ଜାଗା ମିଶନ, ମୁକ୍ତା ଯୋଜନାର କାର୍ଯ୍ୟକାରିତା ବୁଲି ଦେଖିଲେ ବିଲ୍‌ ଗେଟ୍ସ

ଭୁବନେଶ୍ୱର,୨୯।୨(ସୁନିତ୍‌ ମିଶ୍ର)ବିଲ୍‌ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେଶନ୍‌ (ବିଏମ୍‌ଜିଏଫ୍‌)ର ପ୍ରତିଷ୍ଠାତା ଓ କୋଚେୟାର ବିଲ୍‌ ଗେଟ୍ସ ଓଡ଼ିଶା ଗସ୍ତରେ ଆସି ବୁଧବାର କୃଷି ଭବନ ପରିଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହାପରେ ସେ ସ୍ଥାନୀୟ ମା’ ମଙ୍ଗଳା ବସ୍ତି ବୁଲି ରାଜ୍ୟ ସରକାରଙ୍କ ଜାଗା ମିଶନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବୁଲି ଦେଖିଛନ୍ତି। ବିଲ୍‌ ଗେଟ୍ସଙ୍କ ସହ ଦାରିଦ୍ର୍ୟ ଦୂରୀକରଣ, ଭାରତ ବିଏମ୍‌ଜିଏଫ୍‌ର ନିର୍ଦ୍ଦେଶକ ଅଲକେଶ ୱାଧ୍‌ୱାନୀ, ଗ୍ଲୋବାଲ୍‌ ଗ୍ରୋଥ୍‌ ଓ ଅପର୍ଚୁନିଟିର, ବିଏମ୍‌ଜିଏଫ୍‌ର ଅଧ୍ୟକ୍ଷ ରୋଜର, ସାଉଥ୍‌ ଆଣ୍ଡ ସାଉଥ୍‌ଇଷ୍ଟ ଏସିଆ, ବିଏମ୍‌ଜିଏଫ୍‌ର ନିର୍ଦ୍ଦେଶକ ହରି ମେନନ୍‌ ମଧ୍ୟ କୃଷି ଭବନ ପରିଦର୍ଶନ କରିଛନ୍ତି। ରାଜ୍ୟରେ କୃଷକଙ୍କ ଆୟବୃଦ୍ଧି, ପୁଷ୍ଟି ନିରାପତ୍ତା ଓ ଜଳବାୟୁ ସହନଶୀଳତାକୁ ଉନ୍ନତ କରିବା ନିମନ୍ତେ ୨୦୧୭ରୁ ଓଡ଼ିଶା
ସରକାର ଏହି ଫାଉଣ୍ଡେଶନ ସହ ଅଂଶୀଦାର ଭାବେ କାର୍ଯ୍ୟ କରି ଆସୁଛନ୍ତି। ଏହି ଭାଗୀଦାରିତା ଯୋଗୁ ଓଡ଼ିଶା ଡିଜିଟାଲ ପବ୍ଲିକ୍‌ ଭିତ୍ତିଭୂମିରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି। ରାଜ୍ୟ ସରକାର କୃଷକ ଓଡ଼ିଶା ଡାଟାବେସ୍‌, ଗୋ-ସୁଗମ ପୋର୍ଟାଲ ଓ ଆମ କୃଷି ସମ୍ପ୍ରସାରଣ ପଦ୍ଧତି ସମେତ ବହୁ କୃଷକ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ଫାଉଣ୍ଡେଶନର ସହାୟତାରେ ରାଜ୍ୟ ସରକାର ମକାମଣ୍ଡି ଓ କୃଷକ ଉପତ୍ାଦକ କମ୍ପାନୀ ପ୍ରକଳ୍ପ ମାଧ୍ୟମରେ ଫସଲ ବିବିଧିକରଣକୁ ସଫଳତାର ସହ କାର୍ଯ୍ୟକାରୀ କରିପାରିଛନ୍ତି। ସମ୍ପ୍ରତି ଏହି ପ୍ରୟାସଗୁଡ଼ିକ ସମଗ୍ର ରାଜ୍ୟରେ ତ୍ୱରାନ୍ବିତ କରାଯାଇଛି। ବିଲ୍‌ ଗେ୍‌ଟ୍ସଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳକୁ କୃଷି ବିଭାଗ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉପତ୍ାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସ୍ବାଗତ ଜଣାଇଛନ୍ତି। ଏହାପରେ ବିଲ୍‌ ଗେଟ୍ସ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ରାଜ୍ୟର ଡିଜିଟାଲ ପବ୍ଲିକ ଇନ୍‌ଫ୍ରାଷ୍ଟକଚର ତଥା-ଭାରତର କୃଷିରେ ପ୍ରଥମ କେନ୍ଦ୍ରୀକୃତ ସନ୍ନିରୀକ୍ଷଣ ପଦ୍ଧତି କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। କୃଷକଙ୍କ ପାଇଁ ଉଦ୍ଦିଷ୍ଟ ରୋଗପୋକ ପରିଚାଳନା, ଡିଜିଟାଲ ସମ୍ପ୍ରସାରଣ, ଅନ୍‌କଲ କୃତ୍ରିମ ପ୍ରଜନନ ଓ ଯୋଜନା ସମ୍ପାଦନ ସହ ଡିଜିଟାଲ ପ୍ରଣାଳୀ ମାଧ୍ୟମରେ କୃଷକଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଭାବଶାଳୀ ଯୋଜନା ଏବଂ ସେବା ପ୍ରଯୁକ୍ତିକୁ ରାଜ୍ୟ ସରକାର କିଭଳି କୃଷକଙ୍କ ହିତରେ ବିନିଯୋଗ କରିବା ଦିଗରେ ସକ୍ଷମ ହୋଇଛନ୍ତି ସେ ବିଷୟରେ ପ୍ରଦର୍ଶନ କରିଛନ୍ତି। ରାଜ୍ୟରେ ଡିଜିଟାଲ କୃଷିର ଭବିଷ୍ୟତ ପାଇଁ ଦୂରଦର୍ଶୀ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରାଯାଇଛି। ଓଡ଼ିଶା କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ଉପତ୍ାଦନ କ୍ଷେତ୍ରରେ ଏକ ଏଣ୍ଡ-ଟୁ-ଏଣ୍ଡ ଟେକ୍‌ନୋଲୋଜି କାର୍ଯ୍ୟକାରୀ କରିବାରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଉଭାହେବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରଦର୍ଶନରେ ଉସତ୍ାହିତ ହୋଇ ବିଲ୍‌ ଗେଟ୍ସ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି। ଏହାପରେ ବିଭାଗ ଦ୍ୱାରା ସ୍ଥାପିତ ଡିଜିଟାଲ ପବ୍ଲିକ ଭିତ୍ତିଭୂମି ମାଧ୍ୟମରେ ସେମାନଙ୍କ ଆୟ ଓ କୃଷି ପଦ୍ଧତିରେ ଅଭିବୃଦ୍ଧି ଘଟାଇଥିବା ୨ ଜଣ ସଫଳ ମହିଳା କୃଷକଙ୍କ ସହ ସେ କଥା ହୋଇଛନ୍ତି। ବିଏମ୍‌ଜିଏଫ୍‌ ପ୍ରତିନିଧି ଦଳ କୃଷି ଭବନରେ ଥିବା ମିଲେଟ୍‌ କାଫେ ପରିଦର୍ଶନ କରିଛନ୍ତି।
ସେ ଭୁବନେଶ୍ୱରର ମା’ ମଙ୍ଗଳା ବସ୍ତି ଗସ୍ତ କରିବା ଅବସରରେ ରାଜ୍ୟ ସରକାରଙ୍କ ଜାଗା ମିଶନ ଏବଂ ମୁକ୍ତା ଯୋଜନାର କାର୍ଯ୍ୟକାରିତା ବିଷୟରେ ଅବଗତ ହୋଇଛନ୍ତି। ଲୁମ୍ବିନି ବିହାର ସ୍ଥିତ ବିଜୁ ଆଦର୍ଶ କଲୋନି ବୁଲି ଦେଖିଛନ୍ତି। ବିଲ୍‌ ଗେଟ୍ସ ବସ୍ତିରେ ପାଇପ୍‌ ପାଣି ସୁବିଧା ବୁଲି ଦେଖିବା ସହିତ ସ୍ଥାନୀୟ ମହିଳାମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥାନନ ସବୁ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇବା ସହିତ ବୁଲି ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri