ଫେରୁଛି ‘ବିଗ୍‌ବସ୍‌’: ଚତୁର୍ଦ୍ଦଶ ସଂସ୍କରଣରେ ନଜର ଆସିବେ ଏସବୁ ଲୋକପ୍ରିୟ ଅଭିନେତ୍ରୀ; ଦେଖନ୍ତୁ ତାଲିକା..

ବମ୍ବେ: ଖୁବ୍‌ଶୀଘ୍ର ଟେଲି ପରଦାକୁ ଫେରୁଛି ଲୋକପ୍ରିୟ ଶୋ’ ‘ବିଗ୍‌ବସ୍‌’। ଚତୁର୍ଦ୍ଦଶ ସଂସ୍କରଣରେ କେଉଁ ପ୍ରତିଯୋଗୀ ଭାଗନେବେ ତାହା ସ୍ଥିର ହୋଇସାରିଲାଣି। କେବଳ ପ୍ରିମିୟରକୁ ଅପେକ୍ଷା। ସବୁଥର ଭଳି ଦବଙ୍ଗ ଖାନ୍‌ ସଲମାନ ମୋଟା ଅଙ୍କର ପାଉଣା ନେଇ ଶୋ’କୁ ହୋଷ୍ଟ କରୁଛନ୍ତି। ଆସନ୍ତୁ ଜାଣିବା ସେଭଳି କିଛି ପ୍ରତିଯୋଗୀଙ୍କ ବିଷୟରେ।

ଜାସ୍ମିନ ଭାସିନ: ‘ନାଗିନ-୪’ ଅଭିନେତ୍ରୀ ଜାସ୍ମିନ ନିକଟରେ ‘ଖତରୋ କେ ଖିଲାଡ଼ି-ମେଡ ଇନ୍‌ ଇଣ୍ଡିଆ’ରେ ଭାଗ ନେଇଥିଲେ। ଏକାଧିକ ଥର ତାଙ୍କୁ ବିଗ୍‌ବସ୍‌ ପାଇଁ ଅଫର ମିଳିଥିଲେ ହେଁ ସେ ରାଜି ହେଉ ନ ଥିଲେ। ହେଲେ ଚଳିତ ଥର ସେ ହଁ ଭରିଥିବା କୁହାଯାଉଛି।

ପବିତ୍ରା ପୁନିୟା: ବିଗ୍‌ବସ୍‌-୧୩ର ପ୍ରତିଯୋଗୀ ଥିବା ପାରସ ଛାବଡ଼ାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଥିଲେ ପବିତ୍ରା। ଚଳିତ ଥର ସେ ବିଗ୍‌ବସ୍‌ରେ ଯୋଗ ଦେଇପାରନ୍ତି।

ନେହା ଶର୍ମା: ବିଗ୍‌ବସ୍‌ର ଚଳିତ ସଂସ୍କରଣରେ ଅଭିନେତ୍ରୀ ତଥା ମଡେଲ ନେହା ଶର୍ମା ସାମିଲ ହେବେ। ନେହା ନିକଟରେ ସିର୍ଦ୍ଧାର୍ଥ ଶୁକ୍ଳାଙ୍କ ସହ ଏକ ଭିଡିଓରେ ନଜର ଆସିଥିଲେ।

ଇଜାଜ ଖାନ: ଟେଲି ପରଦାର ଲୋକପ୍ରିୟ ଚେହେରା ଇଜାଜ ଖାନ ବିବାଦର ଅନ୍ୟନାମ ବୋଲି କୁହାଯାଏ। ସେ ଅଭିନେତ୍ରୀ ଅନିତା ହସନନ୍ଦାନୀଙ୍କୁ ପ୍ରେମ କରୁଥିଲେ। ହେଲେ ପରେ ଉଭୟ ଅଲଗା ହୋଇଯାଇଥିଲେ। ଇଜାଜ ବିଗ୍‌ବସ୍‌ ୧୪ରେ ନଜର ଆସିବେ।

ନୈନା ସିଂହ: ସ୍ପିଲ୍ଟସ୍‌ଭିଲା ବିଜେତା ନୈନା ଚଳିତ ଥର ବିଗ୍‌ବସ ପ୍ରତିଯୋଗୀ ଭାବେ ନଜର ଆସିପାରନ୍ତି।

ସ୍ନେହା ଉଲାଲ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଭଳି ଦେଖାଯାଉଥିବା ସ୍ନେହା ଉଲାଲ ବିଗ୍‌ବସ୍‌ରେ ନଜର ଆସିପାରନ୍ତି। ସେ ସଲମାନଙ୍କ ସହ ନିଜର ପ୍ରଥମ ଫିଲ୍ମ କରିଥିଲେ। ହେଲେ ପରେ ଗାୟବ ହୋଇଯାଇଥିଲେ। ଏବେ ସେ ପୁଣି ଅଭିନୟକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।

କୁମାର ଜାନୁ: ଗାୟକ କୁମାର ସାନୁଙ୍କ ପୁଅ କୁମାର ଜାନୁ ବିଗ୍‌ବସ୍‌ ଘରକୁ ଆସିପାରନ୍ତି। ନିର୍ମାତାମାନେ ଆଦିତ୍ୟ ନାରାୟଣଙ୍କୁ ଶୋ’କୁ ଆସିବାକୁ ନିମନ୍ତ୍ରଣ ଦେଇଥିଲେ। ହେଲେ ସେ ମନା କରିବା ପରେ କୁମାର ଜାନୁଙ୍କ ସହ ଚୁକ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri