Posted inଖେଳ

କଟକ ‘ଏ’, ଢେଙ୍କାନାଳ, କେନ୍ଦୁଝରର ବୃହତ୍‌ ବିଜୟ

ଭୁବନେଶ୍ୱର, ୫।୪ (କ୍ରୀଡ଼ା ପ୍ରତିନିଧି): ଚଳିତ କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଡାଇମଣ୍ଡ-ବି ଓ ଗୋଲ୍ଡ-ବି ଗ୍ରୁପ୍‌ର ୬ଟି ମ୍ୟାଚ ମଙ୍ଗଳବାର କଟକର ବିଭିନ୍ନ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ-ଏ’ ୧୦ ଉଇକେଟରେ ବିଜୟୀ ହୋଇଥିବାବେଳେ ଢେଙ୍କାନାଳ, କେନ୍ଦୁଝର, ରାଉରକେଲା ଓ ମୟୂରଭଞ୍ଜ ବୃହତ୍‌ ବିଜୟ ହାସଲ କରିଛନ୍ତି। ଝାରସୁଗୁଡ଼ା ଦଳ ମାତ୍ର ୧ ଉଇକେଟରେ ରୋମାଞ୍ଚକ ବିଜୟ ହାସଲ କରିଛି। ରାଉରକେଲାର ରଣଜିତ ସିଂ ଓ କେନ୍ଦୁଝରର ପଙ୍କଜ ସେନାପତି ଶତକ ହାସଲ କରିଥିବାବେଳେ କେନ୍ଦୁଝରର ସୁଜିତ କୁମାର ବାରିକ ୭ ଓ ଢେଙ୍କାନାଳର ବିକାଶ କୁମାର ରାଉତ ୫ ଉଇକେଟ ସଫଳତା ପାଇଛନ୍ତି।
ଅଡ଼ଶପୁର ଗ୍ରାଉଣ୍ଡ: କଟକ-ଏ’ ୧୦ ଉଇକେଟରେ ବାଲେଶ୍ୱରକୁ ହରାଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବାଲେଶ୍ୱର ୪୩.୧ ଓଭରରେ ୧୪୦ ରନକରି ଅଲ୍‌ଆଉଟ ହୋଇଥିଲା। ଜବାବରେ କଟକ-ଏ ୩୦.୩ ଓଭରରେ କୌଣସି ଉଇକେଟ ନ ହରାଇ ବିଜୟ ଲକ୍ଷ୍ୟ ଅତିକ୍ରମ କରି ଯାଇଥିଲା। ବିଶ୍ୱସ୍ବାଗତ ଏମ୍‌. ୭୪ ଓ ରାମଚନ୍ଦ୍ର ବେହେରା ୭୨ ରନରେ ଅପରାଜିତ ରହିଥିଲେ।
ଏମ୍‌ଜିଏମ୍‌ ଏସ୍‌ଓଏସ୍‌ ଗ୍ରାଉଣ୍ଡ: ଝାରସୁଗୁଡ଼ା ୧ ଉଇକେଟରେ ଯାଜପୁରକୁ ପରାସ୍ତ କଲା। ବ୍ୟାଟିଂ ଆମନ୍ତ୍ରଣ ପାଇ ଯାଜପୁର ୪୭.୩ ଓଭରରେ ୧୯୪ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ଜବାବରେ ଝାରସୁଗୁଡ଼ା ୪୯.୪ ଓଭରରେ ୯ ଉଇକେଟ ହରାଇ ୧୯୬ ରନରେ ପହଞ୍ଚତ୍ଥିଲା।
