ବିକଟାଳ ଶବ୍ଦ ପାଇଁ ତଣ୍ଡ ଗଣିଲେ ବାଇକ୍‌ ଚାଳକ

ଭଦ୍ରକ ଅଫିସ, ୨୫ା୧୨: ବିକଟାଳ ଶବ୍ଦ ପାଇଁ ଜଣେ ବାଇକ୍‌ ଚାଳକ ତଣ୍ଡ ଗଣିଛନ୍ତି। ପୋଲିସକୁ ୨୫୦୦ ଟଙ୍କା ଫାଇନ ଦେବା ସହ ତାଙ୍କ ବାଇକ୍‌ର ସାଇଲେନ୍ସର ବଦଳାଇବାକୁ ପଡ଼ିଛି। ଭଦ୍ରକ ପୁରୁଣାବଜାର ଅଞ୍ଚଳରେ ଶନିବାର ଏଭଳି ଦେଖିବାକୁ ମିଳିଛି। ପୁରୁଣାବଜାର ଅଞ୍ଚଳର ଉକ୍ତ ଯୁବକ ଏକ ପଲ୍‌ସର୍‌ ବାଇକ୍‌ ନେଇ ଯାଉଥିବା ବେଳେ ସେଥିରେ ଲାଗିଥିବା ସାଇଲେନ୍ସରରୁ ବାହାରୁଥିବା ବିକଟାଳ ଶବ୍ଦରେ ଚତୁପାର୍ଶ୍ୱ ଅସ୍ତବ୍ୟସ୍ତ ହୋଇଉଠିଥିଲା। ବାଇକ୍‌କୁ ଅଟକାଇ ଚାଳକଙ୍କଠାରୁ ଜରିମାନା ଆଦାୟ କରିବା ସହ ଉକ୍ତ ସାଇଲେନ୍ସର ବଦଳାଇ ନର୍ମାଲ ସାଇଲେନ୍ସର ଲଗାଯାଇଥିବା ପୁରୁଣାବଜାର ଥାନାଧିକାରୀ ଆଲୋକ କୁମାର ଜେନା କହିଛନ୍ତି।