ଧରାପଡ଼ିଲା ବାଇକ୍‌, ହାଇଓ୍ବା ଲୁଟେରା ଗ୍ୟାଙ୍ଗ୍‌

ଭୁବନେଶ୍ୱର,୨୬।୮(ବ୍ୟୁରୋ): ରାଜଧାନୀରେ ଏକ ବାଇକ ଏବଂ ହାଇଓ୍ବା ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ୍‌ କରିଛି ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌। ଏହି ଗ୍ୟାଙ୍ଗ୍‌ର ୨ଜଣ ଲୁଟେରାଙ୍କ ସମେତ ୨ଜଣ ରିସିଭର୍‌ଙ୍କୁ ଗିରଫ କରାଯାଇଛି। ଗିରଫ ଲୁଟେରା ଦ୍ୱୟ ହେଲେ କଟକ ବାଙ୍କୀର ସୁଶାନ୍ତ ପାତ୍ର ଓରଫ ବଣ୍ଟି ଓ କଟକର ଶାହିଲ ଜାନି। ସେହିପରି ଗିରଫ ରିସିଭର ଦ୍ୱୟ ହେଲେ ବାଙ୍କୀର ବିଜୁ ପାତ୍ର ଏବଂ ଢେଙ୍କାନାଳ ଭୁବନର ପୃଥିରାଜ ପ୍ରଧାନ। ଏମାନଙ୍କ ବିରୋଧରେ ବାଲିପାଟଣା ଥାନାରେ ଏକ କେସ୍‌ (ନଂ. ୧୮୬/୨୦) ରୁଜୁ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଏଥିସହ ୧୧ ବାଇକ ଜବତ କରାଯାଇଛି। ସୁଶାନ୍ତଙ୍କ ନାମରେ ବାଲିପାଟଣା, ଜଙ୍କିଆ, ବାରଙ୍ଗ, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର, ଯାଜପୁର ରୋଡ଼, ପୁରୀ ସଦର ଏବଂ ଛତ୍ରପୁର ଥାନାରେ ଏକାଧିକ ମାମଲା ରହିଛି। ସେହିପରି ସାହିଲଙ୍କ ନାମରେ ବାଲିପାଟଣା, ଜଙ୍କିଆ, ବାରଙ୍ଗ, ଚନ୍ଦ୍ରଶେଖରପୁର ଓ କ୍ୟାପିଟାଲ ଥାନାରେ ଏକାଧିକ ମାମଲା ରହିଛି। ୪ ଦିନ ତଳେ ଖଣ୍ଡଗିରି ଅଞ୍ଚଳରୁ ହୋଇଥିବା ବସ୍‌ ଚୋରି ଘଟଣାରେ ଏହି ଗ୍ୟାଙ୍ଗ୍‌ ସମ୍ପୃକ୍ତ ଥିବା ପୋଲିସ କହିଛି।
ପୋଲିସ ସୂଚନା ଅନୁଯାୟୀ, ଲକ୍‌ଡାଉନ୍‌ ସମୟରେ ରାଜଧାନୀର ଏକାଧିକ ଥାନା ଅଞ୍ଚଳରେ ବାଇକ୍‌ ଲୁଟ ହୋଇଥିଲା। ଲୁଟେରାମାନେ କେବଳ ହାଇପ୍ରୋଫାଇଲ୍‌ ବାଇକ୍‌ ଲୁଟ କରୁଥିଲେ। ଲୁଟ ବାଇକକୁ ସେମାନେ ଏକ ନିଛାଟିଆ ଡିପୋରେ ଲୁଚାଇ ରଖୁଥିଲେ। ପରେ ଗ୍ରାହକ ଯୋଗାଡ଼ କରି ଶାଗ ମାଛ ଦରରେ ବିକ୍ରି କରୁଥିଲେ। କେବଳ ବାଇକ ନୁହେଁ ଏହି ଗ୍ୟାଙ୍ଗ୍‌ ହାଇଓ୍ବା, ବସ୍‌ ମଧ୍ୟ ଲୁଟ କରୁଥିଲେ। ଏହି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ଥିଲେ ସାହିଲ ଜାନି। ସେ ଜଣେ ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ର। ସେ ଗାଡ଼ିଗୁଡିକର ଲକ୍‌ କିଭଳି ଭଙ୍ଗାଯାଇ ଷ୍ଟାର୍ଟ କରାଯିବ ସେ ଟେକ୍ନିକାଲ ଦିଗ ବତାଉଥିଲେ। ସହରରେ ଏଭଳି ଲୁଟ ଘଟଣା ବଢିବା ପରେ ଡିସିପି ଡା. ଉମାଶଙ୍କର ଦାଶ ଲୁଟେରାମାନଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ୍‌କୁ ଦାୟିତ୍ୱ ଦେଇଥିଲେ। ଏହି ଗ୍ୟାଙ୍ଗ୍‌ କାରରେ ବିଭିିନ୍ନ ସ୍ଥାନ ବୁଲନ୍ତି। ଯେଉଁଠି ଦାମୀ ବୁଲେଟ ଏବଂ ବାଇକ ଦେଖନ୍ତି ତାକୁ ଲୁଟ କରି ଏକ ହାଇଓ୍ବା ଗାଡ଼ିିରେ ଲଦି ନେଇଆସନ୍ତି। ନିକଟରେ ସେମାନେ ବାଲିଅନ୍ତା ଥାନା ଅଞ୍ଚଳରୁ ଏକ ହାଇଓ୍ବା ଗାଡ଼ି ଲୁଟି ନେଇ ଅନୁଗୋଳର ଏକ ଜଙ୍ଗଲରେ ରଖିଥିଲେ। ସ୍ପେଶାଲ ସ୍କ୍ବାଡ୍‌ ସମ୍ପୃକ୍ତ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ପରେ ହାଇଓ୍ବା ଲୁଟ କରୁଥିବା ଗ୍ୟାଙ୍ଗ୍‌ର ୨ଜଣଙ୍କୁ ଠାବ କରାଯାଇଥିଲା। ପୋଲିସ ସେମାନଙ୍କ ମୋବାଇଲ୍‌ ଫୋନ୍‌ ଲୋକେଶନ୍‌ରୁ ସେମାନେ କଟକରେ ଥିବା ଜାଣି ଚଢାଉ କରି ୨ ଲୁଟେରାଙ୍କୁ ଗିରଫ କରିଥିଲା। ଏଥିସହ ହାଇଓ୍ବାକୁ ମଧ୍ୟ ଜବତ କରିଥିଲା। ଦୁଇ ଲୁଟେରାଙ୍କ ସମେତ ଗାଡ଼ି କିଣିଥିବା ୨ ରିସିଭରଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri