ପୁଣି ଭବିଷ୍ୟବାଣୀ କଲେ ବିଲ୍‌ ଗେଟ୍ସ, କହିଲେ ଏମିତି ରହିବ ୨୦୨୧ ବର୍ଷ

ଓ୍ବାଶିଂଟନ,୩୧ା୧୨: ବିଜ୍‌ନେସ ଟାଇକୁନ ଏବଂ ମାଇକ୍ରୋସଫ୍ଟ କର୍ପୋରେଶନର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ କରୋନା ମହାମାରୀ ସହ ମୁକାବିଲା କରୁଥିବା ବିଶ୍ୱ ପାଇଁ ନିଜର ମତ ପ୍ରକାଶ କରିଛନ୍ତି। ଭୂତାଣୁ ବିରୋଧରେ ଟିକା ହେତୁ ୨୦୨୧ ବର୍ଷ ଭଲ ଆଶା ବଢ଼ାଉଥିବା ବିଲ୍‌ ଗେଟ୍ସ କହିଛନ୍ତି।  ଆଗାମୀ ଦିନରେ ସବୁକିଛି ସ୍ବାଭାବିକ ହୋଇପାରେ ବୋଲି ସେ ବିଶ୍ୱାସ କରିଛନ୍ତି।

ନିକଟରେ ଗେଟ୍ସ ତାଙ୍କ ବ୍ଲଗର ନୂତନ ପୋଷ୍ଟରେ ଏକ ଦୁଃଖଦ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି। ଗେଟ୍ସ ଏହି ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ, ୨୦୨୧ ସହଜ ବର୍ଷ ହେବ ନାହିଁ। ଏଥିରେ ସେ ଲେଖିଛନ୍ତି କମ୍ପ୍ୟୁଟର ମଡେଲ ଅନୁଯାୟୀ, ୨୦୨୧ର ପ୍ରଥମ ମାସ କରୋନାର ନୂତନ ଷ୍ଟ୍ରେନ ହେତୁ ବହୁତ ଚ୍ୟାଲେଞ୍ଜ ହୋଇପାରେ। ଏହି ନୂତନ ଷ୍ଟ୍ରେନ୍‌ ଶୀଘ୍ର ନିୟନ୍ତ୍ରଣ ହେବା ଆବଶ୍ୟକ।

ତଥାପି, ସେ ୨୦୨୧କୁ ନେଇ ସକାରାତ୍ମକ ଅଛନ୍ତି। ସେ ଲେଖିଛନ୍ତି, ଆସନ୍ତା ବର୍ଷ ସକାରାତ୍ମକ ହେବାର ଦୁଇଟି କାରଣ ଅଛି। ଗୋଟିଏ ହେଉଛି ମାସ୍କ, ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ ପ୍ରୟାସ ହେତୁ ଭୂତାଣୁ ବିସ୍ତାର ହେବାର ଆଶଙ୍କା କମିଯିବ ଏବଂ ଟିକାକରଣର ପ୍ରଭାବ ହେତୁ ଆସନ୍ତା କିଛି ମାସ ମଧ୍ୟରେ ବିଶ୍ୱସ୍ତରରେ ପରିବର୍ତ୍ତନ ଦେଖାଯିବ। ସେ ଏହି ପ୍ରସଙ୍ଗରେ ବିଶ୍ୱର ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯାହା କରୋନା ବିରୋଧରେ ଲଢ଼େଇ ଫାଇଜର, ମଡର୍ନା ଏବଂ ଆଷ୍ଟ୍ରାଜେନେକା ଭଳି ଟିକା ସୃଷ୍ଟି ହୋଇଛି।

ସେ କହିଛନ୍ତି, ବିଶ୍ୱସ୍ତରରେ ସହଯୋଗ ପାଇଁ ୨୦୨୧ରେ ମୁଁ ସକାରାତ୍ମକ ରହିଛି। ମୁଁ ଅନୁଭବ କରୁଛି ଯେ, ବିଶ୍ୱ କେବଳ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ନୁହେଁ ବରଂ ଜଳବାୟୁ ପରିବର୍ତ୍ତନ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ, ଯାହା ଆମ ପାଇଁ ସବୁଠାରୁ ଆହ୍ବାନ ପୂର୍ଣ୍ଣ ହେବ।

ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୮ରେ ବିଲ୍‌ ଗେଟ୍ସ ମହାମାରୀ ସହ ଜଡ଼ିତ ଏକ ଆଲୋଚନାରେ କହିଥିଲେ ଯେ, ବିଶ୍ୱ ଶୀଘ୍ର ମହାମାରୀର ସମ୍ମୁଖୀନ ହୋଇପାରେ। ଆମେରିକାର ସିଟି ମେଡିକାଲ ସୋସାଇଟି ଏବଂ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍‌ ମେଡିସିନ ଦ୍ୱାରା ଆୟୋଜିତ ଏକ ଅଧିବେଶନରେ ବିଲ ଗେଟ୍ସ କହିଥିଲେ। ମହାମାରୀକୁ ଏଡ଼ାଇବା ପାଇଁ ଆଗାମୀ ଦିନରେ ଯୁଦ୍ଧ ପ୍ରସ୍ତୁତି ହୋଇପାରେ। ନଚେତ୍‌ ଏହି ମହାମାରୀ ୬ ମାସ ମଧ୍ୟରେ ୩୦ ନିୟୁତ ଖର୍ଚ୍ଚ ହୋଇପାରେ। ଲୋକଙ୍କ ଜୀବନ ନେବାରେ ସକ୍ଷମ ହୋଇପାରେ।

୨ ବର୍ଷ ପରେ ଗେଟ୍ସଙ୍କ ଏହି ଚେତାବନୀ ଠିକ୍‌ ପ୍ରମାଣିତ ହେଲା। ଯେତେବେଳେ କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିବା ସହ ଆମେରିକାରେ ଅନେକ କ୍ଷତି ଘଟାଇଲା। ଗତ କିଛି ବର୍ଷ ଧରି ଗେଟ୍ସ ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। କରୋନା ଯୁଦ୍ଧରେ ଅନେକ ମିଲିୟନ ଡଲାର୍‌ ମଧ୍ୟ ପ୍ରଦାନ କରିଛନ୍ତି ବିଲ୍‌ ଗେଟ୍ସ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri