ରାସ୍ତା ପାର୍ଶ୍ୱରୁ ହଟିବେ ବିହାରୀ ବ୍ୟବସାୟୀ

ଅନୁଗୋଳ ଅଫିସ,୨୬।୩: ଅନୁଗୋଳ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଜବରଦଖଲ କରି ଟ୍ରାଫିକ ଅବ୍ୟବସ୍ଥାର କାରଣ ସାଜିଥିବା ବିହାରୀ ବ୍ୟବସାୟୀଙ୍କୁ ହଟାଇ ଦିଆଯିବ। ଏ ନେଇ ଅନୁଗୋଳ ପୌରପରିଷଦ ବୈଠକରେ ଆଲୋଚନା ହୋଇଛି। କାଉନସିଲରଙ୍କ ସହ ନଗରପାଳ ଏଥିରେ ଏକମତ ମଧ୍ୟ ହୋଇଛନ୍ତି। ଏ ନେଇ ପୌରପରିଷଦ ବୈଠକରେ ରିଜୋଲ୍ୟୁଶନ ମଧ୍ୟ କରାଯାଇଛି। ବିହାରୀ ବ୍ୟବସାୟୀ ହଟିଗଲେ ସେଠାରେ ସ୍ଥାନୀୟ ଲୋକଙ୍କୁ ବ୍ୟବସାୟ କରିବାର ସୁଯୋଗ ମିଳିବ। ଠେଲାଗୁଡ଼ିକୁ ପୌରପାଳିକା ପକ୍ଷରୁ ନମ୍ବରିଂ କରାଯାଇ ବ୍ୟବସାୟ କରିବାକୁ ଇଚ୍ଛୁକ ଗରିବ ଲୋକଙ୍କୁ ପ୍ରଦାନ କରାଯିବ। ଫଳରେ ରାଜ୍ୟ ବାହାରକୁ ଯାଇ ମଜୁରି ଖଟୁଥିବା ସହରର ବହୁ ଗରିବ ଲୋକେ ବ୍ୟବସାୟ କରି ଲାଭବାନ ହୋଇପାରିବେ ବୋଲି ପୌରପାଳିକା ପକ୍ଷରୁ ପ୍ରସ୍ତାବ ରଖାଯାଇଛି।
ଅନୁଗୋଳ ସହର ଥାନା ଛକରୁ ବୁଢ଼ୀ ଠାକୁରାଣୀ ଛକ ଯାଏ ରାଜପଥ ପାର୍ଶ୍ୱକୁ ଏହି ବିହାରୀ ବ୍ୟବସାୟୀମାନେ କବ୍‌ଜାରେ ରଖିଛନ୍ତି। ଫଳରେ ଥାନା ଛକରୁ ରାଜା ଛକ, ରାଜା ଛକରୁ ମେଡିକାଲ ଛକ, ମେଡିକାଲ ଛକରୁ ଡେଲି ମାର୍କେଟ ଛକରେ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ୁଛି। ଏଥିଯୋଗୁ ଯାତାୟାତରେ ସମସ୍ୟା ହେଉଛି। ଟ୍ରାଫିକ୍‌ ଅବ୍ୟବସ୍ଥା ଦେଖାଦେଉଛି। ଅନେକ ସମୟରେ ବ୍ୟବସାୟଗତ ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ, ମାଡପିଟ୍‌ ହେଉଛି। ଏଥିପାଇଁ ସାଧାରଣ ଲୋକେ ଅଡ଼ୁଆରେ ପଡ଼ୁଛନ୍ତି। ବିହାରୀ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସେମାନେ ନିଜ ସମ୍ପର୍କୀୟଙ୍କୁ ବିହାରରୁ ଆଣି ଏଠାରେ ନୂଆ ବ୍ୟବସାୟରେ ନିୟୋଜିତ କରୁଥିବାରୁ ଦିନକୁ ଦିନ ସମସ୍ୟା ବୃଦ୍ଧିପାଉଛି। ଏହି ବ୍ୟବସାୟୀଙ୍କ ସଂଖ୍ୟା ଏବେ ୪ଶହରୁ ଅଧିକରେ ପହଞ୍ଚିଥିବାରୁ ସ୍ଥାନୀୟ ଲୋକେ ବ୍ୟବସାୟ କରିବାକୁ ସୁବିଧା ସୁଯୋଗ ପାଉନାହାନ୍ତି। ଏହି ବ୍ୟବସାୟୀମାନେ ରାସ୍ତା ଉପରେ ପସରା ମେଲାଉଥିବାବେଳେ ପୌରପାଳିକାର ତାଗିଦ୍‌କୁ ମଧ୍ୟ ଖାତିର କରୁନାହାନ୍ତି। ସହରର କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ସେମାନଙ୍କ ମୁଣ୍ଡ ଉପରେ ଥିବାରୁ ଏମାନେ ଅନୁଗୋଳରେ ଦୀର୍ଘଦିନ ହେଲା ରାଜ୍‌ କରୁଥିବା କୁହାଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ରାସ୍ତା ପାର୍ଶ୍ୱରୁ ହଟାଇବାକୁ ଜନପ୍ରତିନିଧିମାନେ ପ୍ରସ୍ତାବ ଦେଇଛନ୍ତି। ଏଥିସହ ସହରରେ ଥିବା ଠେଲା ଗୁଡ଼ିକ ନମ୍ବରିଂ କରାଯାଇ ସ୍ଥାନୀୟ ଲୋକଙ୍କୁ ବ୍ୟବସାୟ ପାଇଁ ପ୍ରଦାନ କରାଯିବ। ବିଶେଷକରି ଆର୍ଥିକ ଅନଟନରେ ରହୁଥିବା ଓ ବାହାର ରାଜ୍ୟକୁ ଯାଇ ମଜୁରି ଖଟୁଥିବା ଲୋକେ ଘର ନିକଟରେ ରହି ବ୍ୟବସାୟ କରିବେ ବୋଲି ପୌର ବୈଠକରେ ପ୍ରସ୍ତାବ ରଖାଯାଇଛି। ଏଭଳି ପ୍ରସ୍ତାବକୁ ଅନୁଗୋଳର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। ଏ ନେଇ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ବିହାରୀ ବ୍ୟବସାୟୀଙ୍କୁ ହଟାଇବାକୁ ପୌର ପରିଷଦ ବୈଠକରେ ଆଲୋଚନା ହୋଇଛି। ରିଜୋଲ୍ୟୁଶନ ମଧ୍ୟ ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri