ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ ବିଭିନ୍ନ ଛକରେ ଥିବା ଦୋକାନକୁ ଚାଲାଣ କରିଥିଲା ବେଳେ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ ନରେଶ ସାହୁଙ୍କ ନିର୍ଦ୍ଦେଶରେ ଜଗରୀଜୋର୍‌ ହାଟ ବଜାରରୁ ମଙ୍ଗଳବାର ଜବତ କରାଯାଇଛି। ଜଣେ ଯୁବକଙ୍କଠାରୁ ୪୫ ଲିଟର ବିଦେଶୀ ମଦ ସହ ବାଇକ୍‌ ଜବତ କରି ପୋଲିସ ବୁଧବାର କୋର୍ଟ ଚାଲାଣ କରିଛି । ଗିରଫ ଯୁବ ବ୍ୟବସାୟୀ ହେଲେ ଷାଠିଏବାଟି ଗ୍ରାମର ବୁଲୁ ତରେଇ।

Dharitri – Odisha’s No.1 Odia Daily

Share