ଜାଗା ମିଶନ, ମୁକ୍ତା ଯୋଜନାର କାର୍ଯ୍ୟକାରିତା ବୁଲି ଦେଖିଲେ ବିଲ୍‌ ଗେଟ୍ସ

ଭୁବନେଶ୍ୱର,୨୯।୨(ସୁନିତ୍‌ ମିଶ୍ର)ବିଲ୍‌ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେଶନ୍‌ (ବିଏମ୍‌ଜିଏଫ୍‌)ର ପ୍ରତିଷ୍ଠାତା ଓ କୋଚେୟାର ବିଲ୍‌ ଗେଟ୍ସ ଓଡ଼ିଶା ଗସ୍ତରେ ଆସି ବୁଧବାର କୃଷି ଭବନ ପରିଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହାପରେ ସେ ସ୍ଥାନୀୟ ମା’ ମଙ୍ଗଳା ବସ୍ତି ବୁଲି ରାଜ୍ୟ ସରକାରଙ୍କ ଜାଗା ମିଶନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବୁଲି ଦେଖିଛନ୍ତି। ବିଲ୍‌ ଗେଟ୍ସଙ୍କ ସହ ଦାରିଦ୍ର୍ୟ ଦୂରୀକରଣ, ଭାରତ ବିଏମ୍‌ଜିଏଫ୍‌ର ନିର୍ଦ୍ଦେଶକ ଅଲକେଶ ୱାଧ୍‌ୱାନୀ, ଗ୍ଲୋବାଲ୍‌ ଗ୍ରୋଥ୍‌ ଓ ଅପର୍ଚୁନିଟିର, ବିଏମ୍‌ଜିଏଫ୍‌ର ଅଧ୍ୟକ୍ଷ ରୋଜର, ସାଉଥ୍‌ ଆଣ୍ଡ ସାଉଥ୍‌ଇଷ୍ଟ ଏସିଆ, ବିଏମ୍‌ଜିଏଫ୍‌ର ନିର୍ଦ୍ଦେଶକ ହରି ମେନନ୍‌ ମଧ୍ୟ କୃଷି ଭବନ ପରିଦର୍ଶନ କରିଛନ୍ତି। ରାଜ୍ୟରେ କୃଷକଙ୍କ ଆୟବୃଦ୍ଧି, ପୁଷ୍ଟି ନିରାପତ୍ତା ଓ ଜଳବାୟୁ ସହନଶୀଳତାକୁ ଉନ୍ନତ କରିବା ନିମନ୍ତେ ୨୦୧୭ରୁ ଓଡ଼ିଶା
ସରକାର ଏହି ଫାଉଣ୍ଡେଶନ ସହ ଅଂଶୀଦାର ଭାବେ କାର୍ଯ୍ୟ କରି ଆସୁଛନ୍ତି। ଏହି ଭାଗୀଦାରିତା ଯୋଗୁ ଓଡ଼ିଶା ଡିଜିଟାଲ ପବ୍ଲିକ୍‌ ଭିତ୍ତିଭୂମିରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି। ରାଜ୍ୟ ସରକାର କୃଷକ ଓଡ଼ିଶା ଡାଟାବେସ୍‌, ଗୋ-ସୁଗମ ପୋର୍ଟାଲ ଓ ଆମ କୃଷି ସମ୍ପ୍ରସାରଣ ପଦ୍ଧତି ସମେତ ବହୁ କୃଷକ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ଫାଉଣ୍ଡେଶନର ସହାୟତାରେ ରାଜ୍ୟ ସରକାର ମକାମଣ୍ଡି ଓ କୃଷକ ଉପତ୍ାଦକ କମ୍ପାନୀ ପ୍ରକଳ୍ପ ମାଧ୍ୟମରେ ଫସଲ ବିବିଧିକରଣକୁ ସଫଳତାର ସହ କାର୍ଯ୍ୟକାରୀ କରିପାରିଛନ୍ତି। ସମ୍ପ୍ରତି ଏହି ପ୍ରୟାସଗୁଡ଼ିକ ସମଗ୍ର ରାଜ୍ୟରେ ତ୍ୱରାନ୍ବିତ କରାଯାଇଛି। ବିଲ୍‌ ଗେ୍‌ଟ୍ସଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳକୁ କୃଷି ବିଭାଗ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉପତ୍ାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସ୍ବାଗତ ଜଣାଇଛନ୍ତି। ଏହାପରେ ବିଲ୍‌ ଗେଟ୍ସ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ରାଜ୍ୟର ଡିଜିଟାଲ ପବ୍ଲିକ ଇନ୍‌ଫ୍ରାଷ୍ଟକଚର ତଥା-ଭାରତର କୃଷିରେ ପ୍ରଥମ କେନ୍ଦ୍ରୀକୃତ ସନ୍ନିରୀକ୍ଷଣ ପଦ୍ଧତି କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। କୃଷକଙ୍କ ପାଇଁ ଉଦ୍ଦିଷ୍ଟ ରୋଗପୋକ ପରିଚାଳନା, ଡିଜିଟାଲ ସମ୍ପ୍ରସାରଣ, ଅନ୍‌କଲ କୃତ୍ରିମ ପ୍ରଜନନ ଓ ଯୋଜନା ସମ୍ପାଦନ ସହ ଡିଜିଟାଲ ପ୍ରଣାଳୀ ମାଧ୍ୟମରେ କୃଷକଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଭାବଶାଳୀ ଯୋଜନା ଏବଂ ସେବା ପ୍ରଯୁକ୍ତିକୁ ରାଜ୍ୟ ସରକାର କିଭଳି କୃଷକଙ୍କ ହିତରେ ବିନିଯୋଗ କରିବା ଦିଗରେ ସକ୍ଷମ ହୋଇଛନ୍ତି ସେ ବିଷୟରେ ପ୍ରଦର୍ଶନ କରିଛନ୍ତି। ରାଜ୍ୟରେ ଡିଜିଟାଲ କୃଷିର ଭବିଷ୍ୟତ ପାଇଁ ଦୂରଦର୍ଶୀ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରାଯାଇଛି। ଓଡ଼ିଶା କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ଉପତ୍ାଦନ କ୍ଷେତ୍ରରେ ଏକ ଏଣ୍ଡ-ଟୁ-ଏଣ୍ଡ ଟେକ୍‌ନୋଲୋଜି କାର୍ଯ୍ୟକାରୀ କରିବାରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଉଭାହେବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରଦର୍ଶନରେ ଉସତ୍ାହିତ ହୋଇ ବିଲ୍‌ ଗେଟ୍ସ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି। ଏହାପରେ ବିଭାଗ ଦ୍ୱାରା ସ୍ଥାପିତ ଡିଜିଟାଲ ପବ୍ଲିକ ଭିତ୍ତିଭୂମି ମାଧ୍ୟମରେ ସେମାନଙ୍କ ଆୟ ଓ କୃଷି ପଦ୍ଧତିରେ ଅଭିବୃଦ୍ଧି ଘଟାଇଥିବା ୨ ଜଣ ସଫଳ ମହିଳା କୃଷକଙ୍କ ସହ ସେ କଥା ହୋଇଛନ୍ତି। ବିଏମ୍‌ଜିଏଫ୍‌ ପ୍ରତିନିଧି ଦଳ କୃଷି ଭବନରେ ଥିବା ମିଲେଟ୍‌ କାଫେ ପରିଦର୍ଶନ କରିଛନ୍ତି।
ସେ ଭୁବନେଶ୍ୱରର ମା’ ମଙ୍ଗଳା ବସ୍ତି ଗସ୍ତ କରିବା ଅବସରରେ ରାଜ୍ୟ ସରକାରଙ୍କ ଜାଗା ମିଶନ ଏବଂ ମୁକ୍ତା ଯୋଜନାର କାର୍ଯ୍ୟକାରିତା ବିଷୟରେ ଅବଗତ ହୋଇଛନ୍ତି। ଲୁମ୍ବିନି ବିହାର ସ୍ଥିତ ବିଜୁ ଆଦର୍ଶ କଲୋନି ବୁଲି ଦେଖିଛନ୍ତି। ବିଲ୍‌ ଗେଟ୍ସ ବସ୍ତିରେ ପାଇପ୍‌ ପାଣି ସୁବିଧା ବୁଲି ଦେଖିବା ସହିତ ସ୍ଥାନୀୟ ମହିଳାମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥାନନ ସବୁ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇବା ସହିତ ବୁଲି ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri