୭ ଦଫା ଦାବିରେ ଏଆର୍‌ସିଏସ୍‌ ଅଫିସ ସମ୍ମୁଖରେ ଧାରଣା

ଜଗତ୍‌ସିଂହପୁର ଅଫିସ,୨୧।୫: କଟରାସ୍ଥିତ ସନ୍ଥ ବିନୋବା ସେବା ସମବାୟ ଲିମିଟେଡ୍‌ର ଆକାଉଣ୍ଟ ହୋଲ୍‌ଡରମାନେ ୭ ଦଫା ଦାବିରେ ସ୍ଥାନୀୟ ଏଆର୍‌ସିଏସ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏ ସମ୍ପର୍କରେ ସୁଶାନ୍ତ କୁମାର ପଲେଇ, ରାଜେନ୍ଦ୍ର ବିଶ୍ୱାଳ, ଅଜୟ ବିଶ୍ୱାଳ ଓ ପ୍ରଭଞ୍ଜନ ବିଶ୍ୱାଳ ପ୍ରମୁଖ କହିଛନ୍ତି, ସମିତିର ଆକାଉଣ୍ଟ ହୋଲ୍‌ଡରମାନଙ୍କ ନାଁରେ ପୂର୍ବରୁ ଜାଲିଆତି କରାଯାଇ ଟଙ୍କା ଉଠାଯାଇଛି। ଏହା ଉପରେ ତଦନ୍ତ ଚାଲିଛି। ଏଥିଯୋଗୁ ଆକାଉଣ୍ଟ ହୋଲ୍‌ଡରମାନେ ସେମାନଙ୍କ ଜମା ଥିବା ରାଶି ଉଠାଇ ପାରୁନାହାନ୍ତି। ଏହା ଦ୍ୱାରା ଜମାକାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ସୋସାଇଟି ଆକ୍ଟର ୬୫ ଧାରା ଅନୁଯାୟୀ ତଦନ୍ତ ନ ହେଲେ ମଧ୍ୟ ପ୍ରାପ୍ୟ ପ୍ରଦାନ କରାଯାଉ। ଆର୍‌ଆଇଡି ବଣ୍ଡ ଅବଧି ପୂର୍ବରୁ ଜମାକାରୀ ଅର୍ଥ ନେବା ପାଇଁ ବ୍ୟବସ୍ଥା ହେଉ। ହଡ଼ପ ହୋଇଥିବା ପ୍ରାପ୍ୟ ମିଳିଲେ ୩୦% ଜମା ଖାତାରେ ରଖାଯାଉ। ସୁଧ ରାଶି ଜମାଖାତାରେ ଉଲ୍ଲେଖ ରହୁ। କେଉଁ ଧାରାରେ ପଇସା ଦିଆଯାଇଛି ତା’ର କ୍ରମିକ ନମ୍ବର ଜମାକାରୀଙ୍କୁ ଅବଗତ କରାଯାଉ। ଜମାକାରୀଙ୍କ ବ୍ୟତୀତ କୌଣସି ବ୍ୟକ୍ତିଙ୍କୁ ବିଚାରବିମର୍ଶ ପାଇଁ ସଂଶ୍ଳୀଷ୍ଟ କରା ନ ଯାଉ ବୋଲି ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?