Posted inଜାତୀୟ

ଗପରେ ଏମିତି ମଜ୍ଜିଗଲେ ଯେ ଟିକା ନ ଭରି ଖାଲି ଇଞ୍ଜେକଶନ ଫୋଡ଼ିଦେଲେ ନର୍ସ; ଭିଡିଓ ଭାଇରାଲ ପରେ…

ଛପରା,୨୫।୬: ମହାମାରୀ କରୋନାର ସଂକ୍ରମଣକୁ ରୋକିବା ଲାଗି ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଏଭଳି ସ୍ଥିତିରେ ଅନେକ ସ୍ଥାନରୁ ଅବହେଳାର ଘଟଣା ସାମ୍ନାକୁ ଆସୁଛି। ସେହି କ୍ରମରେ ବିହାରର ଛପରାରେ ଜଣେ ନର୍ସ ଟିକା ଭର୍ତ୍ତି ନ କରି ଜଣେ ଯୁବକଙ୍କୁ ଇଞ୍ଜେକଶନ ଦେଇଥିବାର ଭିଡିଓ ଭାଇରାଲ ହେଉଛି। ନର୍ସଜଣଙ୍କ କଥା ହେବାରେ ଏତେ ବିମଗ୍ନ ହୋଇଛନ୍ତି ଯେ ସେ ତାହା ଜାଣି ପାରୁ ନାହାନ୍ତି।

ଘଟଣାଟି ୨୧ ଜୁନର। ଛପରା ସହରର ବଡ଼ା ଇମାନବାଡା ଅଞ୍ଚଳର ଓ୍ବାଡ୍‌ ନଂ ୧ରେ ଲୋକମାନଙ୍କୁ ଟିକା ଦିଆଯାଉଥିଲା। ଏହି ସମୟରେ ଉକ୍ତ ଯୁବକଜଣଙ୍କ ଟିକା ଦେବାକୁ ଯାଇଥିଲେ। ସେତେବେଳେ ତାଙ୍କ ବନ୍ଧୁ ଭିଡିଓ ପ୍ରସ୍ତୁତ କରୁଥିଲେ। ତେବେ ନର୍ସଜଣଙ୍କ କଥା ହେଉଥିବା ବେଳେ ଇଞ୍ଜେକଶନ ବାହାର କରି ସେଥିରେ ଟିକା ନ ଭରି ସେହିଭଳି ଫୋଡ଼ିଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଶେଷରେ ଡିଆଇଓ ନର୍ସ ଚନ୍ଦ୍ର କୁମାରୀ(୪୮)ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ଜବାବ ରଖିବାକୁ କୁହାଯାଇଛି। ଏହାଛଡ଼ା ଉକ୍ତ ଯୁବକ ଆଉ କେବେ ଆସି ଟିକା ଲଗାଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଫରପୁର ସେଲ୍‌ଟର ହୋମ୍‌ ମାମଲା: ବ୍ରଜେଶ ଠାକୁରଙ୍କୁ ଆଜୀବନ ଜେଲ

ନୂଆଦିଲ୍ଲୀ,୧୧।୨: ବିହାର ମୁଜାଫରପୁରଠାରେ ଥିବା ଏକ ସେଲଟର୍‌ ହୋମ୍‌ରେ ଝିଅମାନଙ୍କୁ ବଳାତ୍କାର ଓ ଯୌନ ଉତ୍ପିଡନ ମାମଲାର ଶୁଣାଣି ମଙ୍ଗଳବାର ଦିଲ୍ଲୀର ସାକେତ କୋର୍ଟରେ ହୋଇଛି।...

କେନ୍ଦ୍ରକୁ ଜବାବ ମାଗିଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୯ା୨(ପି.ଟି.):କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଦଳର କେତେଜଣ ନେତା ଉତ୍ତେଜନାପୂର୍ଣ୍ଣ...

ଧୋନୀଙ୍କୁ ଏହି ଗୀତ ଡେଡିକେଟ୍‌ କଲେ ଓସ୍କାର ବିଜେତା

ମୁମ୍ବାଇ, ୧୬ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଓସ୍କାର ବିଜେତା ମ୍ୟୁଜିକ କମ୍ପୋଜର ଏ. ଆର. ରେହମାନ ବଲିଉଡ୍‌ ଫିଲ୍ମ...

ମହଙ୍ଗା ପଡିଲା ହାତରେ ମଦ ବୋତଲ ଧରି ଫଟୋ ଉଠାଇବା

ଭୋପାଳ,୧୯।୪: ମଧ୍ୟପ୍ରଦେଶ ରାଇସେନ ଜିଲାର ୩ ରାଜସ୍ବ ଅଧିକାରୀଙ୍କୁ ମହଙ୍ଗା ପଡିଛି ହାତରେ ମଦ ବୋତଲ ଧରି ଫଟୋ ଉଠାଇବା। ଏମାନଙ୍କର ଏହି ଫଟୋ ସୋସିଆଲ...

ପୁଣି ଇଡିରେ ହାଜର ହେଲେ ରାହୁଲ

ନୂଆଦିଲ୍ଲୀ,୨୦।୬: ନ୍ୟାଶନାଲ୍‌ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚତୁର୍ଥ ରାଉଣ୍ଡ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ...

ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ, ୧୮।୧: ମହାମାରୀ କରୋନା ମୁଣ୍ଡ ପରେ ମୁଣ୍ଡ ଗଡ଼ାଇ ଚାଲିଥିବାବେଳେ ସମସ୍ତଙ୍କ ଅପେକ୍ଷା ଥିଲା ଟିକାକୁ। ସଂକ୍ରମଣର ପ୍ରାୟ ବର୍ଷେ ପରେ ଆମେରିକା, ବ୍ରିଟେନ,...

ଖାଇକୁ ଖସିଲା ବାୟୁସେନା ଟ୍ରକ

ଜୟପୁର,୨୧।୮: ରାଜସ୍ଥାନ ବାଡମେରରେ ଭାରତୀୟ ବାୟୁସେନାର ଏକ ଟ୍ରକ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ...

ଅପରାଧୀ ପୁଅର ମୃତଦେହ ନେବାକୁ ମନାକଲେ ମା’

କାନପୁର,୧୦।୭: ପୋଲିସ ଏନ୍‌କାଉଣ୍ଟରରେ ଶୁକ୍ରବାର କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଥିଲା। ଏହା ପୂର୍ବରୁ ତାଙ୍କର କରୋନା ଟେଷ୍ଟ...

Advertisement
Archives

Model This Week