Categories: ଜାତୀୟ

ଗୁଟ୍‌ଖାଠୁ ଶସ୍ତା ମଣିଷ ଜୀବନ

ପାଟନା, ୧୭।୨ : ବିହାରର ରାଜଧାନୀ ଠାରୁ ୨୫୦ କିଲୋମିଟର ଦୂରରେ ଥିବା ସୁପାଲରୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ବାକିରେ ଗୁଟ୍‌ଖା ଦେବାକୁ ମନା କରି ଦେବାରୁ ୩ ଜଣ ଦୁର୍ବୃତ୍ତ ଗୁଳି କରି ଜଣେ ଦୋକାନୀଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ନାମ ମିଥିଲେଶ।

ପୋଲିସ ଅନୁଯାୟୀ, ଅଜିତ୍‌ ଯାଦବ ନାମକ ଜଣେ ଗ୍ରାହକ ୫୦ ଟଙ୍କାର ଗୁଟ୍‌ଖା ନେଇ ୩୦ ଟଙ୍କା ଦେଇଥିଲେ। ଏଥିନେଇ ୨୫ ବର୍ଷୀୟ ମିଥିଲେଶଙ୍କ ସହ ଅଜିତ୍‌ଙ୍କ ଯୁକ୍ତିତର୍କ ହୋଇଥିଲା। ପରଦିନ ସକାଳେ ଅଜିତ୍‌ ଦୁଇ ଜଣ ସାଙ୍ଗ ସହ ଆସି ମିଥଲେଶଙ୍କୁ ଗୁଳି କରିଥିଲେ। ଏଥିରେ ଦେଶୀ ବନ୍ଧୁକ ବ୍ୟବହାର ହୋଇଛି। ପୀଡ଼ିତଙ୍କୁ ତୁରନ୍ତ ମେଡିକାଲ ନେଇଯାଇଥିଲେ ସ୍ଥାନୀୟ ଲୋକେ। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତକଙ୍କ ପରିବାର ବର୍ଗ ରାସ୍ତା ରୋକ କରିଥିଲେ। ସିନିୟର ଅଫିସରଙ୍କ ବୁଝାଶୁଝା କରିବା ପରେ ପୋଷ୍ଟମର୍ଟମ ପାଇଁ ମୃତଦେହ ନେବାକୁ ଅନୁମତି ଦେଇଥିଲେ ବିକ୍ଷୋଭକାରୀ।

Share