Categories: ଖେଳ

୧୧୨ ରନରେ ସିଏସକେର ବୃହତ ବିଜୟ …

ଜୟପୁର,୧୪।୫ : ଆଇପିଏଲ ୨୦୨୩ର ୬୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ବିପକ୍ଷରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ୧୧୨ ରନରେ ବିଜୟ ହାସଲ କରିଛି।

ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଆରଆର ୧୦.୩ ଓଭରରେ ୧୦ ଓ୍ବିକେଟ ହରାଇ ୫୯ ରନ କରିଥିଲା। ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆରଆର ଦଳ ଗୋଟିଏ ପରେ ଗୋଟିଏ ଓ୍ବିକେଟ ହରାଇଥିଲା। ଆରଆର ବ୍ୟାଟ୍ସ ମ୍ୟାନ ଆରସିବି ବୋଲରଙ୍କ ସାମ୍ନା କରି ପାରି ନ ଥିଲେ।

ଆରଆର ପକ୍ଷରୁ ଜୋଏ ରୁଟ ରନ କରିଥିବାବେଳେ ସିମଶନ ହେଟମେୟାର ୩୫ ରନ କରିଥିଲେ।

ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆରସିବି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌ ଅଧିନାୟକ ଫାଫ ଡୁପଲେସିସଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଥିଲା। ସେହିପରି ଆରଆର ଦଳ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ବୋଲିଂ କରିବା ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଆରସିବି ୫ ଓ୍ବିକେଟ ହରାଇ ୧୭୧ ରନ କରିଛି। ଫଳରେ ଆରଆର ପାଇଁ ବିଜୟ ଲକ୍ଷ୍ୟ ୧୭୨ରନ ରହିଛି।

ଆରସିବି ପକ୍ଷରୁ ବିରାଟ କୋହଲି ୧୮ ରନ କରିଥିବାବେଳେ ଫାପ୍‌ ଡୁ ପ୍ଲେସିସ ୫୫ ରନ, ଗ୍ଲେନ ମ୍ୟାକ୍ସଓ୍ବେଲ ୫୪ ରନ, ଅନୁଜ ରାଓ୍ବତ ୨୯ ରନ କରିଥିଲେ।

Share