ବାଇକ୍‌ ଦୁର୍ଘଟଣା: ଶଳା ମୃତ, ଭିଣେଇ ଗୁରୁତର

ମୋହନା,୪।୨(ଡି.ଏନ.ଏ.): ଗଜପତି ଜିଲା ମୋହନା ଥାନା ମଧୁରଆମ୍ବ ଗାଁ ନିକଟରେ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସିଲା ବାଇକ୍‌ l ଏହି ଦୁର୍ଘଟଣାରେ ଶଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଭିଣେଇ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ଶିକୁଳିପଦର ପଞ୍ଚାୟତ ପଦ୍ମପୁର ଗ୍ରାମର ଟିଟୁ ନାୟକ ଏବଂ ଆହତ ହେଲେ ଗଞ୍ଜାମ ଜିଲା ବଳରାମପୁର ଗ୍ରାମର କାଳୁଚରଣ ଦଳାଇ।

ପୋଲିସ ସୂଚନାନୁସାରେ, ଶୁକ୍ରବାର ପଦ୍ମପୁର ଗାଁରେ ଟିଟୁର ସମ୍ପର୍କୀୟ ଭାଇର ଶୁଦ୍ଧିକ୍ରିୟା ଥିଲା। ଏହାପରେ ଶଳl ଟିଟୁ ଏବଂ ଜ୍ବାଇଁ କାଳୁ କୌଣସି କାମରେ ଏକ ବାଇକ୍‌ ଯୋଗେ ଲୁହାଗୁଡି ଯାଇଥିଲେl ଅପରାହ୍ନ ପ୍ରାୟ ସାଢେ ୫ଟାରେ ଫେରିବା ବେଳେ ମଧୁରଆମ୍ବ ନିକଟରେ ବରସାମ୍ୟ ହରାଇ ଗାଡ଼ୱାଲକୁ ଧକ୍କା ହୋଇ କଲଭର୍ଟ ତଳକୁ ଉଭୟେ ବାଇକ୍‌ ସହ ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିଥିଲେ। ଏହା ପରେ ଉଭୟଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ଟିଟୁଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର କାଳଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଖବରପାଇ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାର ିରଖିଥିବା ଥାନା ସବ ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ମଲ୍ଲିକ କହିଛନ୍ତି l