ପୋଖରୀରେ ଗାଧୋଉଥିଲେ ଯୁବକ, ୨ ରାଉଣ୍ଡ ଗୁଳି ଚଳାଇ ଲୁଟିନେଲେ ବାଇକ

ନୟାଗଡ, ୨୦।୮(ଲୋକନାଥ ମିଶ୍ର): ନୟାଗଡ ଜିଲା ଚାନ୍ଦପୁର ଥାନା କୁସୂପଲାରେ ୨ରାଉଣ୍ଡ ଗୁଳି ଚାଳନା ହୋଇଛି । ପୋଖରୀରେ ଗାଧୋଉ ଥିବା ବେଳେ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଗୁଳିମାଡ଼ କରି ବାଇକ୍ ଲୁଟିନେଲେ ଦୁର୍ବୃତ୍ତ ।

ତେବେ ବାଇକ ନେବା ବେଳେ ଯୁବକଙ୍କୁ ଗୁଳି କରି ଭୟଭୀତ କରାଇଲେ। ତେବେ ଗୁଳିମାଡ଼ରେ ଯୁବକ ଜଣଙ୍କ ଗୁରୁତର ହୋଇଥିବା ବେଳେ ତାଙ୍କୁ  ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି ।

 

Dharitri – Odisha’s No.1 Odia Daily

Share