ଘରକୁ ଫେରୁଥିଲେ, ଧକ୍କା ଦେଇ ଚମ୍ପଟ ମାରିଲା ଅଜଣା ଗାଡ଼ି: ଚାଲିଗଲା ୨୨ ବର୍ଷୀୟ ଯୁବକଙ୍କ ଜୀବନ

ଦାରିଙ୍ଗବାଡି, ୫।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶ୍ରାନିକେତା ପଞ୍ଚାୟତର ସିର୍ସାମାହାଠାରେ ଏକ ଦୁର୍ଘଟଣା ଘଟିଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କର ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଦାରିଙ୍ଗବାଡି ବ୍ଲକ ତିଲୋରୀ ଶ୍ରୀରାମନଗର ସାହିର ଦୟା ନାୟକଙ୍କ ପୁଅ ନାନୁ ନାୟକ (୨୨)।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ନାନୁ ବାଇକ ଯୋଗେ ଦାରିଙ୍ଗବାଡିରୁ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ସିର୍ସାମାହା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇବା ପରେ ଗାଡିଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ସ୍ଥାନୀୟ ଲୋକଙ୍କ ସହାୟତାରେ ନାନୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ ନିଶ୍ଚିତ କରିଛନ୍ତି।

ଖବର ପାଇ ଦାରିଙ୍ଗବାଡି ଥାନା ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଶ୍ରୀରାମନଗର ସାହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା

ବୁଗୁଡା,୫ା୩(କାଳିଚରଣ ଦାଶ): ବୁଗୁଡ଼ା ଥାନା ବାଲିପଦର ଗ୍ରାମରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।…

ଛାତ୍ର ମୃତ୍ୟୁ ନେଲା ନୂଆ ମୋଡ଼: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭବାନୀପାଟଣା,୫ା୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ବୁଧବାର ହୋଲି ଖେଳ ପାଇଁ ଚାରିଆଡ଼େ ଉତ୍ସବର ମାହୋଲ ଥିବାବେଳେ ଭବାନୀପାଟଣା ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ…

ଭଞ୍ଜନଗରରେ ବଢୁଛି ତାତି, ଘୁମୁସର ବନଖଣ୍ଡର ୩ ଜଙ୍ଗଲରେ ନିଆଁ; ବଢିଲା ବନ ବିଭାଗର ଚିନ୍ତା

ଭଞ୍ଜନଗର,୫।୩(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ୩ ଟି ଜଙ୍ଗଲରେ ଗୁରୁବାର ନିଆଁ ଲାଗିଥିଲା। ସେଗୁଡିକ ହେଲା ଭଞ୍ଜନଗର ସହର ଗାନ୍ଧୀ…

ପୁରୁଷୋତ୍ତମପୁରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ, ଦଳୀୟ ନେତୃବୃନ୍ଦ…

ପୁରୁଷୋତ୍ତମପୁର, ୫।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଓ ନଗର ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି…

ଅରଖପୁର ଗୁଳିକାଣ୍ଡ: ଅଭିଯୋଗକାରୀ ହିଁ ନିଜେ ସୂତ୍ରଧର, ରଚିଥିଲେ ହାଇ-ଭୋଲଟେଜ୍‌ ନାଟକ, ପର୍ଦ୍ଦାଫାଶ କଲା…

ପୁରୁଷୋତ୍ତମପୁର, ୫।୩ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଚାଞ୍ଚଲ୍ୟ ଖେଳାଇଥିବା ଗୁଳିକାଣ୍ଡ ଘଟଣାର ରହସ୍ୟ ଉପରୁ ପରଦା ହଟାଇଛି ପୋଲିସ।…

ଜଗନ୍ନାଥ ମନ୍ଦିରରୁ ଚୋରି: ରୂପା ଅଳଙ୍କାର ସହ ପୂଜା ସାମଗ୍ରୀ ଗାଏବ,ଗ୍ରାମବାସୀଙ୍କ ମଧ୍ୟରେ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଗର୍ଜନ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରୁ ରୂପା ଅଳଙ୍କାର ସହ ଅନ୍ୟାନ୍ୟ ପୂଜା ସାମଗ୍ରୀ ଚୋରି ହୋଇଥିବା…

ବିରିପୁରରେ ମାଙ୍କଡ଼ ଆତଙ୍କ: ୮ ଆହତ, ଭୟଭୀତ ଗ୍ରାମବାସୀ

ଗଞ୍ଜାମ,୫।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ବିରିପୁର ଗ୍ରାମରେ ମାଙ୍କଡ଼ ଆତଙ୍କ ଯୋଗୁଁ ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ଗୋଟିଏ ମାଙ୍କଡ଼ ଆତଙ୍କ…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟାର କାରଣ ଜାଣିଲେ….

କୋରାପୁଟ,୫।୩(ଅମିତାଭ ବେହେରା ): କୋରାପୁଟ ସର୍କିଟ ହାଉସ ନିକଟରେ ଥିବା ରିଜର୍ଭ ଫରେଷ୍ଟ ପାହାଡ଼ରେ ମହିଳାଙ୍କ ଆତ୍ମହତ୍ୟା । ଗୁରୁବାର ଅପରାହ୍ନରେ ମହିଳା ବେକରେ ଦଉଡି ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri