ଚେହେରା ଅନୁଯାୟୀ ବିନ୍ଦି

ବିନ୍ଦି! ନାରୀଙ୍କୁ ଦେଇଥାଏ ଏକ ଆକର୍ଷଣୀୟ ଲୁକ୍‌। ପାରମ୍ପରିକ ପୋଷାକରେ ତ ଏହା ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ବିଭିନ୍ନ ପ୍ରକାରର ବିନ୍ଦି ଦେଖିବାକୁ ମିଳୁଥିବା ବେଳେ ସବୁପ୍ରକାରର ବିନ୍ଦି କିନ୍ତୁ ସମସ୍ତଙ୍କ ଚେହେରାକୁ ମାନି ନ ଥାଏ। ତେଣୁ କେଉଁ ଚେହେରା ପାଇଁ କେଉଁ ବିନ୍ଦି ପରଫେକ୍ଟ ହୋଇଥାଏ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

* ଗୋଲାକାର ଚେହେରା: ଯେଉଁ ନାରୀଙ୍କର ଗୋଲ ମୁହଁ ବା ଗୋଲାକାର ଚେହେରା ଥାଏ, ସେମାନେ ମଥାରେ କେବେ ବି ଗୋଲ ବିନ୍ଦି ଲଗାଇବା ଠିକ୍‌ ନୁହେଁ। କାରଣ ଗୋଲ ବିନ୍ଦି ସେମାନଙ୍କ ମୁହଁକୁ ଆହୁରି ଗୋଲ ଏବଂ ଛୋଟ କରି ଦେଇଥାଏ। ସେଥିପାଇଁ ସେମାନେ ଟିକେ ଲମ୍ବା ବାଲା ବିନ୍ଦି ପିନ୍ଧିବା ଆବଶ୍ୟକ।

* ଅଣ୍ଡାକୃତି ଚେହେରା: ଏଭଳି ଚେହେରା ଥିବା ନାରୀ ଯେ କୌଣସି ଷ୍ଟାଇଲ୍‌ର ବିନ୍ଦି ପିନ୍ଧିପାରିବେ। କିନ୍ତୁ ବେଶୀ ଲମ୍ବା ବିନ୍ଦି ଏମାନଙ୍କୁ ସେତେ ଭଲ ମାନେନାହିଁ। ତା’ଛଡ଼ା ପିନ୍ଧୁଥିବା ଲିପ୍‌ଷ୍ଟିକ୍‌ର କଲର୍‌କୁ ମ୍ୟାଚିଂ କରି ବିନ୍ଦି ପିନ୍ଧିଲେ ଏମାନଙ୍କ ଚେହେରା ବେଶ୍‌ ଆକର୍ଷଣୀୟ ଦେଖାଯାଇଥାଏ।

* ସ୍କୋୟାର୍‌ ଚେହେରା: ଏହି ଚେହେରା ଥିବା ନାରୀମାନଙ୍କୁ ଗୋଲ ବିନ୍ଦି ଅଥବା ଭି ଶେପ୍‌ର ବିନ୍ଦି ବେଶ୍‌ ଭଲ ମାନିଥାଏ।

* ବଡ଼ ଚେହେରା: ଯେଉଁ ନାରୀଙ୍କର ମୁହଁ ଗୋଲାକାର ହେବା ସଙ୍ଗେସଙ୍ଗେ ଟିକେ ବଡ଼ ଦେଖାଯାଉଥିବ, ସେମାନେ ଟିକେ ବଡ଼ ସାଇଜ୍‌ର ଗୋଲ ବିନ୍ଦି ମଥାରେ ଲଗାଇଲେ ଲୁକ୍‌ ବେଶ୍‌ ସୁନ୍ଦର ଲାଗିଥାଏ।

* ଛୋଟ ମଥା ଥିବା ଚେହେରା: ଛୋଟ ମଥା ଥିବା ଚେହେରାକୁ ତ୍ରିକୋଣ ଆକୃତିର ଚେହେରା ବୋଲି ବି କୁହାଯାଇଥାଏ। ତେବେ ଏହି ଟାଇପ୍‌ର ଚେହେରାକୁ ଯେ କୌଣସି ଷ୍ଟାଇଲ୍‌ର ବିନ୍ଦି ପିନ୍ଧିଲେ ବେଶ୍‌ ଭଲ ମାନିଥାଏ।

* ହାର୍ଟ ଶେପ୍‌ ଚେହେରା: ଏହି ଚେହେରାକୁ ଛୋଟ ବିନ୍ଦି ବେଶ୍‌ ଭଲ ମାନିଥାଏ। କାରଣ ଏହି ଟାଇପ୍‌ର ଚେହେରା ଥିବା ନାରୀଙ୍କର ମଥା ଟିକେ ବଡ଼ ରହିଥାଏ।

ଅବସର ଅନୁସାରେ ବିନ୍ଦି ଚୟନ
– ଯଦି ଆପଣ ଅଫିସ୍‌କୁ ଶାଢି ପିନ୍ଧିକି ଯାଉଛନ୍ତି, ତା’ହେଲେ ହାଲ୍‌କା ମେକ୍‌ଅପ୍‌ ସାଙ୍ଗକୁ ମଥାରେ ଗୋଟିଏ ଛୋଟ ବିନ୍ଦି ଲଗାଇଲେ ପ୍ରୋଫେଶନାଲ୍‌ ଲୁକ୍‌ ମିଳିଥାଏ।
– ପାର୍ଟି, ଫଙ୍କସନ୍‌କୁ ଯଦି ଆପଣ କିଛି ସିମ୍ପଲ୍‌ ଆଉଟ୍‌ଫିଟ୍‌ ପିନ୍ଧି ଯିବାକୁ ଯୋଜନା କରିଛନ୍ତି, ତା’ହେଲେ ସେ କ୍ଷେତ୍ରରେ ମଥାରେ ଭର୍ଟିକାଲ୍‌ ଶେପ୍‌ର ବିନ୍ଦି ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିବ।
– କିନ୍ତୁ ହେଭି ଓ୍ବାର୍କ ହୋଇଥିବା ଆଉଟ୍‌ଫିଟ୍‌ ସାଙ୍ଗକୁ ମଥାରେ ଛୋଟ ଏକ ସିମ୍ପଲ ବିନ୍ଦିଟିଏ ପିନ୍ଧିଲେ ବି ଲୁକ୍‌ ଖୁବ୍‌ ସୁନ୍ଦର ଲାଗିଥାଏ।
– ବାହାଘର ଭଳି ଫଙ୍କସନ୍‌ରେ ଆପଣ ଚାହିଁଲେ ଟିକେ ବଡ଼ ସାଇଜ୍‌ର ଡିଜାଇନ୍‌ର ବିନ୍ଦି ପିନ୍ଧି ନିଜକୁ ସଜାଇ ପାରିବେ।

ଜରୁରୀ ସୂଚନା
– ସବୁବେଳେ ଭଲ କମ୍ପାନୀର ବିନ୍ଦି ଲଗାଇବା ଉଚିତ୍‌। କାରଣ ଆଜିକାଲି ମାର୍କେଟ୍‌ରେ ଖୁବ୍‌ ଶସ୍ତାରେ ବି ବିନ୍ଦି ମିଳିଯାଉଛି; କିନ୍ତୁ ଏହାକୁ ଲଗାଇଲେ ଆଲର୍ଜି ପରି ସମସ୍ୟା ଦେଖାଯାଉଛି।
– ଗୋଟିଏ ବିନ୍ଦିକୁ ବହୁତ ଦିନ ପର୍ଯ୍ୟନ୍ତ ମଥାରେ ପିନ୍ଧିବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ସେଠାରେ ଇନ୍‌ଫେକ୍ସନ ହୋଇଯିବାର ସମ୍ଭାବନା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଶି ଚକ୍ରରେ ଶୁକ୍ର ଚଳନ: ଆସନ୍ତା ୨୪ ଦିନ ଏହି ୫ ରାଶିର ବଢ଼ିବ ଧନ ଓ ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୁଖ-ସୁବିଧା, ପ୍ରେମ ଏବଂ ଅପାର ଧନର କାରକ ଗ୍ରହ ‘ଶୁକ୍ର’ ଶନିବାର ଅର୍ଥାତ୍ ୨୦ ଡିସେମ୍ବର ସକାଳ ୭ଟା ୩୧ ମିନିଟରେ...

୨୦୨୬ ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ, ଫିଟିବ ବିବାହର ଯୋଗ!

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବିବାହ କେବଳ ବୟସ କିମ୍ବା ଇଚ୍ଛା ଉପରେ ନୁହେଁ, ବରଂ ଗ୍ରହମାନଙ୍କର ଗୋଚର, ଶୁକ୍ର-ଗୁରୁଙ୍କ ସ୍ଥିତି ଏବଂ ଶନିଙ୍କ ପ୍ରଭାବ ଉପରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

ବର୍ଷ ଶେଷରେ ଶତ୍ରୁ ବନେଇବେ ବୃଷ-ମକର, ହେବ ଆର୍ଥିକ କ୍ଷତି! ନୂଆବର୍ଷବେଳକୁ କାଙ୍ଗାଳ ହୋଇଯିବେ ୪ରାଶି

ଗ୍ରହମାନଙ୍କର ରାଜକୁମାର ବୁଧ ଡିସେମ୍ୱର ୨୯ ତାରିଖରେ ଧନୁ ରାଶିରେ ପ୍ରବେଶ କରୁଛନ୍ତି। ବୁଧ ଜାନୁଆରୀ ୧୭, ୨୦୨୬ ପର୍ଯ୍ୟନ୍ତ ସେଠାରେ ରହିବ। ବୁଧଙ୍କ ଭ୍ରମଣ...

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଛୋଟ ଅଳେଇଚ, ଶରୀରରେ ହେବ…

ଅଳେଇଚ ରୋଷେଇ ଘରେ ବ୍ୟବହୃତ ଏକ ବିଶେଷ ମସଲା। ଯାହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଲାଭ ମଧ୍ୟ...

ଆଜି ଏହି 3 ରାଶି ଉପରେ ରହିବ ଶନିଦେବଙ୍କ କୃପା, ଆସିବ ଖୁସିର ସମୟ

ନୂଆଦିଲ୍ଲୀ,୨୦ା୧୨: ଆଜି ଏକ ସ୍ପଷ୍ଟ ଭାବପ୍ରବଣ ଏବଂ ମାନସିକ ପରିବର୍ତ୍ତନର ସଙ୍କେତ ଦେଉଛି। ଶୁକ୍ର ଧନୁ ରାଶିରେ ପ୍ରବେଶ କରିବା ଏବଂ ଚନ୍ଦ୍ର ସେଠାରେ ପୂର୍ବରୁ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri