ଅବହେଳିତ ଅବସ୍ଥାରେ ବିଜୁ ଉଦ୍ୟାନ

ସୁନାବେଡ଼ା/ସେମିଳିଗୁଡ଼ା,୨୮ା୯(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ହାଲ୍‌ ଟାଉନଶିପ ୱାଇ ଜୋନ୍‌ରେ ପୌର ପ୍ରଶାସନ ପକ୍ଷରୁ ପ୍ରାୟ ଦେଢ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ପାର୍କ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି। ଉଦ୍‌ଘାଟନ ପରେ ସେତେବେଳେ ବିଜୁ ଉଦ୍ୟାନ ରୂପେ ପରିଚିତ ଏହି ପାର୍କ ଭିତରକୁ ଯିବା ପାଇଁ ପ୍ରବେଶ ଶୁଳ୍କ ମଧ୍ୟ ରଖାଯାଇଥିଲା। ସେ ସମୟରେ ଏହାର ରକ୍ଷଣାବେକ୍ଷଣ ପାଇଁ ଶାଶ୍ୱତୀ ମହିଳା ମହାସଂଘକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏଥିପାଇଁ ମାସକୁ ପ୍ରାୟ ୭୪ହଜାର ଟଙ୍କା ମହାସଂଘ ବ୍ୟାଙ୍କ ଜମାଖାତାକୁ ଯାଉଥିଲା। ତେବେ ୨ ବର୍ଷ ଉକ୍ତ ମହିଳା ମହାସଂଘ ଦାୟିତ୍ୱ ନେବା ପରେ ତାକୁ ପ୍ରଶାସନ ଅପସାରଣ କରି ମା’ ଗଙ୍ଗା ମା’ ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦେଇଥିଲା। ଗତ ୮ମାସ ହେବ ଏହି ଗୋଷ୍ଠୀ ଦାୟିତ୍ୱ ନେଇଛି। ପ୍ରତି ମାସରେ ପ୍ରଶାସନ ବିଜୁ ଉଦ୍ୟାନର ରକ୍ଷଣାବେକ୍ଷଣ ପାଇଁ ୬୪,୯୯୯ ଟଙ୍କା ଖର୍ଚ୍ଚ କରୁଛି। ଏହା ସତ୍ତ୍ୱେ ଉଦ୍ୟାନର ଅବସ୍ଥା ଶୋଚନୀୟ ହୋଇପଡିଛି। ଏତେ ଟଙ୍କା ମାସକୁ ମାସ କେଉଁଠି ବିନିଯୋଗ ହେଉଛି ସେନେଇ ସନ୍ଦେହ ପ୍ରକାଶ ପାଇଛି। ନିୟମ ଅନୁସାରେ ଉଦ୍ୟାନ ପାଇଁ ୬ ଜଣ ମାଳୀ ଓ ଜଣେ ସୁପରଭାଇଜର ରହିବା କଥା। ମାତ୍ର ଏ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସାରା ଉଦ୍ୟାନରେ ଘାସବଣରେ ପରିଣତ ହେବା ସହ ଲଗାଯାଇଥିବା ଲାଇଟଗୁଡିକ ଭାଙ୍ଗିରୁଜିଗଲାଣି। ବସିବା ପାଇଁ ପଡିଥିବା ଚେୟାରଗୁଡିକ ଅବସ୍ଥା ମଧ୍ୟ ନ କହିବା ଭଲ। ସନ୍ଧ୍ୟା ହେଲେ ଏହି ଉଦ୍ୟାନରେ ଅସାମାଜିକ ବ୍ୟକ୍ତିଙ୍କ ଆସର ଜମୁଛି। ଏଥିପ୍ରତି ପୌର ପ୍ରଶାସନର ନଜର ନାହିଁ। ଏ ସମ୍ପର୍କରେ ସୁନାବେଡ଼ା ପୌର ନିର୍ବାହୀ ଅଧିକାରୀ ନାରାୟଣ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ବିଷୟରେ ସେ ଅବଗତ ଅଛନ୍ତି । କାର୍ଯ୍ୟବ୍ୟସ୍ତ ଯୋଗୁ ଉଦ୍ୟାନକୁ ଯାଇପାରୁନାହାନ୍ତି। ଦିନେ ଦୁଇଦିନ ମଧ୍ୟରେ ଉଦ୍ୟାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଅପରପକ୍ଷରେ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ରତନି ଖେମୁଣ୍ଡୁଙ୍କ ତାଙ୍କ ମୋବାଇଲ ୯୭୭୭୯୦୨୯୭୩ ଯୋଗେ ବାରମ୍ବାର ଯୋଗାଯୋଗ କରିବାରୁ ତାହା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri