Posted inଫୁରସତ

ସବୁଠୁ ବଡ଼ ପାଟି: ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସରେ ସ୍ଥାନ ପାଇଲେ ଆମେରିକୀୟ ମହିଳା

ୱାଶିଂଟନ୍‌:ଆମେରିକାର ମେରି ପର୍ଲ ଜେଲମର୍‌ ରବିନ୍‌ସନ୍‌ ବିଶ୍ୱର ସବୁଠାରୁ ବଡ଼ ପାଟି ଥିବା ମହିଳା ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ନାମ ଗିନିଜ୍‌ ୱାଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌)ରେ ସ୍ଥାନିତ ହୋଇଛି। ସମ୍ପ୍ରତି ମେରି ନିଜ ପାଟି ଖୋଲା କରିବା ସମୟରେ ତାଙ୍କ ୨ ଓଠ ମଧ୍ୟରେ ଥିବା ଲମ୍ବ ୭.୬୨ ସେ.ମି. ରହୁଛି, ଯାହା ସମଗ୍ର ବିଶ୍ୱରେ ମହିଳାଙ୍କ କ୍ଷେତ୍ରରେ ସର୍ବାଧିକ ହୋଇଥିବା ଜିଡବ୍ଲ୍ୟୁଆର୍‌ କହିଛି। ପୂର୍ବରୁ ୨୦୨୧ରେ ସାମନ୍ଥା ରାମ୍‌ସଡେଲ ନାମ୍ନୀ ଜଣେ ଆମେରିକୀୟ ମହିଳା ଏହି ରେକର୍ଡକୁ ହାସଲ କରିଥିଲେ। ସାମନ୍ଥା ପାଟି ଖୋଲିବା ସମୟରେ ତାଙ୍କ ୨ ଓଠ ମଧ୍ୟରେ ଥିବା ଲମ୍ବ ୨.୫୬ ଇଞ୍ଚ (ପ୍ରାୟ ୬.୫୨ ସେ.ମି.) ରହିଥିଲା। ତେବେ ୨୦୨୫ରେ ମେରି ସାମନ୍ଥାଙ୍କ ଉକ୍ତ ରେକର୍ଡକୁ ଭାଙ୍ଗି ପାରିଛନ୍ତି।
ବଡ଼ ପାଟି ପାଇଁ ଜିଡବ୍ଲୁଆର୍‌ ପକ୍ଷରୁ ପରିଚୟ ମିଳିଥିବାରୁ ମେରି ଖୁସିବ୍ୟକ୍ତ କରିଛନ୍ତି। କିଛିଦିନ ତଳେ ସ୍ଥାନୀୟ ଦନ୍ତ ଚିକିତ୍ସକ ମେରିଙ୍କ ପାଟିକୁ ଯାଞ୍ଚ କରିବା ସମୟରେ ତାଙ୍କ ପାଟିର ଖୋଲା ଅଂଶ ଜଣେ ସାଧାରଣ ମହିଳାଙ୍କ ତୁଳନାରେ ବହୁତ ବଡ଼ ହୋଇଥିବା କହିଥିଲେ। ଜିଡବ୍ଲୁଆର୍‌ରେ ଏହି ଶ୍ରେଣୀରେ ସେ ନୂତନ ରେକର୍ଡ ହାସଲ କରିପାରନ୍ତି ବୋଲି ଉକ୍ତ ଦନ୍ତ ଚିକିତ୍ସକ ମେରିଙ୍କୁ ପରାମର୍ଶ ଦେଇଥିଲେ। ଫଳରେ ମେରି ଜିଡବ୍ଲୁଆର୍‌ ଅଧିକାରୀଙ୍କ ସହ ସମ୍ପର୍କ କରିଥିଲେ।
ଅଧିକାରୀଙ୍କ ସହ ଭେଟର କିଛିଦିନ ପୂର୍ବରୁ ମେରି ସବୁଠୁ ବଡ଼ ପାଟି ପାଇଁ ପୁରୁଷ ଏବଂ ମହିଳା ରେକର୍ଡଧାରୀଙ୍କ ଏକ ଭିଡିଓକୁ ଅନ୍‌ଲାଇନରେ ଦେଖିଥିଲେ। ସେତେବେଳେ ଏହି ଭିଡିଓ ତାଙ୍କୁ ଉତ୍ସାହିତ କରିଥିବା ମେରି କହିଛନ୍ତି। ତାଙ୍କ ଶରୀର ତୁଳନାରେ ପାଟି ବଡ଼ ହୋଇଥିବା ନେଇ ସେ ପିଲାବେଳୁ ଜାଣି ସାରିଥିଲେ। ପିଲାବେଳେ ପାଟିକୁ ଖୋଲା କରିବା ସମୟରେ ତାଙ୍କ ଉପର ଏବଂ ତଳ ଦାନ୍ତଗୁଡ଼ିକ ମଧ୍ୟରେ ସର୍ବଦା ଏକ ବଡ଼ ବ୍ୟବଧାନ ରହୁଥିବା ନେଇ ସେ ଅନୁଭବ କରିଥିଲେ। ସେଥିପାଇଁ ସେ ଅତ୍ୟଧିକ କଥାବାର୍ତ୍ତା କରନ୍ତି ବୋଲି ମେରି କହିଛନ୍ତି। ତେବେ ଏହାଦ୍ୱାରା ଦିନେ ସେ ଜିଡବ୍ଲୁଆର୍‌ ରେକର୍ଡର ଅଧିକାରୀ ହୋଇପାରିବେ ବୋଲି କେବେ ମଧ୍ୟ ଭାବି ନ ଥିଲେ। ଜିଡବ୍ଲୁଆର୍‌ ଅଧିକାରୀଙ୍କ ସମ୍ମୁଖରେ ଏହି ରେକର୍ଡ ହାସଲ ପାଇଁ ଆବଶ୍ୟକ ବିଭିନ୍ନ ପ୍ରକାରର ଖାଦ୍ୟ ଏବଂ ବସ୍ତୁକୁ ଏକାଥରକେ ସେ ତାଙ୍କ ପାଟି ମଧ୍ୟରେ ସଫଳତାର ସହ ପ୍ରବେଶ କରାଇ ପାରିଥିଲେ ବୋଲି ମେରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri