ଜୁଲାଇ ୩୧ ପର୍ଯ୍ୟନ୍ତ ଗଞ୍ଜାମରେ ବାଇକ୍‌ ଚଳାଚଳ ନିଷେଧ

ଛତ୍ରପୁର, ୨।୬(ଡି.ଏନ୍‌.ଏ.) ଗଞ୍ଜାମ ଜିଲାରେ ଜୁଲାଇ ୩୧ ପର୍ଯ୍ୟନ୍ତ ବାଇକ ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କେବଳ ମେଡିକାଲ, କୃଷି କାର୍ଯ୍ୟ ପାଇଁ ପରିଚୟପତ୍ର ଦେଖାଇ ବାଇକ ଚଳାଚଳ କରିହେବ। ଏ ନେଇ ଗୁରୁବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌କରି ସୂଚନା ଦେଇଛନ୍ତି। ୧ କି.ମି. ମଧ୍ୟରେ ଚାଲି ଚାଲି ଯାଇ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣିପାରିବେ। ତେବେ ବରିଷ୍ଠ ନାଗରିକମାନେ ଘରୁ ବାହାରିବେ ନାହିଁ। ଅପରାହ୍ନ ୪ ଟାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶଟ୍‌ଡାଉନ ରହିବ ବୋଲି ଜିଲାପାଳ କହିଛନ୍ତି।