ଶ୍ରାଦ୍ଧ ଦିବସରେ ବିଜୁଙ୍କୁ ଭୁଲିଗଲେ

ମହାକାଳପଡ଼ା,୧୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ)ତତ୍କାଳୀନ ରାଜନଗର ବିଧାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ବୁଧବାର ରାଜ୍ୟସାରା ପାଳିତ ହୋଇଯାଇଛି। ହେଲେ ମହାକାଳପଡ଼ାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ କେହି ଫୁଲମାଳଟିଏ ପକାଇବାକୁ ନ ଆସିବା ଘଟଣା ଏଠାରେ ଅସନ୍ତୋଷ ସୃଷ୍ଟି କରିଛି ା ଏ ସଂକ୍ରାନ୍ତରେ ଜମ୍ବୁ ଅଞ୍ଚଳର ବରିଷ୍ଠ ନାଗରିକ ହରିପଦ ଦାସ କହିଛନ୍ତି, ଆଜି ଶ୍ରାଦ୍ଧ ଦିବସରେ ବିଜୁ ବାବୁଙ୍କ ଫୁଲ ମାଳଟି ମିଳିଲା ନାହିଁ। ଆମେ କେବେ ବିଜୁ ବାବୁଙ୍କୁ ଭୁଲି ପାରିବୁ ନାହିଁ। ୧୯୭୧ରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟାରେ ରାଜନଗର ଓ ମହାକାଳପଡ଼ାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ସେହି ଦୁର୍ଦ୍ଦିନ ସମୟରେ ବିଜୁ ବାବୁ ଏଠାକୁ ଆସି ଲୋକମାନଙ୍କୁ ସାହାସ ଦେବା ସହିତ ଉଦ୍ଧାର ଓ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲେ ା ସେଦିନ ଠାରୁ ବିଜୁ ପଟ୍ଟନାୟକ ରାଜନଗର ଓ ମହାକାଳପଡ଼ା ଅଞ୍ଚଳରେ ଲୋକଙ୍କ ହୃଦୟ ଅମର ହୋଇ ରହିଛନ୍ତି। ବୁଧବାର ଶ୍ରାଦ୍ଧ ଦିବସରେ ବିଜୁଙ୍କୁ ଫୁଲମାଳଟିଏ ନ ମିଳିବା ବହୁ ବୁଦ୍ଧିଜୀବି, ବରିଷ୍ଠ ନାଗରିକ, ସାମାଜିକ କର୍ମୀ ଦୁଃଖର କଥା ବୋଲି କହିଛନ୍ତି।