ଡ୍ରିମ୍ସ ଗ୍ରାଉଣ୍ଡ: ରାଉରକେଲା ୧୫୨ ରନରେ ଭୁବନେଶ୍ୱର-ବି’କୁ ହରାଇଲା। ରାଉରକେଲା ଦଳ ୫୦ ଓଭରରେ ୮ ଉଇକେଟ ହରାଇ ୨୪୯ ରନ କରିଥିଲା। ଦଳ ପକ୍ଷରୁ ରଞ୍ଜିତ ସିଂ ୧୪୯ ବଲ୍‌ରୁ ୧୬୫ ରନକରି ଅପରାଜିତ ରହିଥିଲେ। ଜବାବରେ ଭୁବନେଶ୍ୱର-ବି ୩୧.୪ ଓଭରରେ ମାତ୍ର ୯୭ ରନରେ ଅଲ୍‌ଆଉଟ ହୋଇ ଯାଇଥିଲା।
ରେଭେନ୍ସା ଗ୍ରାଉଣ୍ଡ-୧: ମୟୂରଭଞ୍ଜ ୧୪୧ ରନରେ ପୁରୀକୁ ପରାସ୍ତ କଲା। ମୟୂରଭଞ୍ଜ ଦଳ ୫୦ ଓଭରରେ ୯ ଉଇକେଟ ହରାଇ ୨୩୧ ରନ କରିଥିଲା। ଦଳ ପକ୍ଷରୁ ଅଭିଜ୍ଞାନ ସର୍ବାଧିକ ୮୬ ରନ କରିଥିଲେ। ପୁରୀ ଦଳ ୨୯ ଓଭରରେ ମାତ୍ର ୯୦ ରନରେ ସମସ୍ତ ଉଇକେଟ ହରାଇଥିଲା। ବିଜୟୀ ଦଳର ମୋହିତ କଙ୍କରିଆ ୪ ଉଇକେଟ ନେଇଥିଲେ।
ରେଭେନ୍ସା ଗ୍ରାଉଣ୍ଡ-୨: ଢେଙ୍କାନାଳ ୨୧୨ ରନରେ ନୟାଗଡ଼କୁ ହରାଇଲା। ପ୍ରଥମେ ବ୍ୟାଟିଂ କରିଥିବା ଢେଙ୍କାନାଳ ୫୦ ଓଭରରେ ୮ ଉଇକେଟ ହରାଇ ୨୯୭ ରନ କରିଥିଲା। ଦଳ ପକ୍ଷରୁ ମୃତ୍ୟୁଞ୍ଜୟ ସର୍ବାଧିକ ୯୧ ରନକରି ଅପରାଜିତ ରହିଥିଲେ। ଜବାବରେ ନୟାଗଡ଼ ୨୨.୩ ଓଭରରେ ମାତ୍ର ୮୫ ରନରେ ଅଲ୍‌ଆଉଟ ହୋଇଯାଇଥିଲା। ଢେଙ୍କାନାଳ ଦଳର ବିକାଶ କୁମାର ରାଉତ ମାତ୍ର ୧୭ ରନ ଦେଇ ୫ ଉଇକେଟ ସଫଳତା ପାଇଥିଲେ।
ସନ୍‌ସାଇନ୍‌ ଗ୍ରାଉଣ୍ଡ: କେନ୍ଦୁଝର ୧୮୨ ରନରେ ଜଗତ୍‌ସିଂହପୁରକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କେନ୍ଦୁଝର ୫୦ ଓଭରରେ ୬ ଉଇକେଟ ହରାଇ ୩୨୨ ରନ କରିଥିଲା। ଦଳ ପକ୍ଷରୁ ପଙ୍କଜ ସେନାପତି ୧୦୭ ବଲ୍‌ରୁ ୧୩୯ ଓ ସୁଧାଂଶୁ ୯୨ ରନର ଇନିଂସ ଖେଳିଥିଲେ। ଜବାବରେ ଜଗତ୍‌ସିଂହପୁର ୨୪ ଓଭରରେ ୧୪୦ ରନରେ ସମସ୍ତ ଉଇକେଟ ହରାଇଥିଲା। କେନ୍ଦୁଝରର ସୁଜିତ କୁମାର ବାରିକ ୨୯ ରନ ବିନିମୟରେ ୭ ଉଇକେଟ ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri