Posted inଜାତୀୟ

ଇତିହାସ ରଚିବେ ବିଜୟନ୍‌

ନୂଆଦିଲ୍ଲୀ,୩୦ା୪:ପୂର୍ବାପେକ୍ଷା ଏଥର ଆମେ ଅଧିକ ଆସନରେ ବିଜୟୀ ହେବୁ। ଗୁରୁବାର ରାତିରେ ଏକ୍‌ଜିଟ୍‌ ପୋଲ୍‌ ଫଳ ଆସିବା ପରେ କେରଳ ରାଜଧାନୀ ଥିରୁଭାନନ୍ତପୁରମ୍‌ରେ ଏହା ଥିଲା ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ଙ୍କ ପ୍ରଥମ ମନ୍ତବ୍ୟ। ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ କ୍ଷମତାସୀନ ହୋଇ ଇତିହାସ ରଚିବାକୁ ଯାଉଥିବା ବିଜୟନ୍‌ କହିଛନ୍ତି, ମେ’ ୨ରେ ଆସିବାକୁ ଥିବା ଫଳାଫଳକୁ ନେଇ କୌଣସି ସନ୍ଦେହ ନାହିଁ। ୨୦୧୬ ବିଧାନସଭା ନିର୍ବାଚନ ତୁଳନାରେ ଏଥର ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ(ସିପିଆଇଏମ୍‌) ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍‌ଡିଏଫ୍‌) ଅଧିକ ଆସନ ଦଖଲ କରି ପୁନର୍ବାର କ୍ଷମତାସୀନ ହେବ। ମୁଁ କେରଳର ଜନତାଙ୍କୁ ଜାଣେ। ଏହା ହେଉଛି ମୋର ଆମତ୍ବିଶ୍ୱାସ।
ପଶ୍ଚିମବଙ୍ଗ ବିଧାନସଭାର ଅଷ୍ଟମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ଓ ଜାତୀୟ ଗଣମାଧ୍ୟମ ପକ୍ଷରୁ ଏକ୍‌ଜିଟ୍‌ ପୋଲ ପ୍ରକାଶ ପାଇଛି। ଏଥିରେ ବିଜୟନ୍‌ ଇତିହାସ ରଚିବାକୁ ଯାଉଛନ୍ତି ବୋଲି ଭବିଷ୍ୟବାଣୀ କରାଯାଇଛି। ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୭୧ ଆସନ ଆବଶ୍ୟକ ଥିବାବେଳେ ୨୦୧୬ରେ ଏଲ୍‌ଡିଏଫ୍‌ ୯୧ ଆସନ ଦଖଲ କରି କ୍ଷମତାସୀନ ହୋଇଥିଲା। କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ୟୁଡିଏଫ୍‌)କୁ ମାତ୍ର ୪୭ ଆସନରେ ସଫଳତା ମିଳିଥିଲା। ପୂର୍ବରୁ କୌଣସି ମେଣ୍ଟ କ୍ରମାଗତ ଦୁଇଥର କ୍ଷମତାସୀନ ହୋଇ ନ ଥିବାବେଳେ ଏଥର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ପୂର୍ବ ସଫଳତା ଦୋହରାଇବେ ବୋଲି ଅଧିକାଂଶ ସର୍ବେକ୍ଷଣ ସଂସ୍ଥା ଭବିଷ୍ୟବାଣୀ କରିଛନ୍ତି। ତେବେ ଶେଷ ମୁହୂର୍ତ୍ତରେ ମେଟ୍ରୋମ୍ୟାନ୍‌ ଇ.ଶ୍ରୀଧରନ୍‌ଙ୍କୁ ମଇଦାନକୁ ଓହ୍ଲାଇ ଭାଜପା କେତେକ ଆସନରେ ନିଜ ସ୍ଥିତି ମଜଭୁତ କରିବ ବୋଲି ଯାହା କୁହାଯାଉଥିଲା ସେପରି କିଛି ଦେଖିବାକୁ ମିଳିନାହିଁ।
ସେହିପରି ତାମିଲନାଡୁରେ ବିରୋଧୀ ଆନ୍ନା ଦ୍ରାବିଡ ମୁନେତ୍ରା କାଜାଗାମ୍‌ (ଡିଏମ୍‌କେ)-କଂଗ୍ରେସ ମେଣ୍ଟ ଶାସକ ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ରା କାଜାଗାମ୍‌ (ଏଆଇଏଡିଏମ୍‌କେ)-ଭାଜପା ମେଣ୍ଟର ବିଜୟ ଆଶାକୁ ମଳିନ କରିଦେଇଛି। ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ଭୋଟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଡିଏମ୍‌କେକୁ ୪୮% ଭୋଟ ମିଳିଥିବାବେଳେ ଏଆଇଏଡିଏମ୍‌କେ ସପକ୍ଷରେ ୩୫% ମତଦାନ ହୋଇଥିବା କୁହାଯାଉଛି। ସେହିପରି ଏଏମ୍‌ଏକ୍‌କେକୁ ୩% ଏବଂ କମଲ ହାସନଙ୍କ ଏମ୍‌ଏନ୍‌ଏମ୍‌କୁ ୪% ଭୋଟ ମିଳିଥିବା ଆକଳନ କରାଯାଇଛି। ରାଜ୍ୟର ୪୬% ମତଦାତା ଷ୍ଟାଲିନ୍‌ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ମତଦେଇଛନ୍ତି।
ଅନ୍ୟପକ୍ଷେ ସବୁଠି ନିରାଶ ହୋଇଥିବା ଭାଜପାର ସମ୍ମାନ ଆସାମରେ ବଞ୍ଚତ୍ୟିବ ବୋଲି କୁହାଯାଉଛି। ଏଠାରେ ଶାସକ ଭାଜପାକୁ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମହାମେଣ୍ଟ ବଡ଼ ଚ୍ୟାଲେଞ୍ଜ ଦେଇପାରି ନ ଥିବା ଅଧିକାଂଶ ସର୍ବେକ୍ଷଣ ସଂସ୍ଥା ଆକଳନ କରିଛନ୍ତି। ପୁଡୁଚେରୀରେ ଏଆଇଏଡିଏମ୍‌କେ, ଅଲ୍‌ ଇଣ୍ଡିଆ ଏନ୍‌.ଆର୍‌. କଂଗ୍ରେସ ଏବଂ ଭାଜପା ମଧ୍ୟରେ ପ୍ରାକ୍‌ ନିର୍ବାଚନୀ ମେଣ୍ଟ ହୋଇଥିଲା। ଏଠାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଏବଂ ଡିଏମ୍‌କେ-କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଛି। ଏଆଇଏନ୍‌ଆର୍‌ସି ମୁଖ୍ୟ ଏନ୍‌. ରଙ୍ଗାସ୍ବାମୀଙ୍କୁ ଏନ୍‌ଡିଏ ମୁଖ୍ୟମନ୍ତ୍ରୀ କରିପାରେ। ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆର ଆକଳନ ହେଉଛି ଏନ୍‌ଡିଏକୁ ୨୦ରୁ ୨୪ ଆସନରେ ସଫଳତା ମିଳିପାରେ। ଏଆଇଏନ୍‌ଆର୍‌ସି ୧୩-୧୫ ଆସନ ଦଖଲ କରିବାକୁ ଥିବାବେଳେ ଏଆଇଏଡିଏମ୍‌କେକୁ ୩ ଆସନରେ ସୀମିତ ରହିବାକୁ ପଡ଼ିପାରେ। କଂଗ୍ରେସ ୬ରୁ ୧୦ ଆସନରେ ବିଜୟୀ ହେବ ବୋଲି ଏହି ସଂସ୍ଥା ଭବିଷ୍ୟବାଣୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri