Posted inଖେଳ

ବିଗ୍‌ ସର୍ଭର

ଦ୍ରୁତଗତିରେ ବଲ୍‌ ସର୍ଭ କରି ଏସେସ୍‌ ହାସଲ କରିବାରେ ସମ୍ପ୍ରତି ଆମେରିକା ଟେନିସ୍‌ ତାରକା ଜନ୍‌ ରବର୍ଟ ଇଜନର୍‌ ରେକର୍ଡର ଅଧିକାରୀ ଅଛନ୍ତି। ଏହି ସଫଳତା ତାଙ୍କୁ ‘କିଙ୍ଗ୍‌ ଅଫ୍‌ ଏସେସ୍‌’ ପରିଚୟ ଆଣିଦେଇଛି…

କୋଟି କୋଟି ଟଙ୍କା ପ୍ରାଇଜ୍‌ ମନି ପ୍ରଦାନ କରୁଥିବା ଖେଳଗୁଡ଼ିକ ମଧ୍ୟରେ ଲନ୍‌ ଟେନିସ୍‌ ଅନ୍ୟତମ। ଟେନିସ୍‌ କୋର୍ଟରେ ଦୁଇ ଖେଳାଳି ଖେଳୁଥିଲା ବେଳେ ଦର୍ଶକ ଦେଖନ୍ତି ସେମାନଙ୍କର ମାନସିକ ଦମ୍‌। ଖେଳାଳିଙ୍କର ଉପସ୍ଥିତ ବୁଦ୍ଧି ଏବଂ ପ୍ରୟୋଗମୂଳକ ମୁକାବିଲା ଦର୍ଶକଙ୍କୁ ରୋମାଞ୍ଚତ୍ତ କରେ। ଆୟତାକାର କୋର୍ଟରେ ଟେନିସ୍‌ ଖେଳାଯାଏ। ଅତୀତରେ ଖେଳଟି ସମ୍ଭ୍ରାନ୍ତ ଲୋକଙ୍କ ମଧ୍ୟରେ ସୀମିତ ଥିଲା। ଏହାର ରୋମାଞ୍ଚକର ଦିଗ ସାଧାରଣ ଲୋକଙ୍କୁ ଆକର୍ଷିତ କରିବାରୁ ଖେଳଟି ସାର୍ବଜନୀନ ହୋଇଯାଇଥିଲା। ଏହା ର଼୍ୟାକେଟ୍‌ ଓ ବଲ୍‌ର ଖେଳ। ଆଧୁନିକ ଯୁଗରେ ଗ୍ରାସ୍‌ କୋର୍ଟ, ହାର୍ଡ କୋର୍ଟ(ସିମେଣ୍ଟ ନିର୍ମିତ) ଓ କ୍ଲେ କୋର୍ଟ(ମାଟି ନିର୍ମିତ)ରେ ଟେନିସ୍‌ ଖେଳାଯାଉଛି। ଖେଳାଳି ର଼୍ୟାକେଟ୍‌ରେ ବଲକୁ ହିଟ୍‌ କରି ପ୍ରତିପକ୍ଷ କୋର୍ଟର ଠିକ ଯାଗାରେ ପକାଇବା ଏବଂ ପ୍ରତିଦ୍ୱନ୍ଦ୍ୱୀ ସଟ୍‌କୁ ରିଟର୍ନ କରିପାରିଲେ ଉଭୟଙ୍କ ମଧ୍ୟରେ ବଲ୍‌ ବିନିମୟ ଚାଲେ। ସର୍ଭ ହିଟ୍‌ ଶକ୍ତିଶାଳୀ ତଥା ଶାଣିତ ହେଲେ ବଲ୍‌ ରିଟର୍ନ କରିବାରେ ପ୍ରତିଦ୍ୱନ୍ଦ୍ୱୀ ସମସ୍ୟାରେ ପଡ଼େ। ଏଣୁ ଲାଇନ, ଲେଙ୍ଗ୍‌ଥ ସହ ଦ୍ରୁତଗାମୀ ଓ ଶାଣିତ ସର୍ଭିସ ହିଟ୍‌ ସର୍ବଦା ଗୁରୁତ୍ୱ ବହନ କରେ। ଏହି ହିଟ୍‌କୁ ‘ଏସ୍‌’(ACE) ଭାବେ ନାମିତ କରାଯାଇଛି। ଦ୍ରୁତଗତିରେ ସର୍ଭ ହିଟ୍‌ କରି ଏସେସ୍‌ ହାସଲ କରିବାରେ ସମ୍ପ୍ରତି ଆମେରିକାର ଜନ୍‌ ରବର୍ଟ ଇଜନର୍‌ ବିଶ୍ୱରେ ଶ୍ରେଷ୍ଠ। ପେସାଦାର ଟେନିସ୍‌ ଖେଳାଳିଙ୍କର ବିଶ୍ୱସ୍ତରୀୟ ସଂଘ ହେଉଛି ଏଟିପି। ଅନ୍ତର୍ଜାତୀୟ ଟେନିସ୍‌ ଟୁର୍ନାମେଣ୍ଟଗୁଡ଼ିକ ଏଟିପି ଦ୍ୱାରା ପରିଚାଳିତ ହୁଏ। ଏବେ ଏଟିପି ଇତିହାସରେ ଜନ୍‌ ଇଜନର୍‌ ହେଉଛନ୍ତି ସର୍ବାଧିକ ଏସେସ୍‌ ଅର୍ଜନକାରୀ ଖେଳାଳି। ଏହି ସଫଳତା ତାଙ୍କୁ ‘କିଙ୍ଗ୍‌ ଅଫ୍‌ ଏସେସ୍‌’ ରୂପେ ପରିଚୟ ଆଣିଦେଇଛି। ଚଳିତ ବର୍ଷ ଜୁଲାଇ୨ରେ ୱିମ୍ବେଲଡନ୍‌ ଗ୍ରାଣ୍ଡସ୍ଲାମ୍‌ ଟେନିସ୍‌ର ଏକ ମ୍ୟାଚ୍‌ରେ ଇଜନର୍‌ ଏସେସ୍‌ ବିଜୟରେ ବିଶ୍ୱ ରେକର୍ଡ କରିଥିଲେ। ଏହି ମ୍ୟାଚ୍‌ରେ ସେ ଇଟାଲୀର ଜାନିକ୍‌ ସିନରଙ୍କୁ ଭେଟିଥିଲେ। ଇଜନର୍‌ଙ୍କ ଏସେସ୍‌ ସଂଖ୍ୟା ୧୩, ୭୨୯ରେ ପହଞ୍ଚତ୍ଛି। ଟେନିସ୍‌ ଜୀବନରେ ସେ ୧୩,୮୫୪ ଥର ସର୍ଭ ହିଟ୍‌ କରି ଏତିକି ଏସେସ୍‌ ପାଇଛନ୍ତି। ୬ ଫୁଟ ୧୦ ଇଞ୍ଚ ଉଚ୍ଚତାବିଶିଷ୍ଟ ଇଜନର୍‌ଙ୍କ ପୂର୍ବରୁ ଏହି ରେକର୍ଡର ଅଧିକାରୀ ଥିଲେ କ୍ରୋଏସିଆର ଇଭୋ କାର୍ଲୋଭିକ୍‌। ସେ ମଧ୍ୟ ଜଣେ ବିଗ୍‌ ସର୍ଭର। ତାଙ୍କ ଏସେସ୍‌ ସଂଖ୍ୟା ୧୩, ୭୨୮।
ଇଜନର୍‌ଙ୍କ ଏକ ଗ୍ରାଣ୍ଡସ୍ଲାମ ମ୍ୟାଚ୍‌ ବିଶ୍ୱ ଟେନିସ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି। ୨୦୧୦ ଜୁନ୍‌ ୨୨ରେ ୱିମ୍ବେଲଡନର ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ଇଜନର୍‌ ଅବତୀର୍ଣ୍ଣ ହୋଇଥିଲେ। ଏହି ମ୍ୟାଚ୍‌ରେ ସେ ଫ୍ରାନ୍ସର ନିକୋଲାସ୍‌ ମାହୁଟ୍‌ଙ୍କୁ ସାମ୍ନା କରିଥିଲେ। ଇଜନର୍‌ ୧୧୩ଟି ଏସେସ୍‌ ହିଟ୍‌ କରିଥିଲେ। ମାହୁଟ୍‌ ୧୦୩ଟି ଏସେସ୍‌ ସଫଳତା ପାଇଥିଲେ। ମ୍ୟାଚ୍‌ଟି ୱିମ୍ବେଲଡନର କୋର୍ଟ ନଂ.୧୮ରେ ମୋଟ ୧୧ ଘଣ୍ଟା ୫ ମିନିଟ୍‌ ଧରି ଖେଳାଯାଇଥିଲା। କେବଳ ଅନ୍ତିମ ସେଟ୍‌ଟି ୮ ଘଣ୍ଟା ୧୧ ମିନିଟ୍‌ ଚାଲିଥିଲା। ଅନ୍ତିମରେ ଇଜନର୍‌ ବାଜି ମାରି ନେଇଥିଲେ। ମ୍ୟାଚ୍‌ଟିର ବିବରଣୀ ଏହିପରି। ପଏଣ୍ଟ ହାସଲରେ ଇଜନର୍‌ ୪୭୮- ମାହୁଟ୍‌ ୫୦୨, ଗେମ୍ସ ବିଜୟ ଇଜନର୍‌ ୯୨- ମାହୁଟ୍‌ ୯୧। ଇଜନର୍‌ଙ୍କର ଫାଷ୍ଟ ସର୍ଭ ହିଟ୍‌ ଘଣ୍ଟା ପ୍ରତି ୧୪୩ ମାଇଲ ବେଗରେ ଗତି କରିଥିଲା। ଅପରପକ୍ଷରେ ମାହୁଟ୍‌ଙ୍କର ବେଗ ଥିଲା ୧୨୮ ମାଇଲ। ଏଠାରେ ଉଲ୍ଲେଖନୀୟ, ବିଶ୍ୱରେ ଦ୍ରୁତତମ ପେସାଦାର ମ୍ୟାଚ୍‌ ମାତ୍ର ୨୦ ମିନିଟରେ ସରିଥିବା ରେକର୍ଡ ରହିଛି। ୬ ଫୁଟ୍‌ ୧୧ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ କ୍ରୋଏସିଆର ଇଭୋ କାର୍ଲୋଭିକ୍‌ ୬୯୦ଟି ମ୍ୟାଚ ଖେଳିବା ଭିତରେ ୧୩,୬୫୩ଟି ଫାଷ୍ଟ ସର୍ଭ ହିଟ୍‌ ଏସେସ୍‌ ପାଇଥିଲେ। ତାଙ୍କର ମ୍ୟାଚ୍‌ ପିଛା ହାରାହାରି ଏସେସ୍‌ ସଂଖ୍ୟା ୨୦। ସେ ନିରନ୍ତର ଭାବେ ଘଣ୍ଟା ପ୍ରତି ୧୪୦ ମାଇଲ ବେଗରେ ସର୍ଭିସ୍‌ କରୁଥିଲେ। ଇଜନର୍‌ଙ୍କ ଫାଷ୍ଟ ସର୍ଭ ହିଟ୍‌ର ଘଣ୍ଟା ପ୍ରତି ବେଗ ହେଉଛି ହାରାହାରି ୧୫୭.୨ ମାଇଲ। ୨୦୧୬ ମସିହା ଡେଭିସ କପ୍‌ ଟୁର୍ନାମେଣ୍ଟରେ ସେ ଆମେରିକୀୟ ଦଳ ପକ୍ଷରୁ ଖେଳି ଏହି ଶ୍ରେଷ୍ଠତ୍ୱ ହାସଲ କରିଥିଲେ। ୨୦୧୦ରୁ ଇଜନର୍‌ ଅନ୍ତର୍ଜାତୀୟ ସର୍କିଟ୍‌ରେ ସକ୍ରିୟ ଅଛନ୍ତି।
ଆମେରିକାର ନର୍ଥ କାରୋଲିନା ରାଜ୍ୟର ଗ୍ରୀନ୍ସବରୋ ସହରରେ ୧୯୮୫ ମସିହାରେ ଇଜନରଙ୍କ ଜନ୍ମ। ଛାତ୍ର ଜୀବନରୁ ଟେନିସ୍‌ ଖେଳରେ ମନୋନିବେଶ କରିଥିଲେ। ଅଦ୍ୟାବଧି ସେ ୧୬ଟି ଅନ୍ତର୍ଜାତୀୟ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ସମୁଦାୟ ୪୭୮ଟି ସିଙ୍ଗଲ୍ସ ମ୍ୟାଚ ଖେଳି ୩୦୨ଟିରେ ବିଜୟ ପାଇଛନ୍ତି। ଡବଲ୍ସ ଟାଇଟଲ୍‌ ସଂଖ୍ୟା ୮। ୨୦୧୮ରେ ତାଙ୍କର ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ଥିଲା ୮। ଏବେ ୪୮। ଇଜନର୍‌ ୨୦୧୮ରେ ମିଆମି ମାଷ୍ଟର୍ସ ଟାଇଟଲ ଜିତିବା ସହ ସେହି ବର୍ଷ ୱିମ୍ବେଲଡନ୍‌ ସେମିଫାଇନାଲ ଖେଳିବାରେ ସଫଳ ହୋଇ ବିଶ୍ୱ ମାନ୍ୟତାରେ ଉନ୍ନତି କରିଥିଲେ। ୫ଟି ଯାକ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାରେ ଇଜନର୍‌ଙ୍କର ସଫଳ ପଦଚିହ୍ନ ରହିଛି। ୨୦୧୦ ଅଷ୍ଟ୍ରେଲିଆନ୍‌ ଓପନ୍‌ ଓ ୨୦୧୬ ଫ୍ରେଞ୍ଚ ଓପନ୍‌ରେ ୪ର୍ଥ ରାଉଣ୍ଡ, ୨୦୧୧ ଓ ୧୮ ୟୁଏସ୍‌ ଓପନ୍‌ର କ୍ୱାର୍ଟର ଫାଇନାଲ ଯାଏ ସଫଳତା ହାସଲ କରିଛନ୍ତି। କିମ୍ବଦନ୍ତୀ ଟେନିସ୍‌ ଖେଳାଳି ସ୍ବିଜରଲାଣ୍ଡର ରୋଜର ଫେଡେରର୍‌ଙ୍କ ଏସେସ୍‌ ସଂଖ୍ୟା ୧୧,୪୭୮। ଏସ୍‌ ହିଟ୍‌ କରିବାରେ ଗୋରାନ୍‌ ଇଭାନିସେଭିଚ୍‌ଙ୍କର ମଧ୍ୟ ଖ୍ୟାତି ରହିଛି। ୧୯୯୬ରେ ସେ ଗୋଟିଏ ଟେନିସ୍‌ ଋତୁରେ ୧,୪୭୭ଟି ଏସ୍‌ ହିଟ୍‌ କରିଥିଲେ, ଯାହା ଏଯାଏ ଏକ ବିଶ୍ୱ ରେକର୍ଡ ହୋଇ ରହିଛି। ବିଗ୍‌ ସର୍ଭର ର଼୍ୟାଙ୍କିଙ୍ଗ୍‌ ତାଲିକାର ଆଗରେ ଅଛନ୍ତି ଅଷ୍ଟ୍ରେଲିଆର ସାମ୍‌ ଗ୍ରୋଥ(୧୬୩.୪ ମାଇଲ), ୨ୟରେ ଆଲବାନୋ ଓଲିଭେଟି(୧୬୦ ମାଇଲ) ଓ ତୃତୀୟରେ ଜନ୍‌ ଇଜନର୍‌(୧୫୭. ୨ ମାଇଲ) ଅଛନ୍ତି।
ଦୀର୍ଘ ସମୟ ଏକ ସଂଘର୍ଷରେ ଲାଗିରହିବା ପଛରେ କେବଳ ମାନସିକ ଦୃଢ଼ତା କାମ କରେ। ଏଥିରେ ନୋଭାକ୍‌ ଜୋକୋଭିଚ୍‌ ଓ ରାଫାଲ ନାଡାଲ ଅଭିଜ୍ଞ। ତେଣୁ ଦୁହେଁ ଟେନିସ କୋର୍ଟରେ ନାୟକ।
ଏସ୍‌ ଶବ୍ଦଟି ପ୍ରାଚୀନ ଫ୍ରେଞ୍ଚ୍‌ ଶବ୍ଦ ‘ଏସ୍‌’ (ଏସିଇ)ରୁ ଆସିଛି। ‘ଏସ୍‌’ର ଅର୍ଥ ହେଲା ଏକକ। ଏକ ଖୁଚୁରା ରୋମାନ୍‌ ମୁଦ୍ରାର ନାମରୁ ଶବ୍ଦଟିକୁ ଅଣାଯାଇଛି। ମୌଳିକ ରୂପେ ଏସ୍‌ ଶବ୍ଦର ଅର୍ଥ ହେଲା ଗୋଟିଏ ହିଟ୍‌ ବଲ୍‌ରେ ପ୍ରତିପକ୍ଷ ଧରାଶାୟୀ ହୋଇପଡ଼ିବା। ଏହା ପୂର୍ବରୁ ‘ଏସ୍‌’କୁ ଏକ ତାସ୍‌ କାର୍ଡର ସଂଜ୍ଞା ରୂପେ ବ୍ୟବହାର କରାଯାଉଥିଲା।

ରମେଶ ସାହୁ
– ଶ୍ରୀ ଗୌର କୁଟୀର, ବଡ଼ବଜାର, ବାରିପଦା, ମୟୂରଭଞ୍ଜ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri