ପୁଣି ଭବିଷ୍ୟବାଣୀ କଲେ ବିଲ୍‌ ଗେଟ୍ସ, କହିଲେ ଏମିତି ରହିବ ୨୦୨୧ ବର୍ଷ

ଓ୍ବାଶିଂଟନ,୩୧ା୧୨: ବିଜ୍‌ନେସ ଟାଇକୁନ ଏବଂ ମାଇକ୍ରୋସଫ୍ଟ କର୍ପୋରେଶନର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ କରୋନା ମହାମାରୀ ସହ ମୁକାବିଲା କରୁଥିବା ବିଶ୍ୱ ପାଇଁ ନିଜର ମତ ପ୍ରକାଶ କରିଛନ୍ତି। ଭୂତାଣୁ ବିରୋଧରେ ଟିକା ହେତୁ ୨୦୨୧ ବର୍ଷ ଭଲ ଆଶା ବଢ଼ାଉଥିବା ବିଲ୍‌ ଗେଟ୍ସ କହିଛନ୍ତି।  ଆଗାମୀ ଦିନରେ ସବୁକିଛି ସ୍ବାଭାବିକ ହୋଇପାରେ ବୋଲି ସେ ବିଶ୍ୱାସ କରିଛନ୍ତି।

ନିକଟରେ ଗେଟ୍ସ ତାଙ୍କ ବ୍ଲଗର ନୂତନ ପୋଷ୍ଟରେ ଏକ ଦୁଃଖଦ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି। ଗେଟ୍ସ ଏହି ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ, ୨୦୨୧ ସହଜ ବର୍ଷ ହେବ ନାହିଁ। ଏଥିରେ ସେ ଲେଖିଛନ୍ତି କମ୍ପ୍ୟୁଟର ମଡେଲ ଅନୁଯାୟୀ, ୨୦୨୧ର ପ୍ରଥମ ମାସ କରୋନାର ନୂତନ ଷ୍ଟ୍ରେନ ହେତୁ ବହୁତ ଚ୍ୟାଲେଞ୍ଜ ହୋଇପାରେ। ଏହି ନୂତନ ଷ୍ଟ୍ରେନ୍‌ ଶୀଘ୍ର ନିୟନ୍ତ୍ରଣ ହେବା ଆବଶ୍ୟକ।

ତଥାପି, ସେ ୨୦୨୧କୁ ନେଇ ସକାରାତ୍ମକ ଅଛନ୍ତି। ସେ ଲେଖିଛନ୍ତି, ଆସନ୍ତା ବର୍ଷ ସକାରାତ୍ମକ ହେବାର ଦୁଇଟି କାରଣ ଅଛି। ଗୋଟିଏ ହେଉଛି ମାସ୍କ, ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ ପ୍ରୟାସ ହେତୁ ଭୂତାଣୁ ବିସ୍ତାର ହେବାର ଆଶଙ୍କା କମିଯିବ ଏବଂ ଟିକାକରଣର ପ୍ରଭାବ ହେତୁ ଆସନ୍ତା କିଛି ମାସ ମଧ୍ୟରେ ବିଶ୍ୱସ୍ତରରେ ପରିବର୍ତ୍ତନ ଦେଖାଯିବ। ସେ ଏହି ପ୍ରସଙ୍ଗରେ ବିଶ୍ୱର ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯାହା କରୋନା ବିରୋଧରେ ଲଢ଼େଇ ଫାଇଜର, ମଡର୍ନା ଏବଂ ଆଷ୍ଟ୍ରାଜେନେକା ଭଳି ଟିକା ସୃଷ୍ଟି ହୋଇଛି।

ସେ କହିଛନ୍ତି, ବିଶ୍ୱସ୍ତରରେ ସହଯୋଗ ପାଇଁ ୨୦୨୧ରେ ମୁଁ ସକାରାତ୍ମକ ରହିଛି। ମୁଁ ଅନୁଭବ କରୁଛି ଯେ, ବିଶ୍ୱ କେବଳ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ନୁହେଁ ବରଂ ଜଳବାୟୁ ପରିବର୍ତ୍ତନ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ, ଯାହା ଆମ ପାଇଁ ସବୁଠାରୁ ଆହ୍ବାନ ପୂର୍ଣ୍ଣ ହେବ।

ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୮ରେ ବିଲ୍‌ ଗେଟ୍ସ ମହାମାରୀ ସହ ଜଡ଼ିତ ଏକ ଆଲୋଚନାରେ କହିଥିଲେ ଯେ, ବିଶ୍ୱ ଶୀଘ୍ର ମହାମାରୀର ସମ୍ମୁଖୀନ ହୋଇପାରେ। ଆମେରିକାର ସିଟି ମେଡିକାଲ ସୋସାଇଟି ଏବଂ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍‌ ମେଡିସିନ ଦ୍ୱାରା ଆୟୋଜିତ ଏକ ଅଧିବେଶନରେ ବିଲ ଗେଟ୍ସ କହିଥିଲେ। ମହାମାରୀକୁ ଏଡ଼ାଇବା ପାଇଁ ଆଗାମୀ ଦିନରେ ଯୁଦ୍ଧ ପ୍ରସ୍ତୁତି ହୋଇପାରେ। ନଚେତ୍‌ ଏହି ମହାମାରୀ ୬ ମାସ ମଧ୍ୟରେ ୩୦ ନିୟୁତ ଖର୍ଚ୍ଚ ହୋଇପାରେ। ଲୋକଙ୍କ ଜୀବନ ନେବାରେ ସକ୍ଷମ ହୋଇପାରେ।

୨ ବର୍ଷ ପରେ ଗେଟ୍ସଙ୍କ ଏହି ଚେତାବନୀ ଠିକ୍‌ ପ୍ରମାଣିତ ହେଲା। ଯେତେବେଳେ କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିବା ସହ ଆମେରିକାରେ ଅନେକ କ୍ଷତି ଘଟାଇଲା। ଗତ କିଛି ବର୍ଷ ଧରି ଗେଟ୍ସ ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। କରୋନା ଯୁଦ୍ଧରେ ଅନେକ ମିଲିୟନ ଡଲାର୍‌ ମଧ୍ୟ ପ୍ରଦାନ କରିଛନ୍ତି ବିଲ୍‌ ଗେଟ୍ସ।

 


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ପୋଲିସ -ଗ୍ରାମବାସୀ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri