ମୋହନା,୪।୧( ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମହେନ୍ଦ୍ରଗଡ ଗାଁ ନିକଟରେ ଥିବା ବ୍ରିଜ ତଳ ନଈକୁ ଖସିଲା ବାଇକ। ବାଇକ୍ ଖସିବା ଫଳରେ ଜଣେ ମୃତ ସହ ଜଣେ ଆହତ ହୋଇଛନ୍ତି।
ମୃତ ଯୁବକ ଜଣକ ଆର୍ ଉଦୟଗିରି ଥାନା ଅନ୍ତର୍ଗତ ଖାରିଗୁମା ଗ୍ରାମର କୁରେଶ ଦଳେଇ। ସୂଚନା ଅନୁସାରେ ଶନିବାର ଦିନ ଦୁଇ ଯୁବକ ମହେନ୍ଦ୍ରଗଡ ଗ୍ରାମରୁ ନିଜ ଗାଁ ଖାରିଗୁମା ଗାଁକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ପାଇ ଆର୍ ଉଦୟଗିରି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନଈରେ ପଡ଼ି ରହିଥିବା କୁରେସଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ କୁରେଶ ଓ ବାଇକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି l


