କାମରେ ଲାଗୁନି ବିଜୁ ସେତୁ

ପ୍ରୀତିପୁର,୩୧ା୧୦(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ରାସ୍ତା ଓ ବିଜୁ ସେତୁ ନିର୍ମାଣ କରୁଛନ୍ତି। ଏଥିଲାଗି ରାଜକୋଷରୁ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଲୋକମାନଙ୍କ କାମରେ ଲାଗୁନାହିଁ। ଫଳରେ ଲୋକମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଭଳି ଦେଖିବାକୁ ମିଳିଛି, ଯାଜପୁର ଜିଲା ବିଞ୍ଝାରପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ବିଲସାହି-କୁସୁନପୁର ପ୍ରଧାନମନ୍ତ୍ରୀ ସଡକ ଯୋଜନା ଅଧୀନ କୁସୁନପୁର ନିକଟସ୍ଥ ନୂଆମାହାରା ନଦୀ ଉପରେ ନିର୍ମିତ ବିଜୁ ସେତୁ କ୍ଷେତ୍ରରେ। ସେତୁକୁ ଉଭୟପାର୍ଶ୍ୱରୁ ସଂଯୋଗୀକରଣ ଲାଗି ରାସ୍ତା ନିର୍ମାଣ ହୋଇନାହିଁ। ସେତୁ ନିର୍ମାଣ ଶେଷ ହୋଇ ମଧ୍ୟ ଲୋକଙ୍କ କାମରେ ଆସିପାରୁନାହିଁ।
ବିଜୁ ସେତୁ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ ହୋଇଥିଲା। ସେତୁକୁ ଉଭୟପାର୍ଶ୍ୱରୁ ସଂଯୋଗ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୯ କୋଟି ୩୨ ଲକ୍ଷ ୫୮ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଅର୍ଥରେ ପୋଲର ଉଭୟପାର୍ଶ୍ୱରେ ବିଲସାହିଠାରୁ କୁସୁନପୁର ପର୍ଯ୍ୟନ୍ତ ୮. ୭୮୦ ମିଟର ରାସ୍ତା ନିର୍ମାଣ କରାଯାଇଛି। ଏହା ବ୍ୟତୀତ ଏହି ରାସ୍ତାର ରକ୍ଷଣାବେକ୍ଷଣ ବାବଦରେ ୫ ବର୍ଷ ନିମନ୍ତେ ସରକାର ୩୯ ଲକ୍ଷ ୮୨ ହଜାର ଟଙ୍କା ମଧ୍ୟ ଯୋଗାଇ ଦେଇଛନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟ ୧୮ା୧ା୨୦୧୮ ଆରମ୍ଭ ହୋଇଥିବାବେଳେ କାମ ୧୭ା୧ା୨୦୨୦ ଶେଷ ହୋଇଥିଲା। ସେତୁର ଉଭୟପାର୍ଶ୍ୱ ରାସ୍ତା ନିର୍ମାଣ ହୋଇ ସୁଦ୍ଧା ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସ୍ଥାନରେ ଖାଲଖମା ହୋଇଛି। ଏହି ରାସ୍ତା ଉପରେ ଘାସ ମାଡି ଗଲାଣି। ସରକାର ଏହି ରାସ୍ତା ଓ ସେତୁ ନିର୍ମାଣ ନିମନ୍ତେ ପାଖାପାଖି ୧୪ କୋଟି ଖର୍ଚ୍ଚ କରି ସାରିଥିଲେ ସୁଦ୍ଧା ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏହି ସେତୁରେ କାର୍ଯ୍ୟକ୍ଷମ ହେଲେ ବାଙ୍ଗରା ପଞ୍ଚାୟତର କାର୍ଯ୍ୟାଳୟ ସହ ପଞ୍ଚାୟତ ଅନ୍ତର୍ଗତ କୁସୁନପୁର, ଗୁଣ୍ଡୁରିପଡା ଓ କଣ୍ଟିତର ଗ୍ରାମବାସୀ ସାଧାସଳଖ ଯୋଗାଯୋଗ ହୋଇପାରିବ। ଏହି ସହ ଯାଜପୁର ଜିଲାର ବିଞ୍ଝାରପୁର, ଦଶରଥପୁର ବ୍ଲକ ଓ କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ ସହ ଗମନାଗମନ ଓ ବ୍ୟବସାୟିକ ସମ୍ପର୍କ ସୃଷ୍ଟି ହୋଇପାରନ୍ତା। ଏହି ସେତୁ କାର୍ଯ୍ୟକ୍ଷମ ନ ହେବା ସମ୍ପର୍କରେ ଯନ୍ତ୍ରୀ ବିନୋଦ କୁମାର ଶିହଳଙ୍କୁ ପଚାରିବାରେ ଆବଶ୍ୟକ ଅର୍ଥର ଅଭାବ ହେତୁ ଏହା ଅଧାପନ୍ତରିଆ ରହିଛି। ଅର୍ଥ ମିଳିଲେ ସେତୁ ସଂଯୋଗୀକରଣ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ସେ କହିଥିଲେ। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ବିଜୁ ସେତୁକୁ ସଂଯୋଗୀକରଣ ରାସ୍ତା କାର୍ଯ୍ୟ ଶେଷ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri