ବୟଫ୍ରେଣ୍ଡ୍‌ଙ୍କୁ ବିବାହ କଲେ ଡ୍ରାମା କୁଇନ୍‌!

ମନୋରଞ୍ଜନ ଜଗତର ଡ୍ରାମା କୁଇନ୍‌ ଭାବରେ ଜଣାଶୁଣା ରାଖୀ ସାୱନ୍ତ ବୟଫ୍ରେଣ୍ଡ୍‌ ଆଦିଲଙ୍କୁ ବିବାହ କରିଥିବା ଚର୍ଚ୍ଚା ହେଉଛି। ଉଭୟଙ୍କ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଉଭୟ କୋର୍ଟରେ ବିବାହର ପ୍ରମାଣପତ୍ର ଧରିଥିବାର ନଜର ଆସିଛନ୍ତି।
ରାଖୀ ଏବଂ ଆଦିଲଙ୍କ ସମ୍ପର୍କ ସର୍ବଦା ଚର୍ଚ୍ଚାରେ ରହିଆସିଛି। ସର୍ବସାଧାରଣରେ, ଉଭୟ ଖୋଲାଖୋଲି ଭାବରେ ପରସ୍ପର ପ୍ରତି ପ୍ରେମ ପ୍ରକାଶ କରୁଥିବା ଦେଖାଯାଏ। କିନ୍ତୁ ଲାଗୁଛି ରାଖୀ ତାଙ୍କ ସମ୍ପର୍କକୁ ଏକ ନୂଆ ନାମ ଦେଇଛନ୍ତି। ଦୁହେଁ ଲୁଚିଛପି କୋର୍ଟରେ ବିବାହ କରିଛନ୍ତି। ଏହାର ୨ଟି ଫଟୋ ଭାଇରାଲ ହୋଇଛି। ଗୋଟିଏ ଫଟୋରେ କୋର୍ଟ ବିବାହ ପରେ ଦୁହିଁଙ୍କ ବେକରେ ଫୁଲମାଳ ଦେଖାଯାଉଛି। ରାଖୀ ଏକ ଧଳା ଏବଂ ଗୋଲାପି ରଙ୍ଗର ଶାରରା ପିନ୍ଧିଛନ୍ତି ଏବଂ ଅନ୍ୟପଟେ ଆଦିଲଙ୍କୁ ସିମ୍ପଲ ଲୁକରେ ଦେଖିବାକୁ ମିଳିଛି। ସେ କଳା ସାର୍ଟ ସହିତ ଡେନିମ ଜିନ୍ସ ପିନ୍ଧିଛନ୍ତି। ଦୁହେଁ ନିଜ ବିବାହ ପ୍ରମାଣପତ୍ର ମଧ୍ୟ ରଖିଛନ୍ତି। ଦ୍ୱିତୀୟ ଫଟୋରେ ଉଭୟ ନିଜ ବିବାହ ପ୍ରମାଣପତ୍ରରେ ଦସ୍ତଖତ କରୁଥିବା ଦେଖାଯାଉଛି। ଆଦିଲ ଖାନ ଦୁରାନୀ ରାଖୀ ସାୱନ୍ତଙ୍କଠାରୁ ୬ ବର୍ଷ ସାନ ଏବଂ ସେ ଜଣେ ବ୍ୟବସାୟୀ।

 


Enter your email to get our daily news in your inbox.

All Right Reserved By Dharitri.Com

ଘୁଞ୍ଚିଲା ଫିଲ୍ମ ‘ଜର୍ସି’ର ରିଲିଜ୍‌ ତାରିଖ

ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜର୍ସି’ର ରିଲିଜ ତାରିଖକୁ ନିର୍ମାତା ବଦଳାଇ ଦେଇଛନ୍ତି। ଫିଲ୍ମଟି ୧୪ ଏପ୍ରିଲରେ ରିଲିଜ୍‌ ହେବାର ଥିଲା କିନ୍ତୁ ବର୍ତ୍ତମାନ...

ମା’ହେବେ କାଜଲ!

ମୁମ୍ବାଇ: ସାଉଥ୍ ସୁନ୍ଦରୀ କାଜଲ ଅଗ୍ରୱାଲ ମା’ ହେବା ଖବର କିଛିଦିନ ହେଲା ଚର୍ଚ୍ଚାରେ ରହୁଛି । ହେଲେ ଏହା କେତେ ସତ ତାହା ଏପଯ୍ୟନ୍ତ...

ନିଜକୁ ଫିଟ୍‌ ରଖିବା ପାଇଁ ଏସବୁ କାମ କରନ୍ତି ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଟନେସ ପାଇଁ ଜଣାଶୁଣା। କେବଳ ଅଭିନୟରେ ନୁହେଁ ବରଂ ତାଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ପ୍ରଶଂସକ ପାଗଳ। ଅନୁଷ୍କା ଶର୍ମାଙ୍କ...

ଅଭିନେତ୍ରୀଙ୍କୁ ମିଳିଲା ଜାମିନ୍‌, ବିବାଦୀୟ ମନ୍ତବ୍ୟ ଦେଇ ହୋଇଥିଲେ ଗିରଫ

ମୁମ୍ବାଇ,୧୬।୬: ବରିଷ୍ଠ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ଗିରଫ ହୋଇଥିବା ମରାଠୀ ଅଭିନେତ୍ରୀ କେତକୀ ଚିତଲେଙ୍କୁ ଗୁରୁବାର...

ନିକ୍‌ଙ୍କ ସହ ଲଙ୍ଗ୍‌ ଡ୍ରାଇଭ୍‌ରେ ବାହାରିଲେ ପ୍ରିୟଙ୍କା

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ସ୍ବାମୀ ନିକ୍‌ ଜୋନାସ ପ୍ରଶଂସକଙ୍କର ଅତି ପ୍ରିୟ ଦମ୍ପତି। ସୋସିଆଲ ମିଡିଆରେ ଉଭୟଙ୍କ ଭିଡିଓ ଏବଂ ଫଟୋ...

ଅନୁଷ୍କା ବେଶି ସୁନ୍ଦରୀ ନୁହନ୍ତି ବୋଲି କହିଥିଲେ ଏହି ବ୍ୟକ୍ତି: ଆଉ ତା ପରେ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଷ୍ଟାଇଲିଷ୍ଟ। ତାଙ୍କର ସମସ୍ତ ଶୈଳୀକୁ ପ୍ରଶଂସକ ବହୁତ ପସନ୍ଦ ମଧ୍ୟ କରନ୍ତି। ଦୀର୍ଘ ୨ ବର୍ଷ ହେବ ସେ...

ବିଜୟ ଦେବରକୋଣ୍ଡାଙ୍କୁ ଡେଟ କରିବାକୁ ଚାହୁଁଛନ୍ତି ସାରା

ମୁମ୍ବାଇ: ବଲିଉଡ ନାୟିକା ସାରା ଅଲି ଖାଁ ତାଙ୍କ ମନ କଥା ଖୋଲି କହିଛନ୍ତି । ନିକଟରେ କରନ ଜୋହରଙ୍କ ଶୋ କଫି ୱିଥ କରନ...

କପିଲଙ୍କ ଶୋ’ରୁ ଭାରତୀ ଆଉଟ୍‌ !

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହେବା ପରେ ବଢ଼ିବାରେ ଲାଗିଛି କମେଡିଆନ ଭାରତୀ ସିଂହଙ୍କ ଅଡ଼ୁଆ। ତାଙ୍କୁ ଏବେ ‘କମେଡି ନାଇଟ୍ସ ଉଇଥ୍‌ କପିଲ’ ଶୋ’ରୁ...

Advertisement
Archives

Model This Week