Posted inଖେଳ

ଚଣ୍ଡିଗଡ଼, ବିହାରର ବୃହତ୍‌ ବିଜୟ

ଭୁବନେଶ୍ୱର, ୮।୫ (କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ଜାତୀୟ ସବ୍‌ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର ରବିବାର ଅନୁଷ୍ଠିତ ୪ଟି ମ୍ୟାଚରେ ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ଼ ଓ ବିହାର ଦଳ ବିଜୟ ହାସଲ କରିଛି। ଦିବସର ପ୍ରଥମ ମ୍ୟାଚରେ ପଞ୍ଜାବ ୮-୦ ଗୋଲରେ ଗୁଜରାଟକୁ ହରାଇ ଦେଇଛି। ପଞ୍ଜାବ ପକ୍ଷରୁ ଶରନ୍‌ଜିତ କୌର ୯ ଓ ୧୫ତମ ମିନିଟରେ ୨ଟି, ହରଜୋତ କୌର ୩୩ ଓ ୫୨ତମ ମିନିଟରେ ୨ଟି ଏବଂ ତନୁ ରାଣୀ ୨୮, ହରପ୍ରୀତ କୌର ୩୩, ଖୁସ୍‌ବୁ ୫୯ ଓ ସାନା ୫୬ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଦ୍ୱିତୀୟ ମ୍ୟାଚରେ ଆନ୍ଧ୍ର ପ୍ରଦେଶ ୬-୪ ଗୋଲରେ ମଣିପୁରକୁ ହରାଇଛି। ଆନ୍ଧ୍ର ପକ୍ଷରୁ କୁପ୍ପା ତୁଲସି ୧, ୭, ୧୮ ଓ ୪୮ତମ ମିନିଟରେ ଏକାକୀ ୪ଟି ଏବଂ ରଗୁଲା ନାଗାମନି ୬ ଓ ୩୮ତମ ମିନିଟରେ ୨ଟି ଗୋଲ ଦେଇଥିଲେ। ମଣିପୁରର ଏଲ୍‌. ନାତାଲି ଚାନୁ ୪୦ ଓ ୫୮ ଏବଂ ଅଧିନାୟିକା ପ୍ରୀୟା ଦେବୀ ୫୦ ଓ ୫୨ତମ ମିନିଟରେ ୨ଟି ଲେଘାଏ ଗୋଲ ପରିଶୋଧ କରିଥିଲେ। ଅନ୍ୟ ଏକ ମ୍ୟାଚରେ ଚଣ୍ଡିଗଡ଼ ୧୩-୦ ଗୋଲରେ ତେଲେଙ୍ଗାନାକୁ ପରାସ୍ତ କରିଛି। ଦଳ ପକ୍ଷରୁ ସୁପ୍ରିୟା ୧୩, ୧୪, ୧୯, ୪୮ ଓ ୬୦ତମ ମିନିଟରେ ଏକାକୀ ୫ଟି, ତମନ୍ନା ୧ମ, ୩୨ ଓ ୪୧ତମ ମିନିଟରେ ୩ଟି, ପୂଜା ୩୮, ୪୫ ଓ ୫୭ତମ ମିନିଟରେ ୩ଟି ଲେଖାଏ ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିବାବେଳେ ଅଧିନାୟିକା ଅଞ୍ଜଳି ୧୫ ଓ ୪୪ତମ ମିନିଟରେ ୨ଟି ଗୋଲ ଦେଇଥିଲେ। ଚତୁର୍ଥ ମ୍ୟାଚରେ ବିହାର ୧୪-୧ ଗୋଲରେ ଗୋଆକୁ ହରାଇ ଦେଇଛି। ଅଧିନାୟିକା ୨, ୪, ୬, ୨୦, ୨୧, ୫୨ ଓ ୬୦ତମ ମିନିଟରେ ଏକାକୀ ୭ଟି ଗୋଲ ଦେଇଥିଲେ। ରିଶୁ କୁମାରୀ ୧୪, ୨୪, ୫୪ ଓ ୫୯ତମ ମିନିଟରେ ୪ଟି ଏବଂ ଶାରଦା କୁମାରୀ ୧୮, ଆକାଂକ୍ଷା ଯାଦବ ୩୯ ଓ ନିଜିୟା ଖାତୁନ ୪୫ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଗୋଆ ଦଳରୁ ସାଲୋନି ଶ୍ରୀକାନ୍ତ ଗାଓ୍ବାସ ୪୭ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri