ନଜର ଆସିଲେ ଜ୍ୟାକ ମା

ଟୋକିଓ,୩୦ ।୧୧: ଚାଇନାର ଅରବପତି ତଥା ବୃହତ୍ତ ଇ-କମର୍ସ କମ୍ପାନୀ ଆଲିବାବାର ସଂସ୍ଥାପକ ଜ୍ୟାକ ମା ପ୍ରାୟ ୬ ମାସ ହେବ ଜାପାନର ରାଜଧାନୀ ଟୋକିଓରେ ରହି ଆସୁଛନ୍ତି । ଜ୍ୟାକ ମା ୨୦୨୦ରୁ ଏକ ଲୋ ପ୍ରୋଫାଇଲ ଜୀବନ ଅତିବାହିତ କରୁଛନ୍ତି । ଏକାଧିକାର ବିରୋଧର ଉଲ୍ଲଂଘନ କରିବା ପରେ ଚାଇନା ସରକାରଙ୍କ ପକ୍ଷରୁ ଜ୍ୟାକ ମାଙ୍କ ଉପରେ ଚାପ ବଢିଯାଇଥିଲା ।
ଫାଇନାନସିଆଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଜ୍ୟାକ ମା ତାଙ୍କ ପରିବାର ସହ ଜାପାନରେ ରହୁଛନ୍ତି । ଟୋକିଓ ବାହାରେ ଗାଁ ଅଞ୍ଚଳରେ ସ୍କି ରିସର୍ଟରେ ଅନେକ ସମୟରେ ତାଙ୍କୁ ଦେଖିବାକୁ ମିଳିଥାଏ । ନିକଟ ଅତିତରେ ଜ୍ୟାକ ମା ଅନେକ ଥର ଆମେରିକା ଓ ଇସ୍ରାଏଲ ବି ଗସ୍ତ କରିଛନ୍ତି ।
୫୮ ବର୍ଷୀୟ ଜ୍ୟାକ ମା ସାଧାରଣ ଜୀବନଠାରୁ ଟିକେ ଦୂରେଇ ଯାଇଛନ୍ତି । ସେ ୨୦୨୦ରେ ଚାଇନାର ନୀତିକୁ ସମାଲୋଚନା କରିଥିଲେ । ଚାଇନାର ଆର୍ଥିକ ନିୟାମକ ବ୍ୟବସ୍ଥାକୁ ସମାଲୋଚନା କରି ସେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକର ଉପଭୋକ୍ତାମାନଙ୍କ ସହ ତୁଳନା କରିଥିଲେ । ସେ ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡିକର ସୁଧଖୋର ମାନସିକତା ଥିବା ଅଭିଯୋଗ କରିଥିଲେ । ଆନ୍ତର୍ଜାତୀୟ ଆର୍ଥିକ ନିୟାମକ ଚୁକ୍ତି(ବେସେଲ ଆକର୍ଡସ) ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ । ସେବେଠାରୁ ତାଙ୍କ ଦ୍ୱାରା ଗଠିତ କମ୍ପାନୀ ଆଣ୍ଟ ଏବଂ ଆଲିବାବା ଚାଇନା ପ୍ରଶାସନ ଦ୍ୱାରା ହଇରାଣ ହରକତ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri