ଉଦ୍‌ଘାଟନ ପୂର୍ବରୁ ଦବିଗଲା ବିଜୁ ସେତୁ

ଲୋଇସିଂହା,୨୭।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରାରୁ କେଉଁଟିପାଲିକୁ ସଂଯୋଗ କରୁଥିବା ଘେସରା ନାଳରେ ବିଜୁ ସେତୁ ନିର୍ମାଣ ହୋଇଛି। ଉଦ୍‌ଘାଟନ ପୂର୍ବରୁ ସେତୁର ଉଭୟ ପାର୍ଶ୍ୱରେ ରାସ୍ତା ଦବି ଯାଇଛି। ସେତୁ ଅସୁରକ୍ଷିତ ହୋଇପଡିଛି। ଯାତ୍ରୀମାନେ ଏହି ରାସ୍ତାରେ ଯିବାଆସିବାକୁ ଭୟ କରୁଛନ୍ତି। ସେତୁର ଏପରି ଅବସ୍ଥା ଦେଖିବା ପରେ ପନେସରା ଓ କେଉଁଟୋପାଲି ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିମ୍ନମାନର କାମକୁ ଦାୟୀ କରିଛନ୍ତି ସେମାନେ। ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ଘେସରା ନାଳରେ ୫ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଜୁ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଥିଲେ। ଗତ ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୪ ଜାନୁୟାରୀରେ ମନ୍ତ୍ରୀ ନିରଞ୍ଜନ ପୂଝାରୀ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ସ୍ଥାନୀୟ ବିଧାୟକ ମୁକେଶ ମହାଲିଙ୍ଗ ପ୍ରମୁଖ ଏହି ସେତୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଶିଳାନ୍ୟାସକୁ ନେଇ ସେତେବେଳେ ବିଜେଡି ଓ ଭାଜପା କର୍ମୀ ମୁହାମୁହିଁ ହୋଇଥିଲେ। ଶିଳାନ୍ୟାସର ବର୍ଷକ ପରେ କାମ ଆରମ୍ଭ ହୋଇଥିଲା। ଗତ ୩୧ ଜାନୁୟାରୀ ୨୦୨୩ରେ ବିଧାୟକ ମହାଲିଙ୍ଗ କ୍ଷେତ୍ର ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ଓ କାମ କରୁଥିବା ଠିକାଦାରଙ୍କ ସହ ଆଲୋଚନା କରି କାମର ଅଗ୍ରଗତି ନେଇ ପଚାରି ବୁଝିଥିଲେ। ସେତୁ କାମ ନିମ୍ନମାନର ହେଉଥିବା ଜାଣି ପନେସରା ଓ କେଉଁଟିପାଲି ଗ୍ରାମବାସୀ କାମ କରୁଥିବା ଠିକାଦାରକୁ ତାଗିଦ କରିଆସୁଥିଲେ। ସେତୁ ଓ ୫ ଶହ ମିଟର ରାସ୍ତାକାମ ସରିବା ପରେ ଚଳିତ ମାସ ଠିକାଦାର କ୍ୟାମ୍ପ ଉଠାଇଛନ୍ତି। ଗତ କିଛିଦିନ ହେଲା ସେତୁ ଉପର ଦେଇ ଯାନବାହାନ ଓ ସାଧାରଣ ଯାତ୍ରୀ ଯାତାୟାତ କରୁଛନ୍ତି। ଏହା ପୂର୍ବରୁ ସେତୁ ତଳ ରାସ୍ତାରେ ଯିବାଆସିବା କରୁଥିଲେ। ଗତ ୩ ଦିନ ହେଲା ମୌସୁମୀବର୍ଷା ଲାଗି ରହିଛି। ଲଗାଣ ବର୍ଷା ପରେ ପନେସରା ପଟରୁ ଗଲାବେଳେ ସେତୁର ବାମପାର୍ଶ୍ୱରେ କଂକ୍ରିଟ ଓ ପିଚୁ ଦବି ଆଁ କରିଛି। ସେହିପରି କେଉଁଟିପାଲି ପଟରୁ ଆସିଲା ବେଳେ ସେତୁ ସଂଲଗ୍ନ ଡାହାଣ ପାର୍ଶ୍ୱରେ୧ଫୁଟ କଂକ୍ରିଟ ଓ ପିଚୁ ଦବି ଯାଇଛି। ଏହା ବ୍ୟତୀତ ସେତୁର ଉଭୟ ପାର୍ଶ୍ୱରେ ହୋଇଥିବା ରାସ୍ତା ଅନେକ ସ୍ଥାନରେ ଦବି ଯାଇଛି ଏବଂ ପଥର ପେଚିଂ ମଧ୍ୟ ବର୍ଷାରେ ଖସି ଯାଇଛି। ନିମ୍ନମାନର କାମ ହୋଇଥିବାରୁ ଏପରି ଅବସ୍ଥା ହୋଇଥିବା ପନେସରା ଗ୍ରାମର ଶଙ୍କର ବିଶ୍ୱାଳ କହିଛନ୍ତି। ଅଞ୍ଚଳବାସୀ ଦୀର୍ଘ ଦାବି ପରେ ଘେସାରି ନାଳାରେ ବିଜୁ ସେତୁ ନିର୍ମାଣ ପରେ ପନେସରା ଓ କେଉଁଟିପାଲି ଗ୍ରାମବାସୀ ଖୁସି ହୋଇଥିଲୁ ା ବାଲି ଉପରେ କଂକ୍ରିଟ କରଣ କରାଯାଇଛି। ଖାଲି ଗୋଡରେ ଦବି ଯାଉଛି ା ବର୍ଷା ହେବାରୁ ଆହୁରୀ ଶୋଚନୀୟ ହୋଇ ପଡିଛି। ସେତୁର ଉଦ୍‌ଘାଟନ ପୂର୍ବରୁ ଏପରି ଅବସ୍ଥା ଅଞ୍ଚଳବାସୀଙ୍କୁ କଷ୍ଟ ଦେଇଛି। ଭଲ କାମ ପାଇଁ ଅଞ୍ଚଳବାସୀଙ୍କ ତରଫରୁ ତାଗିଦ କରାଯାଉଥିଲା। ବିଭାଗ ଓ ଠିକା ସଂସ୍ଥା ନ ଶୁଣିବାରୁ ଏପରି ଦୂରାବସ୍ଥା ହୋଇଛି ା ଏଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ହୀରାପୁର ସରପଞ୍ଚ ରମାକାନ୍ତ ବିଶ୍ୱାଳ କହିଛନ୍ତି। ଗ୍ରାମ୍ୟ ଉନ୍ନୟନସଂସ୍ଥା ନିର୍ବାହୀ ଯନ୍ତ୍ରୀ ନିର୍ମଳ ଜେନାଙ୍କୁ ପଚାରିବାରୁ କ୍ଷେତ୍ର ପରିଦର୍ଶନ କରି ଦେଖିଲା ପରେ ସେ କହି ପାରିବେ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସେତୁ କାମ ସରି ଯାଇଛି। ହେଲେ ପନେସରା ପଟରୁ ଗଲେ ସେତୁର ବାମ ପାର୍ଶ୍ୱରେ ଏକ ସୂଚନା ଫଳକ ଲାଗିଛି ସତ ା ହେଲେ ସେହି ଫଳକରେ କୌଣସି ସୂଚନା ନାହିଁ। ଏହି କାମ କେଉଁ ଠିକା ସଂସ୍ଥା କରୁଛି ଏବଂ ବ୍ୟୟ ଅଟକଳ କେତେ ତାହା ସାଧାରଣ ଲୋକେ ଅଦ୍ୟାବଧି ଅଜ୍ଞ ଅଛନ୍ତି। କାମ ପୂର୍ବରୁ ଫଳକ ଲାଗିବାର ସରକାରୀ ନିର୍ଦ୍ଦେଶାନାମା ରହିଛି। ଦୁର୍ନୀତିକୁ ଲୁଚାଇବାକୁ ଯାଇ ବିଭାଗ ଓ ଠିକା ସଂସ୍ଥା ଏପରି କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri