ଆନ୍ତଃଜିଲା ବାଇକ୍‌ ଚୋରି ରାକେଟର ପର୍ଦ୍ଦାଫାଶ: ୬ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ଝାରସୁଗୁଡ଼ା ଅଫିସ,୨୨ା୧: ଲୁଟେରାମାନେ ପୋଲିସ୍‌କୁ ଚ୍ୟାଲେଞ୍ଜ ଦେଇ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରୁ ଗୋଟିଏ ପରେ ଗୋଟିଏ ବାଇକ୍‌ ଲୁଟ୍‌ କରି ଚାଲିଥିଲେ। ଯାହାକି ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ଏହି ଆନ୍ତଃଜିଲା ବାଇକ୍‌ ଚୋରି ରାକେଟ୍‌ ପର୍ଦ୍ଦାଫାଶ କରିବାରେ ଝାରସୁଗୁଡ଼ା ପୋଲିସ ସଫଳ ହୋଇଛି।

ସଂପୃକ୍ତ ଘଟଣାରେ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଏକମା କିଷାନପଡ଼ାର ସୁବାସ ଟପ୍ପୋ(୨୯), ସମ୍ବଲପୁରର ରେଙ୍ଗାଲି ଥାନା ବ୍ଲକ୍‌ପଡ଼ାର ଜିତୁ ମାଝି(୩୦), ଡୁଙ୍ଗୁରିପଡ଼ାର ବିଶ୍ୱାମିତ୍ର ଛୁରିଆ(୨୭),ବ୍ରଜରାଜନଗର ଥାନା ବଘରାଚକାର ରାମ କଣ୍ଡରା(୩୨), କତରବଗା ଥାନା ଘଣ୍ଟାମାଳର ରବିରନତ୍ ରଣବିଡ଼ା(୩୪),ଏସ୍‌ କୁମାର ସିଂହ(୨୫)ବୋଲି ଜଣାପଡ଼ିଛନ୍ତି। ଏମାନଙ୍କ ନିକଟରୁ ପୋଲିସ ସମୁଦାୟ ୨୦ ଚୋରି ବାଇକ୍‌ ଜବତ କରିଛି। ଏନେଇ ପୋଲିସ୍‌ ଝାରସୁଗୁଡା ଟାଉନ୍‌ ଥାନା କେସ୍‌ ନଂ ୩୧/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗିରଫ ଅଭିଯୁକ୍ତଙ୍କୁ ପୋଲିସ ଶନିବାର କୋର୍ଟ ଚାଲଣ କରିଥିବା ଜଣାପଡ଼ିଛି।

ତେବେ ଏହି ଆନ୍ତଃଜିଲା ବାଇକ୍‌ ଚୋରି ରାକେଟର ମାଷ୍ଟରମାଇଣ୍ଡ୍‌ ତଥା ମୁଖ୍ୟ ଅଭିଯୁକ୍ତ ହେଲେ ଜଗନ୍ନାଥ ରଣା(୩୧)। ସେ ଗଞ୍ଜାମ ଜିଲା ତାରାସିଂହ ଉଲୁଧନା ଗ୍ରାମର ମୂଳବାସିନ୍ଦା ହୋଇଥିବାବେଳେ ସମ୍ବଲପୁର ଜିଲା ରେଙ୍ଗାଲି ଥାନା ବ୍ଲକ୍‌ପଡ଼ାରେ ରହୁଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି। ତାଙ୍କୁ ପୋଲିସ୍‌ ଧରିବା ପାଇଁ ଜାଲ ବିଛାଇଛି। ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି ବିକାଶ ଚନ୍ଦ୍ର ଦାସ କହିଛନ୍ତି।

ଏସ୍‌ପି ଦାସ,ଏସ୍‌ଡିପିଓ ନିର୍ମଳ ମହାପାତ୍ର,ଆଇଆଇସି ସାବିତ୍ରୀ ବଳ ପ୍ରମୁଖ ପୋଲିସ ଅଧିକାରୀଙ୍କୁ ନେଇ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସ୍‌ପି କହିଥିଲେ, ସ୍ଥାନୀୟ ମାଳିମୁଣ୍ଡାସ୍ଥିତ ଷ୍ଟାଡିୟମ ନିକଟରେ କେତେକ ଯୁବକ ଏକତ୍ରିତ ହୋଇ ଅସାମାଜିକ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ ଚଳାଇଥିଲେ। ଏହି ସମୟରେ ଝାରସୁଗୁଡ଼ା ଟାଉନ୍‌ ଥାନା ପୋଲିସ ବିଶେଷ ସୂତ୍ରରୁ ଖବରପାଇ ସବ୍‌ଇନ୍ସପେକ୍ଟର ଏମ୍‌ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପୋଲିସ୍‌ ଟିମ୍‌ ଷ୍ଟାଡିୟମ ନିକଟରେ ଚଢ଼ାଉ କରି ଯୁବକମାନଙ୍କୁ କାବୁ କରିଥିଲେ। ସେମାନଙ୍କ ନିକଟରୁ ପୋଲିସ୍‌ ୬ ବାଇକ୍‌ ଜବତ କରିବା ସହ ଏହାର କାଗଜପତ୍ର ଯାଞ୍ଚ କରିଥିଲା। ହେଲେ କୌଣସି ବାଇକ୍‌ର କାଗଜପତ୍ର ନ ଥିଲା। ଏ ସମ୍ପର୍କରେ ସେମାନଙ୍କୁ ପୋଲିସ୍‌ ପଚରାଉଚରା ପରେ ଜଣାପଡ଼ିଥିଲା ଏହାସବୁ ଚୋରି ବାଇକ୍‌ ବୋଲି। ତା’ପରେ ଏ ସମ୍ପର୍କରେ ପୋଲିସ୍‌ ଖୋଳତାଡ଼ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri