ବନ୍ଦ ହେଲା ବିଜୁ ଯୁବ ବାହିନୀ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ସାଧାରଣ ନିର୍ବାଚନ ପୂର୍ବରୁ ସୃଷ୍ଟ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ। ଚଳିତ ବର୍ଷ ବିଜୁ ଯୁବ ବାହିନୀ ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା ହୋଇନାହିଁ। ବିଧାୟକ ଭବାନୀ ଭୋଇଙ୍କ ପ୍ରଶ୍ନରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି। ବଜେଟରେ ଅର୍ଥ ବ୍ୟବସ୍ଥା ହୋଇ ନ ଥିବାରୁ ଏବେ କୌଣସି ଜାଗାରେ ବିଜୁ ଯୁବ ବାହିନୀ ଦ୍ୱାରା କିଛି କାର୍ଯ୍ୟ କରାଯାଉନି ବୋଲି ସେ କହିଛନ୍ତି। ଏହାପରେ ବିଜୁ ଯୁବ ବାହିନୀ ବନ୍ଦ ହୋଇଥିବା ଏକ ରକମ ସ୍ପଷ୍ଟ ହୋଇଛି

ଅପରପକ୍ଷେ ବିଜୁ ଯୁବ ବାହିନୀ ବନ୍ଦ ହେବାକୁ ବିରୋଧି କଡ଼ା ସମାଲୋଚନା କରିଛନ୍ତି। ନିର୍ବାଚନ ପାଇଁ ଏହାକୁ ଗଠନ କରିଥିଲେ, କାମ ସରିବାରୁ ବନ୍ଦ କଲେ। ନିଜ ସ୍ବାର୍ଥ ସାକାର କରିବାକୁ କରିଥିଲେ। ନିର୍ବାଚନ ପରେ ଦରକାର ପଡ଼ିଲାଣି। ସାଧାରଣ ଲୋକଙ୍କ ପଇସା ଏମିତି ଆତ୍ମସାତ ନକରନ୍ତୁ ବୋଲି ସେମାନେ କହିଛନ୍ତି। ତେବେ ସରକାର ସେ ଯୁବକମାନଙ୍କୁ କ୍ଷମା ମାଗନ୍ତୁ ବୋଲି ବିରୋଧି କହିଛନ୍ତି।