Posted inଜାତୀୟ

ମଦ ପାଇଁ ନେପାଳରେ ବିହାରୀ

ନୂଆଦିଲ୍ଲୀ,୨୧।୫: ବିହାରରେ ମହିଳାଙ୍କ ପ୍ରତି ଘରୋଇ ହିଂସା ବଢ଼ିବାରେ ଲାଗିଥିଲା। ମଦକୁ ଏହାର କାରଣ ଭାବେ ଧରିନେଇ ମହିଳାମାନେ ରାଜ୍ୟରେ ନିଶା ବିରୋଧୀ ଆନ୍ଦୋଳନ ଚଳାଇଥିଲେ। ୨୦୧୫ ବିଧାନସଭା ନିର୍ବାଚନ ବେଳେ ପ୍ରଚାର ପାଇଁ ଯାଇଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଗାଁରେ ମହିଳାମାନେ ମଦ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ନୀତୀଶ ମହିଳାଙ୍କ ଭୋଟରେ ବିଜୟୀ ହୋଇ ପୁନର୍ବାର କ୍ଷମତାସୀନ ହେବା ପରେ ପ୍ରତିଶ୍ରୁତି ରକ୍ଷାକରି ବିହାରରେ ମଦ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କଲେ। କିନ୍ତୁ ତାଙ୍କ ରାଜ୍ୟର ନିଶାସକ୍ତମାନେ ବିନା ମଦରେ ରହିପାରିଲେ ତ। ବିହାରରେ ମଦ୍ୟପାନର ଦୃଶ୍ୟ ଏବେ ପଡ଼ୋଶୀ ନେପାଳ ସୀମାକୁ ଡେଇଁଛି। ନେପାଳୀ ମଦଭାଟି ଓ ବାର୍‌ଗୁଡ଼ିକ ସାମ୍ନାରେ ପ୍ରତ୍ୟହ ସଂଖ୍ୟାଧିକ ବିହାରୀ ନମ୍ବର ପ୍ଲେଟ୍‌ ସଂଲଗ୍ନ ବାଇକ୍‌ ନିଜ ଆରୋହୀଙ୍କୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳୁଛି।
ମହିଳାମାନେ ଶସ୍ତାରେ କିଣାକିଣି ପାଇଁ ସୀମା ଅତିକ୍ରମ କରି ଭାରତ ପଟକୁ ଆସି ସନ୍ଧ୍ୟାରେ ଫେରିଯାଆନ୍ତି। ଅନୁରୂପ ଭାବେ ବିହାରୀ ପୁରୁଷମାନେ ମଦ ପାଇଁ ସୀମା ଡେଉଁଛନ୍ତି। ରାସ୍ତାକଡ଼ ବାର୍‌ଗୁଡ଼ିକ ରାତି ୯ଟାରେ ବନ୍ଦ ହେବା ପର୍ଯ୍ୟନ୍ତ ମଦ୍ୟପାନ କରି ଫେରୁଛନ୍ତି। ରାଜନୈତିକ କାର୍ଯ୍ୟକଳାପଜନିତ ଉତ୍ତେଜନାକୁ ବାଦ୍‌ ଦେଲେ ଅଧିକାଂଶ ସମୟରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସୀମାନ୍ତବାସୀଙ୍କ ବିସ୍ତୃତ ଆର୍ଥିକ ଚୟନ କ୍ଷମତାକୁ ଏକ ଖୋଲା ନୀତି କିଭଳି ସହାୟକ ହୋଇଛି, ଏହି ଦୃଶ୍ୟ ହେଉଛି ତା’ର ଉତ୍କୃଷ୍ଟ ଦୃଷ୍ଟାନ୍ତ। ଏଠାରେ ପରିବହନର ସହଜ ମାଧ୍ୟମ ମୋଟରସାଇକେଲର ଆବଶ୍ୟକତା କଥା ଦେଖିଲେ ସ୍ପେୟାର ପାଟର୍‌ସ ଭାରତରେ କମ୍‌ ଦାମ୍‌ରେ ମିଳୁଥିବାବେଳେ ପେଟ୍ରୋଲ ନେପାଳରେ ଶସ୍ତା। ୨୦୧୬ରେ ବିହାରରେ ମଦ ବ୍ୟାନ୍‌ ହେବା ପରେ ୪୦୦ ମାଇଲ ବ୍ୟାପୀ ସୀମା ସେପଟେ ଥିବା ବାର୍‌ ଓ ରେଷ୍ଟୁରାଣ୍ଟଗୁଡ଼ିକୁ ନେଇଏକ କ୍ଷୁଦ୍ରଶିଳ୍ପ ଗଢ଼ିଉଠିଛି ବିହାରୀଙ୍କ ତୃଷା ମେଣ୍ଟାଇବା ପାଇଁ।
ମଦ ପିଇ ପ୍ରଥମ ଥର ଧରା ପଡ଼ିଲେ ୨୦୦୦ରୁ ୫୦୦୦ ଟଙ୍କା ଜରିମାନା କିମ୍ବା ମାସେ ଜେଲ। ଅଭ୍ୟାସଗତ ମଦୁଆଙ୍କ ପାଇଁ ଜେଲ ଦଣ୍ଡ ବର୍ଷେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମତରେ ମଦ ବନ୍ଦ ରାଜ୍ୟରେ ହିଂସା ଓ ଅପରାଧର ଗ୍ରାଫ୍‌କୁ ତଳକୁ ଖସାଇଛି। ତେବେ ଏହି ବ୍ୟାନ୍‌ ଯୋଗୁ କେତେକ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି ହୋଇଛି। କୋର୍ଟଗୁଡ଼ିକ ଉପରେ ମଦ ମାମଲା ବୋଝ ପାଲଟିଥିବାବେଳେ ରାଜ୍ୟ ରାଜକୋଷ ବହୁ କୋଟି ଟଙ୍କାର ଅବକାରୀ ଟିକସ ହରାଉଛି। ଅଥଚ ବିହାରକୁ ଚାଲାଣ ହୋଇ ମଦ ଆସୁଛି। ଦୁଇ ତିନିଗୁଣା ଦରରେ ବ୍ଲାକ୍‌ରେ ବିକ୍ରି ହେଉଛି। ତେଣୁ ଶସ୍ତାରେ ମଦ ପିଇବାକୁ ସୀମା ଡେଇଁଲେ ଅସୁବିଧା କ’ଣ ବୋଲି ଜଣେ ବିହାରୀ ଚାଷୀ ପ୍ରଶ୍ନ କରିଛନ୍ତି। ସେ ଏକ ହୋଟେଲରେ ତୃଷା ମେଣ୍ଟାଇବା ପରେ ଆଉ ଗୋଟିଏ ବୋତଲ ନିଜ ଗାମୁଛାରେ ଗୁଡ଼ାଇ ଧରିଥିଲେ। ଫେରିବା ପୂର୍ବରୁ କହିଥିଲେ, ମୋତେ ଆଦୌ ନିଶା ହୋଇନାହିଁ। ସୀମାନ୍ତ ସହର ଜଳେଶ୍ୱର ନିବାସୀ ନେପାଳୀ ଅଧ୍ୟାପକ ଉମେଶ ଯାଦବଙ୍କ ମତରେ ଜନକପୁରର ଶୀତତାପ ନିୟନ୍ତ୍ରିତ ହୋଟେଲ ବାର୍‌ଗୁଡ଼ିକରେ ବିଦେଶୀ ଇମ୍ପୋଟେଡ୍‌ ମଦ ଅନେକ ବିହାରୀଙ୍କୁ ଆକର୍ଷିତ କରିଥାଏ। ଏକ ଖୋଲା ସୀମାର ଆର୍ଥିକ ସୁଯୋଗ ଛୋଟକାଟିଆ ଅସୁବିଧାଠାରୁ ଅଧିକ ଲାଭଦାୟକ। କେତେଜଣ ବ୍ୟକ୍ତି ମାତାଲ ହେବା ପରେ ପାଟିତୁଣ୍ଡ କରିଥାଆନ୍ତି। କିନ୍ତୁ ସେମାନଙ୍କୁ ସମ୍ଭାଳିବା ପାଇଁ ପୋଲିସ ମଧ୍ୟ ଜଗି ରହିଥାଏ। ସୀମା ସଂଲଗ୍ନ ଏକ ଗାଁରେ ବାର୍‌ କରିଥିବା ଜଣେ ମାଲିକ କହିଛନ୍ତି, ସେ ସେଠାରେ ସିସିଟିଭି କ୍ୟାମେରା ଲଗାଇଥିଲେ। କିନ୍ତୁ କିଛିଦିନ ମଧ୍ୟରେ ସମସ୍ତ ଗ୍ରାହକ ଉଭାନ ହୋଇଗଲେ।
ସୌଜନ୍ୟ: ଏନ୍‌ଓ୍ବାଇଟି


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri