Posted inଜାତୀୟ

ଟିଏମ୍‌ସି ଝଡରେ ଉଡିଗଲେ ଭାଜପାର ବଡ଼ ବଡ଼ ନେତା: ମନ୍ତ୍ରୀଙ୍କଠାରୁ ଆରମ୍ଭ କରି କ୍ରିକେଟର୍‌ ପର୍ଯ୍ୟନ୍ତ ହାରିଲେ

କୋଲକାତା,୩।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିଛି। ଟିଏମ୍‌ସି ଝଡରେ ଭାରତୀୟ ଜନତା ପାର୍ଟିର ଅନେକ ତାରକା ପ୍ରାର୍ଥୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏଥିରେ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ, ପୂର୍ବତନ ରାଜ୍ୟ ସଭା ଏମ୍‌ପିଙ୍କ ସମେତ ଅନେକ ଚଳଚ୍ଚିତ୍ର ତାରକା ମଧ୍ୟ ଅଛନ୍ତି, କ୍ରିକେଟର୍‌ ମଧ୍ୟ ପରାଜୟର ସାମ୍ନା କରିଛନ୍ତି।
ସବୁଠୁ ବଡ ପରାଜୟ ହେଉଛି ବାବିଲ ସୁପ୍ରିୟୋଙ୍କ ରହିଛି। କୋଲକାତାର ଟଲିଗଞ୍ଜ ଆସନରୁ ଟିଏମସି ପ୍ରାର୍ଥୀ ଅରୁପ ବିଶ୍ୱାସଙ୍କ ବିପକ୍ଷରେ ସୁପ୍ରିୟୋ ୫୦ ହଜାର ଭୋଟରେ ହାରିଛନ୍ତି। ଏଥି ସହିତ ହୁଗୁଳି ଏମ୍‌ପି ତଥା ପୂର୍ବତନ ଅଭିନେତ୍ରୀ ଲକେଟ ଚାଟାର୍ଜୀଙ୍କୁ ନିଜ ସଂସଦୀୟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚୁଞ୍ଚୁଡା ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଚାଟାର୍ଜୀ ଟିଏମସି ପ୍ରାର୍ଥୀଙ୍କ ଠାରୁ ୧୮ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି। ହୁଗୁଳିର ତାରକେଶ୍ୱର ଆସନରୁ ପୂର୍ବତନ ରାଜ୍ୟ ସଭା ସାଂସଦ ସ୍ବପ୍ନ ଦାସଗୁପ୍ତା ୭ ହଜାର ଭୋଟରେ ହାରିଯାଇଛନ୍ତି। ଭାଜପା ପକ୍ଷରୁ ଟିକେଟ ଦିଆଯାଇଥିବା ଏମ୍‌ପିଙ୍କ ମଧ୍ୟରୁ କେବଳ ଜଗନ୍ନାଥ ସରକାର ଶାନ୍ତିପୁର ଆସନରୁ ଜିତିବାରେ ସକ୍ଷମ ହୋଇଛନ୍ତି। କୋଲକାତାର ରସବିହାରୀ ଆସନରେ ଭାଜପା ଟିକେଟରେ ଛିଡା ହୋଇଥିବା ପୂର୍ବତନ ସେନା ଡେପୁଟି ଚିଫ ଲେଫ୍ଟନାଣ୍ଟ ଜେନେରାଲ ସୁବ୍ରତ ସାହା (ଅବସରପ୍ରାପ୍ତ) ମଧ୍ୟ ୨୧ ହଜାରରୁ ଅଧିକ ଭୋଟ ରେ ହାରିଯାଇଛନ୍ତି।
ଏହା ସହିତ ଟିଏମସିର ପାର୍ଥ ଚାଟାର୍ଜୀ ବେହେଲା ପଶ୍ଚିମ ଆସନରେ ଅଭିନେତ୍ରୀ ଶ୍ରବନ୍ତୀ ଚାଟାର୍ଜୀଙ୍କୁ ୪୧,୬୦୮ ଭୋଟରେ ପରାସ୍ତ କରିଛନ୍ତି। ଅଭିନେତ୍ରୀ ପାୟଲ ସରକାର ମଧ୍ୟ ବେହାଲା ପୂର୍ବ ସିଟରେ ରତ୍ନା ଚାଟାର୍ଜୀଙ୍କୁ ହରାଇଥିଲେ। ଅଭିନେତା ରୁଦ୍ରାନିଲ ମଧ୍ୟ ୨୮ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ଏହା ସହ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ଶାସକ ତୃଣମୂଳ କଂଗ୍ରେସ ସଭାପତି ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ହାରିଯାଇଛନ୍ତି। ଭାଜପାର ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରୁ ୧,୯୫୬ ଭୋଟରେ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri