Posted inଜାତୀୟ

ବିରୋଧୀ ନ ଥାଇ ବିଲ୍‌ ପାସ୍‌

ନୂଆଦିଲ୍ଲୀ,୨୧ା୧୨: ଲୋକ ସଭାରୁ ବୁଧବାର ସିପିଆଇଏମ୍‌ର ଏ.ଏମ୍‌. ଆରିଫ୍‌ ଏବଂ କେରଳ କଂଗ୍ରେସ (ମଣି)ର ଥୋମାସ୍‌ ଚାଝିକାଦନଙ୍କୁ ନିଲମ୍ବନ କରାଯାଇଛି। ଏହି ଦୁଇ ଏମ୍‌ପିଙ୍କୁ ମିଶାଇ ଲୋକ ସଭାରୁ ନିଲମ୍ବିତ ସଦସ୍ୟଙ୍କ ସଂଖ୍ୟା ୯୭ରେ ପହଞ୍ଚତ୍ଛି। ଏହାବାଦ୍‌ ରାଜ୍ୟ ସଭାରୁ ଏଯାଏ ୪୬ ସଦସ୍ୟ ସସ୍‌ପେଣ୍ଡ ହେଲେଣି। ଶୀତ ଅଧିବେଶନ ସରିବାକୁ ୨ ଦିନ ବାକି ଥିବାବେଳେ ଭାରତୀୟ ନ୍ୟାୟ (ଦ୍ୱିତୀୟ) ସଂହିତା, ଭାରତୀୟ ନାଗରିକ ସୁରକ୍ଷା (ଦ୍ୱିତୀୟ) ସଂହିତା ଏବଂ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ସଂହିତା ଲୋକ ସଭାରେ ଧ୍ୱନିମତରେ ପାରିତ ହୋଇଛି। ବ୍ରିଟିଶ୍‌ ଅମଳରୁ ପ୍ରଚଳିତ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି-୧୮୬୦), ଆପରାଧିକ ଦଣ୍ଡ ସଂହିତା (ସିଆର୍‌ପିସି-୧୯୯୮) ଏବଂ ଭାରତୀୟ ସାକ୍ଷ୍ୟ ପ୍ରମାଣ ଅଧିନିୟମ-୧୮୭୨ ପରିବର୍ତ୍ତେ ଉପରୋକ୍ତ ୩ ବିଧେୟକ ଆଇନର ରୂପ ନେବାକୁ ଯାଉଛି। ତେବେ ଦୁଇତୃତୀୟାଂଶ ବିରୋଧୀ ସଦସ୍ୟଙ୍କ ଅନୁପସ୍ଥିତିରେ କେବଳ ଶାସକ ଓ ପରୋକ୍ଷରେ ସହଯୋଗ କରୁଥିବା ଅନ୍ୟ କେତୋଟି ଦଳର ସମର୍ଥନରେ ବିଲ୍‌ଗୁଡ଼ିକୁ ଗୃହୀତ କରାଇନେବା ପଛରେ ସରକାରଙ୍କ ଉଦ୍ଦେଶ୍ୟ କ’ଣ ବୋଲି ପ୍ରଶ୍ନ ଉଠିଲାଣି।
ଲୋକ ସଭାରୁ ପୂର୍ବରୁ ୩ ଥରରେ ୯୫ ଏମ୍‌ପିଙ୍କୁ ଗୃହରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିବା ଦର୍ଶାଇ ନିଲମ୍ବନ କରାଯାଇଥିବାବେଳେ ଗୃହରେ ପ୍ଲାକାର୍ଡ ଦେଖାଇବା ଅଭିଯୋଗରେ ବୁଧବାର ଆଉ ୨ ଜଣ ନିଲମ୍ବିତ ହୋଇଛନ୍ତି। ଏମାନଙ୍କୁ ମିଶାଇ ଚଳିତ ଅଧିବେଶନରେ ପାର୍ଲାମେଣ୍ଟରୁ ମୋଟ ୧୪୩ ଏମ୍‌ପି ନିଲମ୍ବିତ ହେଲେଣି। ଲୋକ ସଭାର ଅଧିକାଂଶ ବିରୋଧୀ ଦଳ ଏମ୍‌ପି ଅନୁପସ୍ଥିତ ଥିବାବେଳେ ବୁଧବାର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବିତ ଆପରାଧିକ ଆଇନ ଉପରେ ଆଲୋଚନାକୁ ନେଇ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ନେତ୍ରୀ ହରସିମ୍ରତ କୌର ବାଦଲ ପ୍ରଶ୍ନ ଉଠାଇଥିଲେ। ବିଲ୍‌ଗୁଡ଼ିକୁ ଏଭଳି ଗୃହୀତ କରାଇନେବା ଠିକ୍‌ ନୁହେଁ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ପାର୍ଲାମେଣ୍ଟରେ ସୁରକ୍ଷା ବିଭ୍ରାଟ ନାଁରେ ଲୋକଙ୍କୁ ବିଭ୍ରାଟ କରାଯାଉଥିବା ଭାଜପା ଏମ୍‌ପି ରମେଶ ବିଧୁରୀ କହିଥିଲେ।
ନୂଆ ଆପରାଧିକ ଆଇନ ବିଲ୍‌ରେ ଯେକୌଣସି ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ପର୍ଯ୍ୟାପ୍ତ କ୍ଷମତା ଦିଆଯାଇଥିବାରୁ ଏହା ନାଗରିକ ସ୍ବାଧୀନତା ଓ ଅଧିକାର ପ୍ରତି ବିପଦ ବୋଲି ହାଇଦ୍ରାବାଦ ଏମ୍‌ପି ତଥା ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି କହିଛନ୍ତି। ଉକ୍ତ ବିଲ୍‌ଗୁଡ଼ିକ ଆଇନରେ ପରିଣତ ହେଲେ ନାଗରିକଙ୍କ ଅଧିକାରକୁ ଛଡ଼ାଇ ନିଆଯିବ। ଏହା ସାଧାରଣ ଲୋକଙ୍କ ବିରୋଧରେ ଯିବ ବୋଲି ଆଲୋଚନାରେ ଭାଗନେଇ ଓଓ୍ବାଇସି କହିଥିଲେ। ଭାରତୀୟ ନ୍ୟାୟ ସଂହିତାରେ ଅନେକ ବ୍ୟବସ୍ଥା ସଂଯୋଗ ହୋଇଛି, ଯାହା ବିପଜ୍ଜନକ। ଏଥିରେ ପୋଲିସକୁ ବିଚାରପତି ଓ ଦଣ୍ଡବିଧାନକାରୀ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଇଥିବା ଓଓ୍ବାଇସି କହିଛନ୍ତି। ପ୍ରସ୍ତାବିତ ଆଇନରେ ଦେଶଦ୍ରୋହକୁ ଭିନ୍ନ ଏକ ରୂପରେ ଉପସ୍ଥାପନ କରାଯାଇଛି, ଯେଉଁଥିରେ ଦଣ୍ଡ ବ୍ୟବସ୍ଥାକୁ ୩ ବର୍ଷରୁ ୭ ବର୍ଷକୁ ବଢ଼ାଇ ଦିଆଯାଇଛି। ପ୍ରସ୍ତାବିତ ଆଇନ ଦେଶର ମୁସଲମାନ, ଆଦିବାସୀ ଓ ଦଳିତଙ୍କ ପ୍ରତି ବିପଦ ରହିଛି। ଦେଶର ୩୦ ପ୍ରତିଶତ ଏବଂ ଉତ୍ତରପ୍ରଦେଶର ୩୩ ପ୍ରତିଶତ ବନ୍ଦୀ ମୁସଲମାନ ସମ୍ପ୍ରଦାୟର ବୋଲି ସେ କହିଛନ୍ତି।
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଗତ ସପ୍ତାହରେ ଲୋକ ସଭାରେ ନୂଆ ବିଲ୍‌ଗୁଡ଼ିକୁ ଆଗତ କରିଥିଲେ। ବିଲ୍‌ଗୁଡ଼ିକ ଉପରେ ବିତର୍କର ଉତ୍ତର ଦେଇ ଶାହା କହିଥଲେ, ବ୍ୟାପକ ବିଚାରବିମର୍ଶ ପରେ ପ୍ରସ୍ତାବିତ ଆଇନ ପ୍ରସ୍ତୁତ ହୋଇଛି। ଗୃହର ଅନୁମୋଦନ ପାଇଁ ଅଣାଯିବା ପୂର୍ବରୁ ଚିଠା ବିଧେୟକର ପ୍ରତି କମା ଓ ପୂର୍ଣ୍ଣଚ୍ଛେଦକୁ ଭଲ ଭାବେ ଅନୁଧ୍ୟାନ କରାଯାଇଛି। ବର୍ତ୍ତମାନର ପ୍ରଚଳିତ ଆପରାଧିକ ଆଇନଗୁଡ଼ିକରେ ନ୍ୟାୟ ନ ଦେଇ ଦଣ୍ଡ ପ୍ରଦାନରେ ଉପନିବେଶୀୟ ମନୋବୃତ୍ତିର ପ୍ରତିଫଳନ ହେଉଥିବା ଶାହା କହିଥିଲେ। ଭାରତୀୟ ଚିନ୍ତାଧାରା ଆଧାରରେ ଏକ ନ୍ୟାୟ ବ୍ୟବସ୍ଥା ପ୍ରତିଷ୍ଠା କରିବା ୩ ନୂଆ ବିଲ୍‌ର ଉଦ୍ଦେଶ୍ୟ। ଏହା ଜନସାଧାରଣଙ୍କୁ ଉପନିବେଶୀୟ ମନୋଭାବ ଓ ଏହାର ପ୍ରତୀକରୁ ମୁକ୍ତ କରିବ ବୋଲି ବିଲ୍‌ ଗୃହୀତ ହେବା ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ। ବର୍ତ୍ତମାନର ଆପରାଧିକ ଆଇନକୁ ନ ହଟାଇବା ଯାଏ ଆମକୁ ବ୍ରିଟିଶ ସରକାରଙ୍କ ଆଇନକୁ ମାନି ଚଳିବାକୁ ହେବ। ସ୍ବାଧୀନତାର ୭୫ ବର୍ଷ ପରେ ବି ଉକ୍ତ ଆଇନରେ ହର୍‌ ମାଜେଷ୍ଟ୍ରି, କ୍ରାଉନ୍‌, ବାରିଷ୍ଟର ଭଳି ଇଂଲିଶ ଶବ୍ଦ ବ୍ୟବହୃତ ହେଉଥିବା ଶାହା କହିଥିଲେ।

ଭିଡ଼ହିଂସା ପାଇଁ ମୃତ୍ୟୁଦଣ୍ଡ

ପ୍ରସ୍ତାବିତ ଆପରାଧିକ ଆଇନରେ ଭିଡ଼ହିଂସା ଅପରାଧ ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଦେଶଦ୍ରୋହ ଆଇନ ବଳରେ ଭାରତୀୟ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଜେଲରେ ରଖାଯାଇଥିଲା। ପ୍ରସ୍ତାବିତ ଆଇନରେ ଉକ୍ତ ଦେଶଦ୍ରୋହ ଆଇନକୁ ହଟାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ପୋଲିସକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ବ୍ୟବସ୍ଥା ହୋଇଥିବା ଶାହା କହିଥିଲେ। ନୂଆ ଆଇନ ଅନୁଯାୟୀ ଗିରଫ ବ୍ୟକ୍ତିଙ୍କ ସବିଶେଷ ବିବରଣୀ ପ୍ରତି ଥାନାରେ ରେକର୍ଡ ହେବ ଏବଂ ଦାୟିତ୍ୱରେ ଥିବା ପୋଲିସ ଅଫିସର ଉକ୍ତ ରେକର୍ଡ ପରିଚାଳନା କରିବେ। ସେହିପରି ମାନବ ଚାଲାଣକୁ ନିୟନ୍ତ୍ରଣ କରିବା ପାଇଁ ଥିବା ଆଇନକୁ ଲିଙ୍ଗଗତ ନିରପେକ୍ଷ କରାଯାଇଛି। ୧୮ ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ବଳାତ୍କାର କ୍ଷେତ୍ରରେ ସ୍ବତଃ ପୋକ୍ସୋ ଆଇନର ଧାରା ଲାଗୁ ହେବ ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri