ଜୈବବିବିଧତା ଓ ପରିସଂସ୍ଥା

ଶୁଭନାରାୟଣ ଶତପଥୀ

 

ଏହି ପୃଥିବୀରେ ବସବାସ କରିଥିବା ଜୀବମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ, ସାମଞ୍ଜସ୍ୟକୁ ଆମେ ଜୈବବିବିଧତା କହିଥାଉ। ଏଥିରେ ପଶୁପକ୍ଷୀ ସମେତ ବୃକ୍ଷ, ବ୍ୟାକ୍ଟେରିଆ, ଫଙ୍ଗସ୍‌ ଆଦି ଅନ୍ତର୍ଭୁକ୍ତ। ଜିନ୍‌ ସମ୍ବନ୍ଧୀୟ ବିବିଧତାକୁ ଆମେ ଜନ୍ମଗତ ବା ଜେନେଟିକ୍‌ ଡାଇଭର୍‌ସିଟି କହିଥାଉ। ଏଥିରେ ଡି.ଏନ୍‌.ଏ. ବା ଜିନ୍‌କୁ ଅଧ୍ୟୟନ କରି ବିବିଧତାକୁ ନିରୀକ୍ଷଣ କରି ସେମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ନିର୍ଣ୍ଣୟ କରାଯାଏ। ସେହିପରି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ, ଗୋଷ୍ଠୀରେ, ସ୍ଥାନରେ ଥିବା ଗୋଟିଏ ଜାତିର ବୃକ୍ଷରାଜି, ପଶୁପକ୍ଷୀ, ମଣିଷ ବଂଶବୃଦ୍ଧି କରି ବଞ୍ଚତ୍ ରହିଥା’ନ୍ତି; ଯେମିତିକି ମାଛ, ଡଲ୍‌ଫିନ, ଟୁନା, ସାଲମୋନ ଇତ୍ୟାଦି। ଏମାନଙ୍କୁ ଜାତିଗତ ବିବିଧତା ରୂପେ ବିବେଚନା କରାଯାଏ। ବଞ୍ଚତ୍ବା ପାଇଁ ବୃକ୍ଷ, ଜୀବଜନ୍ତୁ ମଧ୍ୟରେ ଥିବା ଆମତ୍ନିର୍ଭରଶୀଳତା କିମ୍ବା ଖାଦ୍ୟଶୃଙ୍ଖଳ ମାଧ୍ୟମରେ ଥିବା ସନ୍ତୁଳିତ ପରିବେଶକୁ ଆମେ ପାରିବେଶିକ ବିବିଧତା କହିଥାଉ। ଜୀବମାନେ ପରସ୍ପର ଅଥବା ବୃକ୍ଷ ଉପରେ ନିର୍ଭରଶୀଳ। ଏହି ଜୈବ ପରିସଂସ୍ଥାଯୁକ୍ତ ବିବିଧତା ମରୁଭୂମି, ହେନ୍ତାଳବନ, ଗ୍ରୀଷ୍ମମଣ୍ଡଳୀୟ ଅରଣ୍ୟ, ଜଳଜାତ ପରିବେଶରେ ଦୃଷ୍ଟିଗୋଚର ହୁଏ।
ଜୀବଜଗତ ବଞ୍ଚତ୍ରହିବା ପାଇଁ ଜୈବବିବିଧତାର ଆବଶ୍ୟକତା ଓ ଗୁରୁତ୍ୱ ବେଶୀ। ଏହି ବିବିଧତା ପରିବେଶ ଓ ପାଣିପାଗର ସନ୍ତୁଳନକାରୀ। ବେଦ, ଉପନିଷଦ ବର୍ଣ୍ଣନା କରେ ପ୍ରକୃତି ଓ ଏହାର ବିବିଧତା ହିଁ ମଣିଷର ସୁରକ୍ଷା କବଚ। ଏଣୁ ପ୍ରକୃତି, ବୃକ୍ଷରାଜି, ପଶୁପକ୍ଷୀ ପୂଜନର ପରମ୍ପରା ଭଳି ସାଂସ୍କୃତିକ ବ୍ୟବସ୍ଥା ରହିଆସିଛି। ଭ୍ରମଣରୁ ରାଜସ୍ବ ବୃଦ୍ଧି ହେଉ ବା ଶିଳ୍ପ ପାଇଁ କଞ୍ଚାମାଲ ସବୁ କ୍ଷେତ୍ରରେ ଜୈବବିବିଧତା ଉପରେ ମଣିଷ ନିର୍ଭର କରିଥାଏ। ଖାଦ୍ୟ, ଔଷଧର ଉତ୍ସ ଏଥିରେ ଥାଏ। ଏହା ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ତଥା ମଣିଷର ଅର୍ଥନୈତିକ ଆବଶ୍ୟକତା ପୂରଣ କରିଥାଏ। ମାଟିର ଗୁଣାମତ୍କମାନ ବୃଦ୍ଧି କରିବା ଓ ପୁନଃ ସୃଷ୍ଟିର ଏହା ଏକ ଅଭିନ୍ନ ଅଙ୍ଗ। ଅପରପକ୍ଷରେ, ପଲିଥିନ୍‌ର ବହୁଳ ବ୍ୟବହାର, ଆଲୋକ ଶବ୍ଦ ରାସାୟନିକ ପ୍ରଦୂଷଣ, ବିଶ୍ୱତାପନ, କୃଷି କ୍ଷେତ୍ରରେ ରାସାୟନିକ ପ୍ରୟୋଗ ଜୈବବିବିଧତାର ବିରୋଧୀ।
୧୯୭୨ରେ ରବର୍ଟ ହ୍ବିଟାକର ଆଲ୍‌ଫା, ବିଟା, ଗାମା ବିବିଧତାକୁ ଚିହ୍ନଟ କରିଥିଲେ। ଗୋଟିଏ ନିର୍ଦ୍ଦିଷ୍ଟ ଜୈବ ପରିସଂସ୍ଥା ଅଞ୍ଚଳରେ ଥିବା ବିବିଧତା ଏବଂ ପ୍ରଜାତିଙ୍କ ସଂଖ୍ୟାକୁ ଆଲ୍‌ଫା ବିବିଧତା କୁହାଯାଉଥିବାବେଳେ, ଦୁଇ ବା ତତୋଽଧିକ ପରିସଂସ୍ଥା ମଧ୍ୟରେ ଥିବା ଜୈବବିବିଧତା ମଧ୍ୟରେ ପାର୍ଥକ୍ୟ ବା ସାମଞ୍ଜସ୍ୟକୁ ବିଟା ବିବିଧତା କହିଥାଉ। ତେବେ ଏକ ବୃହତ୍‌ ଭୌଗୋଳିକ ଭୂଖଣ୍ଡ ଯେଉଁଠି ଅନେକ ପରିସଂସ୍ଥା ରହିଥାଏ, ତାକୁ ଗାମା ବିବିଧତା କୁହାଯାଏ।
ସମ୍ପ୍ରତି ଏହି ଜୈବବିବିଧତା ଅବକ୍ଷୟ ସାଙ୍ଗକୁ ପରିସଂସ୍ଥା ଅସନ୍ତୁଳିତ ହେବାରେ ଲାଗିଛି। ଯେଉଁ ପ୍ରକୃତିକୁ ମଣିଷ ପୂଜା କରିଆସୁଥିଲା ତାହାକୁ ନଷ୍ଟ କରୁଛି। ପ୍ରକୃତି ଉପରେ ଅତ୍ୟଧିକ ନିର୍ଭରଶୀଳତା ଓ ପ୍ରାକୃତିକ ଉତ୍ସର ଉତ୍ତୋଳନ ପ୍ରାକୃତିକ ଅବକ୍ଷୟର ପ୍ରମୁଖ କାରଣ ରୂପେ ଉଭା ହୋଇଛି। ଡ୍ୟାମ ନିର୍ମାଣ, ଖଣି ଖନନ, କାରଖାନା ପାଇଁ କଞ୍ଚାମାଲ ଆମଦାନୀ ନିମନ୍ତେ ମଣିଷ ପ୍ରକୃତିକୁ ନଷ୍ଟ କରୁଥିବାରୁ ଏହାର ପ୍ରଭାବ ସିଧାସଳଖ ଜୈବବିବିଧତା ଉପରେ ପଡୁଛି। ଜଙ୍ଗଲ କାଟିବା, ମୃତ୍ତିକା କ୍ଷୟ ହେବା ଦ୍ୱାରା ଜଳଉତ୍ସଗୁଡ଼ିକ ବିପଦରେ ପଡୁଛି। ଜୀବଜନ୍ତୁ ମୃତ୍ୟୁମୁଖରେ ପଡୁଛନ୍ତି। ସବୁଜିମା ନଷ୍ଟ ହେଉଛି। ଫଳରେ ମରୁଭୂମି, ପଡ଼ିଆର କଳେବର ବୃଦ୍ଧି ପାଉଛି। ତା’ଛଡ଼ା ବନ୍ୟଜନ୍ତୁଙ୍କ ଅବାଧ ଶିକାର ବା ବେଆଇନ ଭାବରେ ବନ୍ୟଜନ୍ତୁ ଓ ସେମାନଙ୍କ ଅଙ୍ଗ ବ୍ୟବସାୟ ଦ୍ୱାରା ମଧ୍ୟ ଜୈବବିବିଧତା ନଷ୍ଟ ହୁଏ। ସେ ହାତୀଦାନ୍ତ ବ୍ୟବସାୟ ହେଉ ବା ସାମୁଦ୍ରିକ କଇଁଛ କିମ୍ବା କାଠ କାରବାର ଏସବୁ ଅନୈତିକ କାମ ମଣିଷ ଦ୍ୱାରା ହିଁ ହୋଇଥାଏ। ବିଲୁପ୍ତପ୍ରାୟ ଜୀବମାନଙ୍କ ଶିକାର, ରପ୍ତାନି ସିଧା ଜୈବପରିସଂସ୍ଥାକୁ ପ୍ରଭାବିତ କରେ। ଫଳରେ ଖାଦ୍ୟପାଇଁ ନିର୍ଭରଶୀଳତା ବାଧାପ୍ରାପ୍ତ ହୁଏ। ଏହା ଖାଦ୍ୟଶୃଙ୍ଖଳକୁ ନଷ୍ଟ କରେ। ନିଜର ଆର୍ଥିକ ଫାଇଦା ପାଇଁ ଏହି କାର୍ଯ୍ୟ କରୁଥିବା ମଣିଷ ବୁଝିପାରେ ନାହିଁ ଯେ, ଯେଉଁ ବିବିଧତାକୁ ସେ ନଷ୍ଟ କରୁଛି ତାହା ଦିନେ ମଣିଷସମାଜ ପାଇଁ ଧ୍ୱଂସର କାରଣ ହେବ।
ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ସୃଷ୍ଟି ହେଉଥିବା ଅସନ୍ତୁଳନ ବା ବିରୀତାଭିମୁଖୀ ପରିସଂସ୍ଥା କାରଣରୁ ଜୈବବିବିଧତା ନଷ୍ଟ ହୁଏ। ମଣିଷ ରହିବା ସ୍ଥାନର ସମ୍ପ୍ରସାରଣ କରିବା ଓ ଅହେତୁକ ଜନସଂଖ୍ୟା ବୃଦ୍ଧି ହେତୁ ଜୈବପରିସଂସ୍ଥା ଉପରେ ଚାପ ପଡ଼େ। ଫଳରେ ଅସନ୍ତୁଳନର ସୂତ୍ରପାତ ହୁଏ। ଏହି ସୀମିତ ଜୈବସମ୍ବଳ ସରି ସରି ଯାଏ। ଅପରପକ୍ଷରେ ଚାଷଜମିରେ ବିଷ ପ୍ରୟୋଗ, ଚାଷଜମି ଓ ଫସଲ ସୁରକ୍ଷା ପାଇଁ ବନ୍ୟଜନ୍ତୁଙ୍କୁୁ ଆକ୍ରମଣ କିମ୍ବା ମଣିଷ ନିଜର ସ୍ବାର୍ଥ ପାଇଁ ଜାଣତରେ ହେଉ ବା ଅଜାଣତରେ କରୁଥିବା ଜୈବବିବିଧତାର କ୍ଷତି ଦିନେ ପୃଥିବୀରେ ଜୀବଜଗତର ସତ୍ତାକୁ ଲୋପ କରିଦେବ। ଏଣୁ ମହୀକୁ ଚିରସ୍ଥାୟୀ କରିବାକୁ ହେଲେ ଜୈବବିବିଧତାର ସୁରକ୍ଷା ଜରୁରୀ।
ତଥ୍ୟରୁ ଜଣାଯାଏ, ୩ ବିଲିୟନ ଲୋକ ମାଛରୁ ୨୦% ପ୍ରୋଟିନ ପାଇଥାନ୍ତି। ବୃକ୍ଷରୁ ୮୦%ରୁ ଊର୍ଦ୍ଧ୍ୱ ଖାଦ୍ୟ ମିଳିଥାଏ। ଗ୍ରାମାଞ୍ଚଳରେ ଥିବା ଅଧିବାସୀ ପାରମ୍ପରିକ ଔଷଧ ପାଇଁ ବୃକ୍ଷ ଉପରେ ନିର୍ଭର କରିଥାଆନ୍ତି। ସେହିପରି ମଣିଷର ହସ୍ତକ୍ଷେପ ଯୋଗୁ ତିନିି-ଚତୁର୍ଥାଂଶ ଜମି ଏବଂ ପ୍ରାୟ ୬୬% ସାମୁଦ୍ରିକ ପରିବେଶ ବିପଦରେ ଅଛି। ଏକ ମିଲିୟନ ବୃକ୍ଷ ଓ ଜୀବମାନେ ବିଲୁପ୍ତିର ଦ୍ୱାରଦେଶରେ। ଡବ୍ଲ୍ୟୁ.ଡବ୍ଲ୍ୟୁ.ଏଫ୍‌.ର ଏକ ରିପୋର୍ଟ ଅନୁସାରେ ୧୯୭୦ ସୁଦ୍ଧା ମୋଟ ୬୮% ମେରୁଦଣ୍ଡୀ ପ୍ରାଣୀଙ୍କୁ ହରାଇ ସାରିଲୁଣି। ତା’ଛଡ଼ା ବିଗତ ୫୦ ବର୍ଷ ମଧ୍ୟରେ ଅର୍ଦ୍ଧାଧିକ ପକ୍ଷୀ, ସ୍ତନ୍ୟପାୟୀ, ସରୀସୃପ, ଉଭୟଚର ପ୍ରାଣୀ ଲୋପ ପାଇସାରିଲେଣି। ତେବେ ଏହି ସମୟ ମଧ୍ୟରେ ମନୁଷ୍ୟଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ତେବେ କ’ଣ ଭବିଷ୍ୟତରେ ମଣିଷ ଏକାକୀ ପ୍ରଜାତି ଭାବେ ବିଶ୍ୱରେ ରହିବାକୁ ମନସ୍ଥ କରିଛି? ଯଦି ହଁ, ତେବେ ଏହା ସମ୍ଭବ ନୁହେଁ। କାରଣ ଜୈବବିବିଧତା ଓ ପରିସଂସ୍ଥା ବିନା ଜୀବନ ସମ୍ଭବ ନୁହେଁ। କାରଣ ଏହି ବିବିଧତା ଓ ପରିସଂସ୍ଥାର ଏକ ଅଂଶ ହେଉଛି ମଣିଷ। ପରସ୍ପର ନିର୍ଭରଶୀଳତାପୂର୍ଣ୍ଣ ପରିସଂସ୍ଥାର ପଥିକ ଏଇ ମଣିଷ।
ଏଣୁ ଏ ତଥ୍ୟର ଗତି ପ୍ରକାଶ କରେ ଯେ, ମଣିଷ ଆଗାମୀ ଦିନରେ ଖାଦ୍ୟ, ଅର୍ଥ, ଔଷଧ ପାଇଁ ଡହଳବିକଳ ହେଉଥିବ ଏବଂ ଏହି ସମୟରେ ପାଣିପାଗ, ପରିବେଶର ପରିସଂସ୍ଥା ପ୍ରତିକୂଳ ହୋଇଥିବ। ଏହାର ଝଲକ ସମ୍ପ୍ରତି ଦେଖିବାକୁ ମିଳିଲାଣି। ଏଣୁ ଜୈବବିବିଧତା ତଥା ପରିସଂସ୍ଥାର ସୁରକ୍ଷା ନିମନ୍ତେ କେବଳ ଭାଷଣ, ଫଟୋ ପ୍ରଦର୍ଶନୀ ନୁହେଂ ବରଂ ଜୈବଜୀବନର ସୁରକ୍ଷା ପାଇଁ କ୍ଷେତ୍ରସ୍ତରରେ ଅଣ୍ଟା ଭିଡ଼ିଲେ ଜୀବଜଗତର ସୁରକ୍ଷା ହୋଇପାରିବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ: ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?