ଏହା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ କର୍ମନିଯୁକ୍ତି ସୃଷ୍ଟି କରୁଛି। ସ୍ଥାନୀୟ ଗରିବ ଏବଂ କମ୍‌ ପାଠପଢୁଆ ଲୋକଙ୍କୁ ରୋଜଗାର ମିଳୁଛି। ଠିକ୍‌ ସମୟରେ ଯତ୍ନନେଲେ ୩ ମାସ ଭିତରେ ମାଛ ବିକ୍ରିଯୋଗ୍ୟ ହୋଇପାରିବେ।
-ଚନ୍ଦନ କୁମାର ମଲ୍ଲିକ, ଫାର୍ମରେ କାର୍ଯ୍ୟରତ ସହାୟକ


Enter your email to get our daily news in your inbox.

All Right Reserved By Dharitri.Com

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

ଜଙ୍ଗଲରେ ବ୍ୟାପିଲାଣି ନିଆଁ, ରୋକିବା ପାଇଁ ଅଣ୍ଟାଭିଡ଼ିଲେ ଜିଲାପରିଷଦ ସଭ୍ୟ

ପରଜଙ୍ଗ,୧୨ା୩(ନିଗମାନନ୍ଦ ଦଳବେହେରା): ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଢେଙ୍କାନାଳ ବନଖଣ୍ଡର ମହାବିରୋଡ୍‌ ବନାଞ୍ଚଳରେ ଥିବା ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri